ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅତିରିକ୍ତ କମିଶନରଙ୍କ ବିରୋଧରେ ଦେବୋତ୍ତର ବିଭାଗ ନିକଟରେ ଅଭିଯୋଗ କଲା ମନ୍ଦିର ଟ୍ରଷ୍ଟ ବୋର୍ଡ

ଅତିରିକ୍ତ କମିଶନରଙ୍କ ବିରୋଧରେ ଦେବୋତ୍ତର ବିଭାଗ ନିକଟରେ ଅଭିଯୋଗ କଲା ମନ୍ଦିର ଟ୍ରଷ୍ଟ ବୋର୍ଡ

ଖଇରା,୨୮/୬/୨୪- ଅତିରିକ୍ତ କମିଶନର, କଟକ ବିରୋଧରେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ମାଣତ୍ରୀ ପଞ୍ଚାୟତ ଜଳଙ୍ଗ-ଗଣ୍ଡିବେଡ ଠାରେ ଥିବା ମା ଚଣ୍ଡୀ ଠାକୁରାଣୀ ଟ୍ରଷ୍ଟ ବୋର୍ଡ ଦେବୋତ୍ତର ବିଭାଗ କମିଶନର ଭୁବନେଶ୍ୱର, ଓଡିଶାଙ୍କ ନିକଟରେ କରିଛି ଅଭିଯୋଗ । ଏ ବିଷୟରେ ଗତ ତା ୨୭/୬/୨୪ ରିଖ ଦିନ ମନ୍ଦିର ଟ୍ରଷ୍ଟି ପ୍ରଫୁଲ୍ଲ କୁମାର ଦାସ ଗ୍ରାମବାସୀ ମାନଙ୍କୁ ଚଣ୍ଡୀ ଠାକୁରାଣୀଙ୍କ ପୀଠକୁ ଡାକି ଅପରାହ୍ନ ୩ ଘଟିକା ସମୟରେ ଏକ ବୈଠକ କରିଥିଲେ । ବର୍ତ୍ତମାନ ସୁଦ୍ଧା ପୀଠ ବାବଦରେ କୋର୍ଟରେ କେସ୍ ବିଚରାଧୀନ ଅଛି । କେସ ନମ୍ବର -୦୧/୨୦୨୦ ମୂଳେ ସମ୍ପୂର୍ଣ୍ଣ ସାକ୍ଷୀଙ୍କ ବୟାନ ଅଦାଲତ ନେଇ ସାରିନାହିଁ । କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ ଅତିରିକ୍ତ କମିଶନର କଟକ, ମେମୋ ନମ୍ବର- ୧୩୩୫ ତା ୧୮/୬/୨୪ ରେ ଉଲ୍ଲେଖ କରିଛନ୍ତି ଅନ୍ନପୂର୍ଣ୍ଣା ତିଆଡିଙ୍କୁ ମନ୍ଦିରରେ ପୂଜା କରିବା ପାଇଁ । ଯେଉଁ ଚିଠି ଡାକ ମାଧ୍ୟମରେ ଗତ ୨୫/୬/୨୪ ରିଖରେ ମନ୍ଦିର ଟ୍ରଷ୍ଟି ନିକଟରେ ପହଞ୍ଚିଛି । ଏହା କିପରି ସମ୍ଭବ ହେଲା ? ବ୍ରିଟିଶ ଅମଳରୁ ମା’ ଏଠାରେ ପୂଜା ପାଉଛନ୍ତି । ପ୍ରାଣ ପ୍ରତିଷ୍ଠା ମା’ଙ୍କ ପୂଜା କିପରି ଜଣେ ମହିଳା କରିବ ଯାହା ଶାସ୍ତ୍ର ସମ୍ବନ୍ଧୀୟ ନୁହେଁ । ୧୯୮୪ ମସିହାରେ ଏଣ୍ଡାମେଣ୍ଟରେ ଅନ୍ତର୍ଭୁକ୍ତ ହୋଇ ଅଦ୍ୟାବଧି ନୀତି ନିୟମରେ ଚାଲୁଛି । ଅତିରିକ୍ତ କମିଶନଙ୍କର ଚିଠି ମୂଳେ ଅନ୍ନପୂର୍ଣ୍ଣା ମଧ୍ୟ ବୈଠକୁ ଆସିଲେ ନାହିଁ । କୋର୍ଟ ଅର୍ଡର, ଟ୍ରଷ୍ଟ ବୋର୍ଡ ଓ ଗ୍ରାମବାସୀ ମାନଙ୍କୁ ଅବମାନନା କରି ଠାକୁରଙ୍କ ଜମିକୁ ନିଜ ଜମି ଦାବି କରି ଅତିରିକ୍ତ ଚକବନ୍ଦୀ କମିଶନର ବାଲେଶ୍ଵରଙ୍କ ଠାରେ କେସ୍ କରିଛନ୍ତି ଅନ୍ନପୂର୍ଣ୍ଣା ତିଆଡି । ଭକ୍ତ ମାନଙ୍କ ମାନସିକ ଗହଣା ଘରେ ରଖି ଟ୍ରଷ୍ଟି ନିକଟରେ ଜମା ନଦେବା, ଠାକୁରଙ୍କ ଜମି ଅନ୍ୟକୁ ବିକ୍ରି କରିବା, ବକେୟା ଧାନ ଟଙ୍କା