ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖାଦ୍ୟ ସାମଗ୍ରୀର ଦରଦାମ ନିୟନ୍ତ୍ରଣ ଓ ନିଟ୍ ପ୍ରଶ୍ନ ପତ୍ର ଲିକ୍ ଘଟଣାର ଏସ ଆଇ ଟି ତଦନ୍ତ ଦାବିରେ ପ୍ରଧାନମନ୍ତ୍ରୀଙ୍କୁ ସି ପି ଆଇ ଏମ୍ ର ସ୍ମାରକପତ୍ର ପ୍ରଦାନ

ଖାଦ୍ୟ ସାମଗ୍ରୀର ଦରଦାମ ନିୟନ୍ତ୍ରଣ ଓ ନିଟ୍ ପ୍ରଶ୍ନ ପତ୍ର ଲିକ୍ ଘଟଣାର ଏସ ଆଇ ଟି ତଦନ୍ତ ଦାବିରେ ପ୍ରଧାନମନ୍ତ୍ରୀଙ୍କୁ ସି ପି ଆଇ ଏମ୍ ର ସ୍ମାରକପତ୍ର ପ୍ରଦାନ

ରାଉରକେଲା: ଦେଶରେ ସାଧାରଣ ନିର୍ବାଚନ ଶେଷ ହେଲାପରେ କେନ୍ଦ୍ରରେ ତୃତୀୟ ଥର ପାଇଁ ବି ଜେ ପି ନେତୃତ୍ବରେ ଏନ୍ ଡି ଏ ସରକାର କ୍ଷମତାସୀନ ହୋଇଛନ୍ତି ଏବଂ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସାଧାରଣ ନିର୍ବାଚନ ଶେଷ ହେବା କ୍ଷଣି ଦେଶରେ ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଦରଦାମ ଆକାଶଛୁଆଁ ହୋଇଛି। ଡାଲି, ଚାଉଳ,ତେଲ, ଆଳୁ, ପିଆଜ ଓ ପ୍ରାୟ ସମସ୍ତେ ଖାଦ୍ୟ ସାମଗ୍ରୀର ଦରଦାମ ଅହେତୁକ ଭାବରେ ବୃଦ୍ଧି ପାଇଛି ଯାହା ଫଳରେ ଦେଶର ସାଧାରଣ ଖାଉଟି ର ରୋଷେଇ ଘର ଉପରେ ତାର ପ୍ରତ୍ୟକ୍ଷ ପ୍ରଭାବ ପଡିଛି। ସାଧାରଣ ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାରର ସର୍ବନିମ୍ନ ଆବଶ୍ୟକତା ଆଳୁ, ପିଆଜ କିଲୋ ପିଛା ୪୦ ଟଙ୍କାରେ ପହଞ୍ଚିଥିଲା ବେଳେ ଡାଲି,ଅଟା, ଚାଉଳ ଗତ ୧୫ ଦିନ ମଧ୍ୟରେ ଦରବୃଦ୍ଧି ଆକାଶଛୁଆଁ ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାର ଦରଦାମ ନିୟନ୍ତ୍ରଣ କରିବା ଦିଗରେ କୋୖଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ଯାହା ଫଳରେ ପ୍ରତିଦିନ ଏହା ବୃଦ୍ଧି ପାଇବାରେ ଲାଗିଛି। ଏହାର ପ୍ରତିବାଦରେ ସି ପି ଆଇ ଏମ୍, ରାଉରକେଲା ଆଂଚଳିକ କମିଟି ପକ୍ଷରୁ ଆଜି ଏକ ପ୍ରତନିଧି ଦଳ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀ ଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରିବା ସହିତ ତାଙ୍କ ସରକାର ଉଭୟ କେନ୍ଦ୍ର ଓ ରାଜ୍ୟ ରେ କ୍ଷମତାସୀନ ଡବଲ ଇଞ୍ଜିନ୍ ସରକାର ନିର୍ବାଚିତ ହୋଇଥିଲେ ମଧ୍ୟ ଏ ଦିଗରେ ଦୃଷ୍ଟି ନଦେବା ସରକାର ଙ୍କ ଉଦାସୀନତା କୁ ଦର୍ଶାଉଛି ବୋଲି ପାର୍ଟି ପକ୍ଷରୁ ଉଦବେଗ ପ୍ରକାଶ କରିବା ସହ ଦରଦାମ ନିୟନ୍ତ୍ରଣ ଦିଗରେ ସରକାର ପଦକ୍ଷେପ ନେବାକୁ ଦାବି କରାଯାଇଛି।

