ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କଳ ପ୍ରତିଭା ସମ୍ମାନ ସମାରୋହ ଆୟୋଜିତ

ରାଉରକେଲା/ ସାମାଜିକ ଅନୁଷ୍ଠାନ ହାପି ମୋମେନ୍ଟସ୍ ଇଣ୍ଡିଆ ଓ ଇଣ୍ଡିଆନ ବିଉଟିସିଆନ ୱେଲଫେୟାର ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ ଉତ୍କଳ ପ୍ରତିଭା ସମ୍ମାନ ସମାରୋହ ସେକ୍ଟର ୨ସ୍ଥିତ ସେହେନାଇ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତା ରେ ତଥା ମୋନାଲିସା ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ଓଡିଶା ସାହିତ୍ୟ ଏକାଡେମୀ ର ସଭାପତି ଡଃ ହୃଷିକେଶ ମଲ୍ଲିକ, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ର ଉପସଭାପତି ପ୍ରମୋଦ କୁମାର ପାତ୍ର, ବିଜେପି ସଭାପତି ଲତିକା ପଟ୍ଟନାୟକ, ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକ, ଡାକ୍ତର କିରଣ ମିଶ୍ର, ରାଜ୍ୟ ଯୁବଲେଖକ ସାମୁଖ୍ୟ ର ସଭାପତି ଶଙ୍କର୍ଷଣ ପରିଡା, ବେଦବ୍ୟାସ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଉମାକାନ୍ତ ପଣ୍ଡା, ଉପଦେଷ୍ଟା ଗୋପୀନାଥ ପଟ୍ଟନାୟକ ଓ କୁମାର ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଆଗାମୀ ଦିନରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି କହିଥିଲେ। ଡଃ ମଲ୍ଲିକ କହିଥିଲେ ଯେ ଏଭଳି କାର୍ଯ୍ୟକ୍ରମ ପାଇଁ ବହୁ ବାଧାବିଘ୍ନ ଆସିବ। ମାତ୍ର ଏଥିରେ ପ୍ରଭାବିତ ହୁଅନ୍ତୁ ନାହିଁ। କାରଣ ସେବା ଏକ ମନୋଭାବ। ଆତ୍ମବିଶ୍ବାସ ସହ ଆପଣ ଆଗକୁ ଯାଇ ପାରିବେ। ତରୁଣ ମାନଙ୍କ ଦ୍ବାରା ଆଗାମୀ ସମାଜ ତିଆରିହେଉ ଏହାହିଁ ଲକ୍ଷ୍ୟ। ଏହି ଅବସରରେ ଅତିଥିମାନଙ୍କ ଦ୍ବାରା ସହର ତଥା ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧିତ ବ୍ୟକ୍ତିଙ୍କ ମଧ୍ୟରେ ୧୨ଜଣଙ୍କୁ ଉତ୍କଳ ସେବାରତ୍ନ, ୬ଜଣଙ୍କୁ ଉତ୍କଳ କ୍ରୀଡା ରତ୍ନ, ୪ଜଣଙ୍କୁ ଉତ୍କଳ ସାହିତ୍ୟ ରତ୍ନ, ୬ ଜଣଙ୍କୁ ଉତ୍କଳ ଶିକ୍ଷା ରତ୍ନ, ୮ଜଣଙ୍କୁ ଉତ୍କଳ କଳାରତ୍ନ, ୮ ଜଣଙ୍କୁ ଉତ୍କଳ ସୌନ୍ଦର୍ଯ୍ୟ ରତ୍ନ ଓ ୧୫ ଜଣଙ୍କୁ ଡଃ ଅବଦୁଲ କାଲାମ ପ୍ରଫେସନାଲ୍ ଆକ୍ଚିଭର ଆୱର୍ଡରେ ସମ୍ମାନିତ କରାଯାଇଥିଲା। ପ୍ରାରମ୍ଭରେ ଗୁରୁ ଫକୀର ଚରଣ ପତି ଓ ଗୁରୁ ଶରତଚନ୍ଦ୍ର ପଣ୍ଡା ସ୍ବାଗତ ସଂଗୀତ ପରିବେଷଣ କରିଥିବା ବେଳେ ରାୟପୁର ରୁ ଆସିଥିବା ଶେଖର ଜୈନ ସଫଳତାର ଚାବିକାଠି ସଂପର୍କରେ ବକ୍ତବ୍ଯ ରଖିଥିଲେ। ପ୍ରଦୀପ ଗୁରୁୱାରା ଓ ସାଥୀ ସଂଗୀତ ପରିବେଷଣ କରିଥିବା ବେଳେ ତ୍ରିବେଣୀ କଳାସଂଗମ ର ଛାତ୍ର ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ରଶ୍ମିତା ପଣ୍ଡା, ମୁରଲୀ ମୋହନ ପଟ୍ଟନାୟକ, ସରୋଜ ଶତପଥୀ, ତରୁଲତା ସାମଲ,ଲିତାଞ୍ଜଳୀ ପତି,ଜିତେନ୍ଦ୍ର ପଣ୍ଡା, ଚିତ୍ତରଂଜନ ଦାସ,ପଲ୍ଲବୀ ନନ୍ଦ, ସୋନୁ ତନ୍ତୀ, ରବର୍ଟ ହାଇଫିଲ, ସଲିତ ପତି,ସତ୍ୟମ ମୋଦକ, ଦିବାକର ଦାସ, ଦେବାଶିଷ ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସମସ୍ତଙ୍କୁ ଓଡିଆ ଘରର ଖାଦ୍ୟ ପରିବେଷଣ କରାଯାଇଥିଲା। ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ ।

Related posts

ଶାସକ , ବିରୋଧୀ ନେତା ଙ୍କ ସମେତ ବନ ବିଭାଗ ଦ୍ଵାରା ଗଠିତ ବନ ସୁରକ୍ଷା ସମିତି ପକ୍ଷରୁ ସରକାରୀ ଜମିରେ ଆଦିବାସୀମାନେ ଲଗାଇଥିବା ମକା ଫସଲକୁ କଲେ ନଷ୍ଟ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଦଣ୍ଡପାଟ ଘାଟିମୁଣ୍ଡିଆଣୀ ସର୍ବ ମଙ୍ଗଳାଙ୍କ ବାର୍ଷିକ ଦଶରା ଆରମ୍ଭ

Sunil Chandra Nayak

Leave a Comment

error: Content is protected !!