ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନେପାଳୀ ଭାଷାରେ ଅନୁବାଦ ହେଲା ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତା

ନେପାଳୀ ଭାଷାରେ ଅନୁବାଦ ହେଲା ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତା

ନେପାଲୀ କବି କେମଲାଲ ପୋଖରାଲ ଡ.ଭବାନୀ ଶଙ୍କର ନିଆଲଙ୍କ ଦୁଇଟି ଓଡ଼ିଆ କବିତାକୁ ନେପାଳୀ ଭାଷରେ ଅନୁଦିତ କରିଛନ୍ତି। ଏହି କବିତାକୁ ଇଂରାଜୀ ଭାଷାରେ ଡ଼. ତପନ କୁମାର ରଥ ଅନୁଦିତ କରିଥିଲେ। କେମଲାଲ ପୋଖରାଲ ନେପାଳ ଦେଶର ଜଣେ ସୁନାମଧନ୍ୟ କବି। ସେ ୱାର୍ଲଡ ନେସନ୍ସ ରାଇଟର ୟୁନିଅନ ର ସଦସ୍ୟ ଏବଂ ଅନେକ ସଂଗଠନ ଦ୍ୱାରା ସେ ସମ୍ବର୍ଦ୍ଧିତ ହୋଇଛନ୍ତି।କ୍ରମାଗତ ଭାବେ କବି ନିଆଲଙ୍କ କବିତା ଗୁଡିକ ଇଂରାଜୀ,ବଙ୍ଗଳା,ଇଟାଲୀ,ବେଳାରୁଷ,ରୁଷ, ଫ୍ରାନ୍ସ, ଚୀନ, ଆର୍ବିକ,ପାର୍ସିଆ,ପୋଲିସ,ସ୍ପେନିସ,ଆଳବାନିୟନ,ସ୍ବେଡ଼ିସ,ଫିଲିପିନୋ,ଭିଏତନାମା,ଜାପାନ, କିର୍ଗିଜ୍, ହିବ୍ରୁ, ଇଣ୍ଡୋନେସିଆ ଭଳି ୨୦ ଟି ଅନ୍ତଃରାଷ୍ଟ୍ରୀୟ ଭାଷାରେ ଅନୁଦିତ ହୋଇଛି। ଏହା ବ୍ୟତୀତ ଡ଼ ନିଆଲ ଙ୍କ ପନୋରମା ଇଣ୍ଟରନେସନାଲ ଫେଷ୍ଟିଭାଲ ୨୦୨୪ ଭାରତର ଆୟୋଜିତ କମିଟିର ଅଧ୍ୟକ୍ଷ ମଧ୍ୟ ଅଟନ୍ତି। କବି ନିଆଲଙ୍କ ସଫଳତା ପାଇଁ ଅନେକ ମହଲରେ ଖୁସିର ସୁଅ ଛୁଟୁଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

କଳପଡାରେ ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

ବିଜିୟୁ ପକ୍ଷରୁ ବିର୍ଲା ସ୍କୁଲ୍ ଅଫ୍ ଲ’ର ନୂତନ ବିଦ୍ୟାର୍ଥୀଙ୍କ ପାଇଁ ଶିକ୍ଷାରମ୍ଭ ଉତ୍ସବ -୨୦୨୬ ଅନୁଷ୍ଠିତ

Sunil Chandra Nayak

ନୂଆପଡ଼ାରେ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ: ଶିଶୁ ଓ ମାତୃ ମୃତ୍ୟୁ ହାରକୁ ରାଜ୍ୟରେ ସର୍ବନିମ୍ନ ସ୍ତରକୁ ଆଣିବା ଲକ୍ଷ୍ୟ  

Sunil Chandra Nayak

Leave a Comment

error: Content is protected !!