ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ପରିଷଦ ସମୀକ୍ଷା ବୈଠକ “ଏକ ପେଡ୍ ମା କେ ନାମ୍ “ର ଶୁଭାରମ୍ଭ

ଜିଲ୍ଲା ପରିଷଦ ସମୀକ୍ଷା ବୈଠକ

“ଏକ ପେଡ୍ ମା କେ ନାମ୍ “ର ଶୁଭାରମ୍ଭ

ଭବାନୀପାଟଣା ତା: ୨୭/୦୬/୨୦୨୪ ରିଖ :ଆଜି ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପରିଷଦ ଦ୍ଵାରା ପ୍ରଣୟନ ହୋଇଥିବା ବିଭିନ୍ନ ସ୍କିମର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ସି.ଡି.ଓ ଜିଲ୍ଲାପରିଷଦ ଦୟାମୟ ପାଢ଼ୀ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦିଲ୍ଲିପ ମହାରଣା, ଆଇ.ଏ.ଏସ୍. ଟ୍ରେନିଙ୍ଗ ଅଧିକାରୀ କସ୍ତୁରୀ ପଣ୍ଡା ଉପସ୍ଥିତ ଥିଲେ । ପ୍ରଥମେ ଜିଲ୍ଲାପାଳ ମିଶନ ଶକ୍ତି ମାଆ ମାନଙ୍କ ଦ୍ଵାରା ଜିଲ୍ଲାରେ “ଏକ ପେଡ଼ ମା କା ନାମ” କାର୍ଯ୍ୟକ୍ରମ ପାଇଁ ବିଶେଷ ଆଲୋଚନା କରିଥିଲେ । ଏହି କାର୍ଯକ୍ରମ ଆସନ୍ତା ଜୁଲାଇ ମାସ ୧ ତାରିଖ ରୁ ଆରମ୍ଭ ହୋଇ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଜିଲ୍ଲାରେ ୧୩ଟି ବ୍ଲକ୍ ଓ ଭବାନୀପାଟଣା ମ୍ୟୁନିସିପାଲଟି ଅଞ୍ଚଳରେ ୨୦୫୪୧ ଟି ସ୍ଵୟଂ ସହାୟକ ଗୋଷ୍ଠୀର ୨,୧୯,୨୧୭ ଜଣ ମା ମାନଙ୍କ ଦ୍ଵାରା ୮,୫୩,୦୧୩ ଟି ବୃକ୍ଷ ରୋପଣର ଲକ୍ଷ ଧାର୍ଯ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗ, ଜଙ୍ଗଲ ବିଭାଗ, ଉଦ୍ୟାନ ବିଭାଗ, ଜଳ ଛାୟା ପ୍ରକଳ୍ପ ଯୋଡ଼ିହୋଇ ପ୍ରତ୍ୟେକ ମା ମାନଙ୍କୁ ୫ ଟି ଗଛ ଚାରା ଯୋଗାଇ ଦେବେ । ବ୍ୟାପକ ବୃକ୍ଷ ରୋପଣ ଓ ପରିବେଶ ସଂତୁଳନ ପାଇଁ ଏହା ଏକ ଅଭିନବ ପଦକ୍ଷେପ ହେବ। ଜିଲ୍ଲାପରିଷଦ ର ବିଭିନ୍ନ ସ୍କିମ୍ ରେ ଆସିଥିବା ଅର୍ଥ ଅନୁଦାନ ଓ ବ୍ଲକ୍ ସ୍ତରରେ ବଣ୍ଟନ ହୋଇଥିବା ଅର୍ଥର ଉପଯୋଗ ଉପରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ଓ ମରାମତି, ସ୍କୁଲ ଗୃହ ମରାମତି, ଗ୍ରାମ୍ୟ ଆବାସ, ମନରେଗା, ସ୍ୱଚ୍ଛ ଭାରତ ମିଶନ, ଆମ ବ୍ୟାଙ୍କ୍, ଓରମାସ, ଓ.ଏଲ୍.ଏମ୍, ଜନ ଶୁଣାଣୀ, ଅଙ୍ଗନୱାଡ଼ି କେନ୍ଦ୍ର ଉପରେ ସମୀକ୍ଷା କରିଥିଲେ। ଏହି ବୈଠକରେ ୧୩ ଟି ବ୍ଲକ୍ ର ବି.ଡି.ଓ, ଏ.ଇ. ଓ ଅନ୍ୟ କ୍ଷେତ୍ର ଅଧିକାରୀ, ଉଦ୍ୟାନ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଜାତିଆଣ ଆକ୍ଷେପ ଓ ଦଳିତ କୁ ଆକ୍ରମଣ ଘଟଣା ରେ ଅଭିଯୁକ୍ତକୁ ୨ ବର୍ଷ ଜେଲ ଦଣ୍ଡାଦେଶ

masiha

ମାନ୍ୟବର ରାଷ୍ଟ୍ରପତି ଓ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ଅଵ୍ୟ ବହିତ ପୂର୍ବରୁ “ସ୍ୱଛତା ସେ ସ୍ୱାଗତ ” କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଏସଏସଆରଭିଏମ୍ ର ଚାରିଦିନିଆ ଶ୍ରଦ୍ଧା କାର୍ଯ୍ୟକ୍ରମ ସମାପନ 

Sunil Chandra Nayak

Leave a Comment

error: Content is protected !!