    ସ୍ଥାନୀୟ ସ୍ତରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଳୁ, ପିଆଜ କଳାବଜାରୀ ଓ ମହଜୁଦକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ପାର୍ଟି ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି। ପ୍ରତିଦିନ ମନ ଇଚ୍ଛା ଆଳୁ, ପିଆଜ ର ଦରବୃଦ୍ଧି କରାଯାଉଛି ଯାହାଫଳରେ ସାଧାରଣ ଲୋକଙ୍କ ହାଣ୍ଡିଶାଳ ଉପରେ ଆକ୍ରମଣ କରି କେତେକ ନ୍ୟସ୍ତ ସ୍ଵାର୍ଥ ଗୋଷ୍ଠୀ ଭରପୁର ମୁନାଫା ନେବାକୁ ଚାହୁଁଛନ୍ତି। ପ୍ରତ୍ୟେକ ଦିନ ଆଳୁ, ପିଆଜ ଓ ଅନ୍ୟାନ୍ୟ ସାମଗ୍ରୀ ର ଦର ବୋର୍ଡ ରେ ଲେଖିବା ଓ ଯୋଗାଣ ବିଭାଗ ପକ୍ଷରୁ ତନଖି କରିବାକୁ ପ୍ରତିନିଧି ଦଳ ଦାବି କରିଛନ୍ତି।

    ଅନ୍ୟ ଏକ ପ୍ରସଙ୍କ ନିଟ୍ ପ୍ରଶ୍ନ ପତ୍ର ଲିକ୍ ଘଟଣାର ମାନ୍ୟବର ସୁପ୍ରିମକୋର୍ଟ ଙ୍କ ତତ୍ବାବଧାନରେ ଏସ ଆଇ ଟି ତଦନ୍ତ କରିବା, ଏନ୍ ଟି ଏ କୁ ରଦ୍ଦ କରିବା ଓ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ମାରକପତ୍ର ରେ ଦାବି କରାଯାଇଛି। ସି ପି ଆଇ ଏମ୍ ରାଉରକେଲା ଆଂଚଳିକ କମିଟି ସଂପାଦକ ରାଜ କିଶୋର ପ୍ରଧାନ, ସଂପାଦକ ମଣ୍ଡଳୀ ସଦସ୍ୟ ବସନ୍ତ ନାୟକ, ଚନ୍ଦ୍ରଭାନୁ ଦାସ, ବିଶ୍ଵଜିତ ମାଝୀ, ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଷ୍ଟ୍ରଭାଷା ପରୀକ୍ଷା ଦେଲେ ୧୩୬ ଜଣ ପରୀକ୍ଷାର୍ଥୀ.

Sunil Chandra Nayak

ବନ୍ଧୁଗାଁ ରୁ ରାୟଗଡ଼ା ଜିଲ୍ଲାକୁ ସଂଯୋଗ କରୁଥିବା ରାଣୀ ଦୂର୍ଗା ନଦୀର ବ୍ରିଜ ସଙ୍କଟାପନ୍ନ ଅବସ୍ଥାରେ

masiha

ଧର୍ମଗଡ ର ନୂତନ ଉପ ଜିଲ୍ଲାପାଳ ଭାବେ ଯୋଗ ଦେଲେ ଆଇଏସ ପ୍ରେକ୍ଷା ଅଗ୍ରୱାଲ

Sunil Chandra Nayak

Leave a Comment

error: Content is protected !!