ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ତେରେସିଂହାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍କୁଲ କଲେଜ ଶିକ୍ଷାନୁଷ୍ଠାନ ମାନଙ୍କରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି l ସେହିପରି ତେରେସିଂହା ଗ୍ରାମର କୌଶିକ ବାବା +୩ ମହାବିଦ୍ୟାଳୟରେ ୧୦ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି l ଜାତୀୟ ସେବା ସଂଯୋଜକ ତଥା ରାଜନୀତି ବିଜ୍ଞାନ ଅଧ୍ୟାପକ ରବି ମାଝୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଯୋଗ ଦିବସରେ ଅନେକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ନିଜ ପାଇଁ ତଥା ସମାଜ ପାଇଁ ଯୋଗ ର ଆବଶ୍ୟକତା ଉପରେ ଉପସ୍ଥିତ ଅତିଥି ମାନେ ଆଲୋକପାତ କରିବା ସହ ବିଭିନ୍ନ ପ୍ରକାର ଯୋଗ ଅଭ୍ୟାସ କରିଥିଲା l ଯୋଗ କୁ ନିଜ ଜୀବନ ଶୈଳୀ ର ଏକ ଅଂଶ ଭାବେ ଗ୍ରହଣ କରିବା ସମ୍ବନ୍ଧେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଲିପ୍ସାମୟୀ ଦୁବେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ମାନସ ରଞ୍ଜନ ବାଗ, ଗ୍ରନ୍ଥାଗାରିକ ବସନ୍ତ କୁମାର ସାହୁ, କର୍ମଚାରୀ ଚମ୍ପୁଲାଲ ରଣା ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

କୋଇଡାରେ ସୁନ୍ଦରଗଡ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ

masiha

ଧର୍ମଗଡଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଚିନ୍ମୟ ବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳନ

masiha

Leave a Comment

error: Content is protected !!