ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ଷେତ୍ର ପରିଦର୍ଶନ କରି ଲୋକଙ୍କ ସମସ୍ୟା ଶୁଣିଲେ ରଘୁନାଥପାଲ୍ଲୀ ବିଧାୟକ ଓ ଅତିରିକ୍ତ ଜିଲ୍ଲାପାଳ

କ୍ଷେତ୍ର ପରିଦର୍ଶନ କରି ଲୋକଙ୍କ ସମସ୍ୟା ଶୁଣିଲେ ରଘୁନାଥପାଲ୍ଲୀ ବିଧାୟକ ଓ ଅତିରିକ୍ତ ଜିଲ୍ଲାପାଳ 

ରାଉରକେଲା : ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଏବଂ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଆଶୁତୋଷ କୁଲକର୍ଣ୍ଣି ସୋମବାର ରାଉରକେଲା ଝାରମୁଣ୍ଡା, ଟାଙ୍ଗରପାଲି ଅଧୀନରେ ଥିବା ବିଭିନ୍ନ ବସ୍ତି ଗସ୍ତ କରି ଲୋକଙ୍କ ସମସ୍ୟା ଗୁଡ଼ିକ ପଚାରି ବୁଝିଥିଲେ। ଉଭୟ ବିଧାୟକ ଓ ଅତିରିକ୍ତ ଜିଲ୍ଲାପାଳ ମୁଣ୍ଡା ବସ୍ତି, କାଟେ ବସ୍ତି, ଭାଟା ବସ୍ତି, ଚର୍ଚ୍ଚ ବସ୍ତି, ସମରା ବସ୍ତି, ବିଜୁବନ୍ଧ, ରେଙ୍ଗାଡିହି ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବା ସହ ଏଗୁଡ଼ିକର ସମାଧାନ ଯଥାଶୀଘ୍ର କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଲୋକଙ୍କ ସହ ଆଲୋଚନା କାଳରେ ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ସ୍ଥାନୀୟ ଅଞ୍ଚଳର ମୌଳିକ ସମସ୍ୟାର ସମାଧାନ ଉପରେ ଗୁରୁତ୍ଵାରୋପ କରିଥିଲେ। ବସ୍ତି ଅଞ୍ଚଳରେ ଯାତାୟତ ପାଇଁ ରାସ୍ତା ସଂଯୋଗୀକରଣ ସହ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଖୁବ୍ ଶୀଘ୍ର କାର୍ଯ୍ଯକ୍ଷମ ହେବ ବୋଲି ସେ କହିଥିଲେ। ଏଥି ସହ ସ୍ଥାନୀୟ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରାରମ୍ଭିକ ଶିକ୍ଷା ନିମନ୍ତେ ଅଙ୍ଗନବାଡ଼ି କେନ୍ଦ୍ରର ନିର୍ମାଣ ଏବଂ ପ୍ରାଥମିକ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପ୍ରତିଷ୍ଠା କରିବା ଉପରେ ସେ ଗୁରୁତ୍ଵ ଦେଇଥିଲେ। ଏହା ସହ ସ୍ଥାନୀୟ ଅଞ୍ଚଳରେ କଲ୍ୟାଣ ମଣ୍ଡପ ଓ ଗୋଷ୍ଠୀ ଶୌଚାଳୟର ନିର୍ମାଣ କରିବା ଉପରେ ସେ ଧ୍ୟାନ ଦେଇଥିଲେ। ଏହି ଗସ୍ତ ସମୟରେ ଆରଏମସି ସହକାରୀ ଆୟୁକ୍ତ ଅଜିତ କୁମାର ପଟ୍ଟନାୟକ, ତହସିଲଦାର ନିବେଦିତା ପ୍ରଧାନଙ୍କ ସହ ବିଭିନ୍ନ ସରକାରୀ ଏବଂ ଆରଏମସିର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପାଉଡର ମେଟାଲରଜି ଆଣ୍ଡ ସ୍ମାର୍ଟ୍ ମ୍ୟାଟେରିଆଲ ଉପରେ କର୍ମଶାଳା

masiha

ଗାଁ ଗାଁ ଵୁଲି ଗୋ ମାତାଙ୍କ ସେବାରେ ସମର୍ପିତ କାମାକ୍ଷାନଗରର ତାରିଫ୍ ହୁସେନ

masiha

Preparatory Meeting Held for the Celebration of the 3rd Death Anniversary of Smt.Sanjukta Devi.

Sunil Chandra Nayak

Leave a Comment

error: Content is protected !!