ନଦେବା, ଗ୍ରାମବାସୀ, ଭଦ୍ରବ୍ୟକ୍ତି, ଟ୍ରଷ୍ଟ ବୋର୍ଡ ଓ ଅନ୍ୟ ସେବାୟତଙ୍କ କଥାକୁ ନିଜେ ଅନ୍ନପୂର୍ଣ୍ଣା, ତାଙ୍କ ସ୍ବାମୀ ଓ ପରିବାର ନମାନିବା, ମନ୍ଦିର ଉନ୍ନତି କାର୍ଯ୍ୟରେ ବାଧାଦେବା, ପୂଜା କାର୍ଯ୍ୟରେ ବିଶୃଙ୍ଖଳା ସୃଷ୍ଟି କରିବା, ଗ୍ରାମବାସୀଙ୍କୁ ଅସନ୍ତୁଷ୍ଟ କରିବା, କାହାରି କଥା ନମାନି ଜିଲ୍ଲାପାଳ ଓ କମିଶନରଙ୍କୁ ପକ୍ଷକରି ମିଥ୍ୟା କେସ୍ କରି ବିଭିନ୍ନ ପ୍ରକାର ଅଶାନ୍ତି ସୃଷ୍ଟି କରିବା, କୋର୍ଟ ଅର୍ଡରକୁ ଅବମାନନା କରିବା ସହିତ ଟ୍ରଷ୍ଟ ବୋର୍ଡ କଥାକୁ ଭ୍ରୁକ୍ଷେପ ନକରି ମା’ଙ୍କ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ବିଗ୍ରହକୁ ଜଣେ ମହିଳା ମନ୍ତ୍ରପାଠ ଦ୍ବାରା ପୂଜା କରିବା ଯାହା ବିଧିବିଧାନରେ ନାହିଁ । ଏଭଳି ବିଭିନ୍ନ ବିଷୟବସ୍ତୁକୁ ନେଇ ବୈଠକରେ ଆଲୋଚନା ହୋଇଥିଲା । ଶେଷରେ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା ଅତିରିକ୍ତ କମିଶନରଙ୍କ ଅର୍ଡର ବିରୋଧରେ ଦେବୋତ୍ତର କମିଶନର ଭୁବନେଶ୍ୱର, ଓଡିଶା ନିକଟରେ ଅଭିଯୋଗ କରିବା ପାଇଁ । ଉକ୍ତ ବୈଠକରେ ଟ୍ରଷ୍ଟ ବୋର୍ଡ ସଭ୍ୟ, ପୂର୍ବତନ ସଭ୍ୟ, ଭକ୍ତ, ଜନସାଧାରଣଙ୍କ ସମେତ ପୂଜକ ବେଣୁଧର ତିଆଡି, ତ୍ରୈଲୋକ୍ଯ ତିଆଡି, ଉମାକାନ୍ତ ପଣ୍ଡା ଏବଂ ଗ୍ରାମବାସୀ ନାରାୟଣ ଦାସ, ସୁଶାନ୍ତ ମହାପାତ୍ର, ଭଗବାନ ଦାଶ, ରତ୍ନାକର ସାହୁ, କୈଳାସ ରଣା, ନିମାଇଁ ଚରଣ ବାରିକ, ଲକ୍ଷ୍ମୀଧର ବେହେରା, ପୂର୍ଣ୍ଣ ଚନ୍ଦ୍ର ଦାସ, ପହ୍ମଲୋଚନ ଦାସ, ଦୀପକ ବାରିକ, ଅର୍ଜୁନ ଚରଣ ପଣ୍ଡା, ନୃସିଂହ ଚରଣ ପଟ୍ଟନାୟକ, ଭଗବାନ ସାହୁ, କାଶିନାଥ ବାରିକ, ଭାଗିରଥି ବାରିକ, ଶରତ ଜେନା, ରତ୍ନାକର ଦାସଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । କିନ୍ତୁ ଖଇରା ତହସିଲଦାର ସବ୍ୟସାଚୀ ଜେନା ଛୁଟିରେ ଥିବାରୁ ବୈଠକରେ ଅନୁପସ୍ଥିତ ଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

Tributes Paid to Rabindranath Tagore on His Death Anniversary.

Sunil Chandra Nayak

ବରିଷ୍ଠ ନାଗରିକ ସଂଗଠନ ଜୁନାଗଡର ଦ୍ବିତୀୟ ସାଧାରଣ ବୈଠକ

ସ୍ଵ ଗଣନା କାର୍ଯ୍ୟକ୍ରମ ର ଶୁଭାରମ୍ଭ 

Sunil Chandra Nayak

Leave a Comment

error: Content is protected !!