ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖୋଲିଲା ବିଦ୍ୟାଳୟ, ମଧ୍ୟାହ୍ନ ଭୋଜନ କୁ ନେଇ ଚିନ୍ତାରେ ଶିକ୍ଷକ ଓ ଅଭିଭାବକ 

ଖୋଲିଲା ବିଦ୍ୟାଳୟ, ମଧ୍ୟାହ୍ନ ଭୋଜନ କୁ ନେଇ ଚିନ୍ତାରେ ଶିକ୍ଷକ ଓ ଅଭିଭାବକ 

ନବରଙ୍ଗପୁର:( ୨୪/୬/୨୪)(ରବି ନାରାୟଣ ମହାନ୍ତି)ସରକାରୀ ଘୋଷଣା ଅନୁଯାୟୀ ଆଜିଠାରୁ ଦିବା ସ୍କୁଲ ପାଠ ପଢ଼ା ଆରମ୍ଭ ହୋଇଛି । ଏହି ଅବସରରେ ଧରାକୋଟ ବ୍ଲକର ୬୭ଗୋଟି ପ୍ରାଥମିକ ବିଦ୍ୟାଳୟ,,୩୮ ଗୋଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,୨୦ ଗୋଟି ଉଚ୍ଚ ବିଦ୍ୟାଳୟ,୯ ଗୋଟି ଶିଶୁ ମନ୍ଦିର,୨ ଗୋଟି ଆଶ୍ରମ ବିଦ୍ୟାଳୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ଶିକ୍ଷାଦାନ ଆରମ୍ଭ ହୋଇଛି। ନୂତନ ଶିକ୍ଷା ବର୍ଷ ଆରମ୍ଭ ହୋଇଥିବାରୁ ଛାତ୍ର ଛାତ୍ରୀ ମାନେ ନୂତନ ଆଶା ଉଦ୍ଦୀପନା ନେଇ ବିଦ୍ୟାଳୟ କୁ ଆସିଥିବା ବେଳେ ପନିପରିବା ଦରରେ ମାହାଙ୍ଗା ମାଡ଼ ଯୋଗୁଁ ଶିକ୍ଷକ ଓ ପରିଚାଳନା କମିଟି ସଦସ୍ୟ ମାନେ ଚିନ୍ତାରେ ପଡ଼ିଛନ୍ତି। ସରକାର ପ୍ରାଥମିକ ବିଦ୍ୟାଳୟ ର ପିଲାଙ୍କ ପାଇଁ ଟ ୫.୯୦ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପିଲାଙ୍କ ପାଇଁ ଟ ୮.୮୨ ସ୍ଥିର କରିଛନ୍ତି । ସୋମ ଓ ଗୁରୁବାର ରେ ଡାଲମା,ମଙ୍ଗଳ ଓ ଶନିବାର ରେ ସୋୟାବିନ ବଡି, ବୁଧ ଓ ଶୁକ୍ର ବାର ପାଇଁ ଅଣ୍ଡା ଦେବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ନିର୍ଦ୍ଦେଶ ରହିଛି । ସଂପ୍ରତି ଆଳୁ କିଲୋ ପିଛା ବଜାର ଦର ୩୫ ଟଙ୍କା,ପିଆଜ୪୦ ଟଙ୍କା, ବାଇଗଣ ୬୦ ଟଙ୍କା,ଟମାଟୋ ୮୦ ଟଙ୍କା, ଭଣ୍ଡା ୫୦ ଟଙ୍କା, ସାରୁ ୫୦ ଟଙ୍କା , ଜହ୍ନି ୬୦ ଟଙ୍କା ଓ ଅଣ୍ଡା ଗୋଟିଏ ୭ ଟଙ୍କାରେ ବଜାରରେ ବିକ୍ରି ହେଉଛି । ଏପରି ସ୍ଥିତିରେ କିପରି ପିଲାଙ୍କୁ ମଧ୍ୟାହ୍ନ ଭୋଜନ ସୁଚାରୁ ରୁପେ ଦିଆଯିବ ତାକୁ ନେଇ ଉଭୟ ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ମାନେ ଚିନ୍ତାରେ ପଡ଼ିଛନ୍ତି। ବଜାର ଦରରେ ଯଦି ନିୟନ୍ତ୍ରଣ ନଅ ଆସେ ତାହେଲେ ସରକାର ଛାତ୍ର ଛାତ୍ରୀ ଙ୍କ ପିଛା ଦରବୃଦ୍ଧି ପାଇଁ ପି ଟି ଏ ସଦସ୍ୟ ମାନେ ଦାବି କରିବେ ବୋଲି ପ୍ରକାଶ କରିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ମାନ୍ୟବର କଟକ ସଦର ବିଧାୟକ ଇଂ.ପ୍ରକାଶ ଚଂଦ୍ର ସେଠୀଙ୍କ ତତ୍ତ୍ଵାବଧାନରେ ଜନଶୁଣାଣି କାର୍ଯକ୍ରମ 

masiha

ଖଡ଼ୁରା ସମାଜ ଭୁବନେଶ୍ୱର ଶାଖାର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

ରାୟଗଡା ଜିଲ୍ଳା ଉତ୍କଳ ଗୋପାଳ ଗଉଡ ସମାଜ ପକ୍ଷରୁ ୩ ପରିବାରଙ୍କୁ ସହାୟତା ପ୍ରଦାନ

Leave a Comment

error: Content is protected !!