ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ବୃକ୍ଷରୋପଣ 

କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ବୃକ୍ଷରୋପଣ 

ରାଉରକେଲା:ଗତ ଦୁଇ ଦିନ ମଧ୍ୟରେ ପାଣିପାଗରେ ପରିବର୍ତ୍ତନ ଦେଖି କ୍ଲିନ୍ ଆଣ୍ଡ ଗ୍ରୀନ୍ ର କିଛି ପ୍ରକୃତି ପ୍ରେମୀ ସଦସ୍ୟ ମାନଙ୍କ ଦ୍ବାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହି କ୍ରମରେ ପ୍ରଥମେ ରାଉରକେଲା ଇସ୍ପାତ ନଗରୀ ,ସେକ୍ଟର-୮ରେ ଅବସ୍ଥିତ ରାଉରକେଲା ମହାନଗର ନିଗମ ଦ୍ଵାରା ପରିଚାଳିତ ଆଶାର ଆଲୋକ ପରିସରରେ ପ୍ରାୟ ପଚିଶରୁ ଉର୍ଦ୍ଧ୍ବ ଫଳଗଛ ସହିତ ଅନ୍ୟ କିଛି ଦରକାରୀ ଗଛ ସଦସ୍ୟ ମାନଙ୍କ ଦ୍ୱାରା ଲଗାଯାଇଥିଲା । ପ୍ରତ୍ୟେକ ସଦସ୍ୟ ମାନଙ୍କର ଏଥିପ୍ରତି ଗଭୀର ଉତ୍କଣ୍ଠା ପରିଲକ୍ଷିତ ହୋଇଥିଲା । ଦିନକୁ ଦିନ ବଢୁଥିବା ତାପମାତ୍ରା ସମସ୍ତଙ୍କ ମନରେ ସେହି ଗୋଟିଏ କଥା ଉଦ୍ରେକ କରୁଛି, ଆଗକୁ ତିଷ୍ଠି ରହିବାକୁ ହେଲେ ବ୍ୟାପକ ବନୀକରଣ ଆବଶ୍ୟକ ରହିଛି । ସେଥିପାଇଁ ଚଳିତ ବର୍ଷ ‘ବୃକ୍ଷ ରୋପଣ’ଉପରେ ସମସ୍ତ ସଦସ୍ୟ ସଦସ୍ୟା ଙ୍କ ମଧ୍ୟରେ ଉତ୍ସାହ ଅନୁଷ୍ଠାନର ପରିବେଶ ସୁରକ୍ଷା ପ୍ରତିବଦ୍ଧତା କୁ ପ୍ରମାଣ କରୁଛି ବୋଲି ସୂଚାଉଛି। ସୂଚନାଯୋଗ୍ୟ ଯେ ଗତବର୍ଷ ସେକ୍ଟର ୧୪ ଠାରେ ପ୍ରାୟ ୯୦ଟି ଆତ ଗଛ ଲଗାଯାଇ ତା’ର ରକ୍ଷଣାବେକ୍ଷଣ ଅନୁଷ୍ଠାନ ଦ୍ବାରା କରାଯାଉଛି। ଚଳିତ ଥର ମଧ୍ୟ ୧୮ଟି ଆତ ଗଛ ଲଗାଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରାୟ ୩୦ଜଣ ସଦସ୍ୟ ସଦସ୍ୟା ଅଂଶଗ୍ରହଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଚକୋଟିଆ ଭୁଞ୍ଜିଆ ଜନଜାତି ଙ୍କୁ ବନାଞ୍ଚଳ ରେ ବସତି ଜମି ର ଅଧିକାର ମିଳିଲା 

masiha

ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟରେ କୁଳପତି ସମେତ ଖାଲି ପଡ଼ିଥିବା ଅଧ୍ୟାପକ, ପ୍ରଫେସର ଓ ଶିକ୍ଷା କର୍ମଚାରୀ ପଦବୀ ତୁରନ୍ତ ପୂରଣ କରିବା ଦାବିରେ ସରା ଓଡ଼ିଶା ଦାବି ଦିବସ ପାଳନ 

Sunil Chandra Nayak

ଖଲ୍ଲିକୋଟ ବିଶ୍ବବିଦ୍ୟାଳୟର ନୂତନ କୋଠା ନିର୍ମାଣ ଦୁର୍ନୀତି ! 

masiha

Leave a Comment

error: Content is protected !!