ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁଳୁଦିଆରେ ସଵର୍ଣ୍ଣଙ୍କ ଦ୍ବାରା ଅସଵର୍ଣ୍ଣଙ୍କୁ ମନ୍ଦିର ପ୍ରଵେଶ ମନା, ଲୋହିଆ ସଭାପତି ପ୍ରମିଳାଙ୍କ ନିନ୍ଦା

ଗୁଳୁଦିଆରେ ସଵର୍ଣ୍ଣଙ୍କ ଦ୍ବାରା ଅସଵର୍ଣ୍ଣଙ୍କୁ ମନ୍ଦିର ପ୍ରଵେଶ ମନା, ଲୋହିଆ ସଭାପତି ପ୍ରମିଳାଙ୍କ ନିନ୍ଦା

ରାଜନଗର -29.6.024 ଜାତି ଭେଦର ଭାବଧାରା ସମାଜରୁ ମୂଳପୋଛ ହୋଇ ଭାଇଚାରା ନେଇ ସମସ୍ତେ ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ଦିନ କାଟୁ ଥିଵା ଵେଳେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ଵ୍ଲକରେ କେରଡାଗଡ ଜଗନ୍ନାଥ ମନ୍ଦିରରେ ଅସବର୍ଣ୍ଣ ସଵର୍ଣ୍ଣଙ୍କ ମଧ୍ୟରେ ଗଣ୍ଡଗୋଳହୋଇ ଦୀର୍ଘଦିନ ପରେ ମନ୍ଦିର ପ୍ରଵେଶ କରାଯାଈଛି। ସେହିପରି ବ୍ଲକର କେତେକ ଗ୍ରାମରେ ସଵର୍ଣ୍ଣ ଅସଵର୍ଣ୍ଣଙ୍କୁ ଠାକୁର ମନ୍ଦିରକୁ ବାରଣ କରି ଥାନା ପର୍ଯ୍ୟନ୍ତ ମାମଲା ଯାଇ ପରସ୍ପର ମଧ୍ୟରେ ସମାଧାନ ହୋଇ ଭାଇଚାରା ବଜାଇ ରଖିଥିବା ବେଳେ ମହିଁଷାସୁର ପଞ୍ଚାୟତ ଗୁଳୁଦିଆରେ କେତେକ ଅହଂଭାବ ରଖିଥିବା ସବର୍ଣ୍ଣ ଙ୍କ ଇଙ୍ଗିତରେ ଅସଵର୍ଣ୍ଣ (ଧୋବା ସମ୍ପ୍ରଦାୟର) ଲୋକମାନଙ୍କୁ ମନ୍ଦିରକୁ ପ୍ରବେଶ ଓ ଭୋଗ କରିବାକୁ ଵାରଣ କରି ଅଭାବ ନୀୟପରିସ୍ଥିତି ସୃଷ୍ଟିକୁ କେନ୍ଦ୍ରାପଡା ଜିଲ୍ଲା ଆମ୍ବେଦକର ଲୋହିଆ ବିଚାର ମଞ୍ଚର ମହିଳା ସଭାନେତ୍ରୀ ଶ୍ରୀମତୀ ପ୍ରମିଳା ସେଠି ଦୃଢ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଥାନାରେ ଦାଵି କରିଛନ୍ତି। ଅଭିଯୋଗ କାରିଣୀ ବାସନ୍ତୀ ସେଠିଙ୍କ ଥାନାରେ କରିଥିବା ଅଭିଯୋଗ ପ୍ରକାରେ ଗ୍ରାମରେ ଥିବା ଶିବ ମନ୍ଦିର ଓ ଗ୍ରାମଦେଵୀ ମନ୍ଦିରକୁ ଧୋବା ସମ୍ପ୍ରଦାୟର ଲୋକମାନେ ଭୋଗ କରିବାକୁ ନେଇଥିଲେ। ସେଠାରେ ଥିବା ପୂଜକ ଶ୍ରୀ ହରେକୃଷ୍ଣ ପଣ୍ଡା ସେମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରାଇ ନଥିଲେ କି ଭୋଗମଧ୍ୟ କରିବାକୁ ବାରଣ କରି ଜାତିଆଣା ନେଇ ନାନାପ୍ରକାର ଗାଳିଗୁଲଜ କରି ସମାଜରେ ସେମାନଙ୍କ ଆତ୍ମସମ୍ମାନ ହାନୀ କରାଇଥିଲା। ଏନେଇ ଅସବର୍ଣ୍ଣ ମାନେ ଗ୍ରାମ ମୁରଵୀ ଓ ସରପଞ୍ଚଙ୍କୁ ଙ୍କୁ ଜଣାଇବା ପରେ ପୂଜକ ପରିବର୍ତ୍ତନ କରି ନୂତନ ପୂଜକ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ତାହା କାର୍ଯ୍ୟକାରୀ ନହେଵାରୁ ଗ୍ରାମର ଅମର ଜେନା, ଟୁଆଁ ସାହୁ, ବାବୁଲି ସାହୁ, ସୁଷମା ଜେନା ପୁନରାୟ ପୂଜକ ସହିତ ମିଶି ଆମ ଜାତିକୁ ନେଇ କୁ ଭାଷାରେ ଗାଳିଗୁଲଜ କରିଥିଲେ। ଏହାକୁ ନେଇ ରାଜନଗର ଥାନାରେ କେଶନଂ234/024 ପ୍ରକାରେ ଏସି ଏସ୍ଟି କେଶ ରୁଜୁ ହୋଇ ପଟ୍ଟାମୁଣ୍ଡାଇ ଏସଡିପିଓଙ୍କ ନିକଟରେ ଅଛି।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ମାଟ୍ରିକ ପରୀକ୍ଷା ରେ ବ୍ଲକ ଟପର ହେଲେ ଚି଼ଚେଇଗୁଡ଼ା ହାଇସ୍କୁଲ ଛାତ୍ର ରବୀନ୍ଦ୍ର ନାଏକ 

masiha

ରବି ଫସଲ ପାଇଁ ଜଳ ଯୋଗାଣ ନିମନ୍ତେ ‘ କୃଷକ ଉତ୍ପାଦକ ସଂଗଠନ’ , ରାଇରଙ୍ଗପୁର ପକ୍ଷରୁ ଜଳ ସଂପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଲିଖିତ ଦାବିପତ୍ର 

masiha

ନୂଆ ଓ ଯୁବ ଓଡିଶା ନବୀନ ଓଡିଶା ଉଦଘାଟିତ

masiha

Leave a Comment

error: Content is protected !!