ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଭାଲିଆ ଶିକ୍ଷା ଫାଉଣ୍ଡେସନ୍ ର କର୍ମଶାଳା

ଜୁନାଗଡ଼,୧୧/୪(ନି.ପ୍ର) କାବାଲିଆ ଶିକ୍ଷ୍ୟା ଫାଉଣ୍ଡେସନ ର ତିନିଦିନିଆ କର୍ମଶାଳା ବୁଢ଼ୀପଦର ଗ୍ରାମ ଠାରେ ଆୟୋଜିତ ହୋଇଥିଲା | ଏହି କର୍ମଶାଳାରେ ଶିକ୍ଷା ସଚେତନତା ସମାବେଶ କରାଯିବା ସହ ବିଦ୍ୟାଳୟ ପରିସର ରୁ ବାହାରିବା ପରେ ସଚେତନତା ରାଲି ସମଗ୍ର ବୁଢ଼ୀପଦର ଗାଁ ପରିକ୍ରମା କରି ୟୁପିଏସ୍ ଠାରେ ପହଞ୍ଚିଥିଲେ।କର୍ମଶାଳାର ରେ ବ୍ଲକ୍ ମ୍ୟାନେଜର ସୁପ୍ରିୟା କୁମାରୀ କିଶୋର ବାଳିକା ମାନଙ୍କୁ ମେନସୁରେସନ୍ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ବିଷୟରେ ଆବଶ୍ୟକ ସୂଚନା ଦେଇଥିଲେ। ଏଥିସହ ବିଦ୍ୟାଳୟରେ ଏକ ବିଜ୍ଞାନ ମେଳାର ଆୟୋଜନ କରାଯାଇଥିଲା | ଯେଉଁଥିରେ ସମସ୍ତ ଛାତ୍ରମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ | ପ୍ରଧାନଶିକ୍ଷକ ଲକ୍ଷ୍ମୀପ୍ରିୟା ମୁଦୁଲି କହିଛନ୍ତି ଯେ ଏହିପରି କର୍ମଶାଳା ପିଲାମାନଙ୍କ ପ୍ରତିଭାକୁ ବୃଦ୍ଧି କରିବା ସହ ବୌଦ୍ଧିକ ବିକାଶ ହୋଇପାରିବ ବୋଲି କହିଥିଲେ।ଶେଷରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ ।

Related posts

ପୁଣି ଲାଗିଲା ଖାକିରେ କଳଙ୍କର ଛିଟା

Sunil Chandra Nayak

କୁଶଳେଶ୍ବର ମନ୍ଦିର ରେ ଅତ୍ୟାଧୁନିକ ବିଶୁଦ୍ଧ ପାନୀୟ ଜଳ ମେସିନ ଉଦଘାଟିତ

Sunil Chandra Nayak

ବନଲକ୍ଷ୍ମୀ ମହାନ୍ତି ଙ୍କ କବିତା ଶରତ ଆସିଛି 

Sunil Chandra Nayak

Leave a Comment

error: Content is protected !!