ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଷାକ୍ତ ସାପ କାମୁଡାରେ ମହିଳା ମୃତ 

ବିଷାକ୍ତ ସାପ କାମୁଡାରେ ମହିଳା ମୃତ 

ଡାବୁଗାଁ, ୨୮/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନାର ସିଂସାରି ଫାଣ୍ଡି ଅଧୀନ ବୋରିଭଟ୍ଟା ଗ୍ରାମରେ ବିଷାକ୍ତ ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ନେଇ ଶୁକ୍ରବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନାର ସିଂସାରି ଫାଣ୍ଡି ଅଧୀନ ବୋରିଭଟ୍ଟା ଗ୍ରାମର କୁଶ ଭତ୍ରା ଙ୍କ ପରିବାର ଲୋକେ ଗୁରୁବାର ରାତ୍ରିରେ ରାତ୍ର ଭୋଜନ ସାରି ଶୋଇଥିଲେ | ବିଳମ୍ବିତ ରାତ୍ରିରେ କୁଶ ଭତ୍ରା ଙ୍କ ସ୍ତ୍ରୀ ତୁଲସୀ ଭତ୍ରା (୫୫) ଙ୍କ ଗୋଡରେ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା | ତୁଲସୀ କଣ ଗୋଟେ କାମୁଡି ଦେଲା ବୋଲି ପାଟି କରିଥିଲେ | ପାଟି ଶୁଣି ପରିବାର ଲୋକେ ଉଠି ଦେଖିଥିଲେ ଯେ ଘର ଭିତରେ ଏକ ବିଷାକ୍ତ ସାପ ରହିଛି | ସଙ୍ଗେ ସଙ୍ଗେ ପରିବାର ଲୋକେ ତୁଲସୀ ଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ | ସେଠାରେ ଚିକିତ୍ସିତ ଅବସ୍ଥାରେ ଶୁକ୍ରବାର ସକାଳୁ ତାଙ୍କର ମୃତ୍ୟୁ ଘଟିଥିଲା | ଏନେଇ ମୃତକର ପୁଅ ମଗେଶ ଭତ୍ରା ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ସିଂସାରି ଫାଣ୍ଡି ଅଧିକାରୀ ଗୋପାଳକୃଷ୍ଣ ହାଲୱା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୨୪/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସରକାରଙ୍କ ନିର୍ଦ୍ଦେଶକୁ ଖାତିର ନାହିଁ , ଖଣି ଲୋକଙ୍କୁ ଧରି କାହିଁକି କାର୍ଯ୍ୟ କରନ୍ତି ଦାସମାତ ସୋରେନ(ଡି.ଡି.ସି.ଏ )

masiha

ବାଗପୁର ଗ୍ରାମରେ 14ଦିନ ଧରି ରାମ ଲୀଳା ନାଟକ ପରିବେଷଣ 

Sunil Chandra Nayak

ଜୈନ ତେରପନ୍ଥ ମହିଳା ମଣ୍ଡଳ ନବରଙ୍ଗପୁର ଦ୍ୱାରା ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହ ଆୟୋଜିତ

Sunil Chandra Nayak

Leave a Comment

error: Content is protected !!