ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଢେ଼ଙ୍କାନାଳ ଅବକାରୀ ବିଭାଗର ମାରାଥନ୍ ଚଢ଼ାଉରେ ବିପୁଳ ପରିମାଣର ଦେଶୀମଦ ସହିତ ନଅ ଜଣ ମଦ ବ୍ୟବସାୟୀ ଗିରଫ 

ଢେ଼ଙ୍କାନାଳ ଅବକାରୀ ବିଭାଗର ମାରାଥନ୍ ଚଢ଼ାଉରେ ବିପୁଳ ପରିମାଣର ଦେଶୀମଦ ସହିତ ନଅ ଜଣ ମଦ ବ୍ୟବସାୟୀ ଗିରଫ 

 କାମାକ୍ଷାନଗର (ମନିସ )28/6/24 // ଢେ଼ଙ୍କାନାଳ ଅବକାରୀ ବିଭାଗ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢାଉ କରି ମୋଟ 1480 ଲିଟର ଦେଶୀମଦ ଜବତ କରିବା ସହିତ 9 ଜଣ ଦେଶୀମଦ ବ୍ୟବସାୟୀଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟବସାୟୀ ମାନେ ହେଲେ ନିହଲପ୍ରସାଦ୍ ଅଞ୍ଚଳର ପ୍ରତାପ ତରାଇ,ସୁଶାନ୍ତ କୁମାର ମାଝୀ, ବୁଲୁ ତରେଇ । ରାସୋଳ ଅଞ୍ଚଳର ସବିତା ପ୍ରଧାନ,ବାବୁଲି ପ୍ରଧାନ, ଅନ୍ତର୍ଯ୍ୟାମୀ ନାୟକ । ହିନ୍ଦୋଳ ର ଗଦାଧର ନାୟକ । ବାଙ୍ଗୁରା ର କୁଶ ମହାନ୍ତି ଏବଂ ବାଲାମି ଅଞ୍ଚଳର ଛବି ନାୟକ ।ଗିରଫ ମଦ ବେପାରୀଙ୍କ ମଧ୍ୟରୁ ନିହଲପ୍ରସାଦ ଅଞ୍ଚଳର ଦୁଇ ଜଣଙ୍କ ଠାରୁ ଗୋଟିଏ ବାଇକ୍ ଏବଂ ଗୋଟିଏ ସ୍କୁଟି ଜବତ ହୋଇଥିବା ବେଳେ ବୁଲୁ ତରାଇଙ୍କ ଠାରୁ ସର୍ବାଧିକ 925 ଲିଟର ଦେଶୀମଦ ସହିତ ଗୋଟିଏ ହୁଣ୍ଡାଇ ଆଇ ଚାରି ଚକିଆ କାର ମଧ୍ୟ ଜବତ କରିଛି ଜିଲ୍ଲା ଅବକାରୀ ଟିମ୍ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଦହିବରା ବିକ୍ରେତା ଙ୍କୁ ମରଣାନ୍ତକ ଆକ୍ରମଣ

Sunil Chandra Nayak

ଶାଗୁଆନ ଜଙ୍ଗଲ ମଧ୍ୟରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର

Sunil Chandra Nayak

ହତ୍ୟା ଉଦ୍ୟମ ମାମଲାରୁ ଆସାମୀ ନିର୍ଦୋଷରେ ଖଲାସ     

Leave a Comment

error: Content is protected !!