ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା 

ରାଇରଙ୍ଗପୁର ରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା 

ମୟୂରଭଞ୍ଜ – ୨୨/୦୬ ( ମସିହା)ଆଜି ପବିତ୍ର ଜ୍ଯେଷ୍ଠମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି ।ଏହି ଅବସରରେ ରାଇରଙ୍ଗପୁରରେ ଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ ଦେବ ସ୍ନାନ ପୂର୍ଣ୍ଣିମା ସ୍ନାନ ମଣ୍ଡପରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ନେଇ ରାଇରଙ୍ଗପୁର ଚଳ ଚଞ୍ଚଳ ।ଵର୍ଷକ ପରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି । ନିର୍ଦ୍ଧାରିତ ନିର୍ଘଣ୍ଟ ଅନୁଯାୟୀ ଠାକୁରଙ୍କ ସମସ୍ତ ନୀତି କାନ୍ତି ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ର ଏବଂ ତାଙ୍କ ସହଯୋଗୀ,ସେବାୟତ ମାନଙ୍କ ଦ୍ଵାରା ସମ୍ପାଦିତ ହୋଇଛି ।ସକାଳେ ମନ୍ଦିରରେ ପୂଜାର୍ଚ୍ଚନା ପରେ ପୂର୍ବାହ୍ନରେ ଚତୁର୍ଦ୍ଧା ମୂର୍ତ୍ତୀ ଙ୍କୁ ସ୍ନାନ ମଣ୍ଡପକୁ ପହଣ୍ଡି ବିଜେ କରି ନିଆଯାଇଥିଲା । ଗଙ୍ଗା ମାତାଙ୍କୁ ଆବାହନ କରାଯାଇ ୧୦୮ କଳାରେ ଅମୃତ ଜଳ ଅଣା ଯାଇ ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପୂଜାର୍ଚ୍ଚନା ପରେ ସ୍ନାନ କରାଯାଇଥିଲା। ଶଙ୍ଖ, ହୁଳହୁଳି,ଘଣ୍ଟ ଶଵ୍ଦ ରେ ଏକ ଜଗନ୍ନାଥ ମଧ୍ୟ ପରିବେଶ ହୋଇ ଉଠିଥିଲା ।ଏହି ଦୁର୍ଲଭ ଦେବସ୍ନାନ ପୂଜାର୍ଚ୍ଚନା ଦେଖିବା ପାଇଁ ଆଖପାଖ ଅଂଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ପ୍ରବଳ ଗୁଳୁଗୁଳି ଓ ଗରମକୁ ଖାତିରି କରି ଛୁଟି ଆସିଥିଲେ । ଜୟ ଜଗନ୍ନାଥ ନାରାରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଂଚଳ ।ରଥ କମିଟି ତରଫରୁ ଶ୍ରଦ୍ଧାଳୁମାନଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା ।କାର୍ଯ୍ୟକ୍ରମରେ ରଥ କମିଟି ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, ନୀରଜ ପଣ୍ଡା,ପ୍ରାକ୍ତନ ସୋରଡ଼ା ବିଧାୟକ ରାଜ କିଶୋର ଦାସ,,ଡାହୁକ କୃଷ୍ଣ ବିହାରୀ ମହାନ୍ତି, ଦିବ୍ୟଜ୍ୟୋତି ଖୁଣ୍ଟିଆ,ଅଶୋକ ଅଗ୍ରୱାଲ, ସୁଶାନ୍ତ ପରୀକ୍ଷା,ପ୍ରଭାତ ପଟ୍ଟନାୟକ,ଟନି ପଣ୍ଡା,ବଣ୍ଟି ଅଗ୍ରଓ୍ବାଲ,ଗୁଗି ମହାନ୍ତି ଏବଂ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ । ପୋଲିସ ତରଫରୁ ଏବଂ ମନ୍ଦିର ପ୍ରଶାସନ ତରଫରୁ ଶାନ୍ତି ଶୃଙ୍ଖଳା ପ୍ରତି କଡ଼ା ନଜର ରଖା ଯାଇଥିଲା ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

କଲମ ଡ଼ଙ୍ଗରଗଡ଼ ସୁରକ୍ଷା ପରିଷଦ ଟ୍ରଷ୍ଟ ତରଫରୁ,ମୋ ଜଙ୍ଗଲ ଜମି ଯୋଜନା କର୍ମଶାଳା

Sunil Chandra Nayak

ରାଉରକେଲା ଓକିଲ ସଂଘ ଓ କଳିଙ୍ଗ ବିଶ୍ବବିଦ୍ୟାଳୟ ପକ୍ଷରୁ ସାଇବର ଆଇନ୍ ଉପରେ ଆଲୋଚନାଚକ୍ର

ବାସିଙ୍ଗି ବଜାର ଛକରେ ଯାତ୍ରୀ ପ୍ରତିକ୍ଷାଳୟ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାଵି 

Sunil Chandra Nayak

Leave a Comment

error: Content is protected !!