ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସଂସଦରେ ରାହୁଲ ଗାନ୍ଧୀଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟ ନେଇ ରାଇରଙ୍ଗପୁରରେ ବିଜେପି ଯୁବମୋର୍ଚ୍ଚା ତରଫରୁ ପ୍ରତିବାଦ 

ସଂସଦରେ ରାହୁଲ ଗାନ୍ଧୀଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟ ନେଇ ରାଇରଙ୍ଗପୁରରେ ବିଜେପି ଯୁବମୋର୍ଚ୍ଚା ତରଫରୁ ପ୍ରତିବାଦ 

 ମୟୂରଭଞ୍ଜ – ୩/୦୭ ( ମସିହା)ସଂସଦରେ ରାହୁଲ ଗାନ୍ଧୀଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟ ନେଇ ଭାରତର ଅଗଣିତ ହିନ୍ଦୁ ମାନଙ୍କ ମନରେ ଅସନ୍ତୋଷ ବୃଦ୍ଧି ହୋଇଛି । ହିନ୍ଦୁ ମାନଙ୍କୁ ହିଂସ୍ର,ମିଥ୍ଯାବାଦ କହିବା ଅତି ନିନ୍ଦନୀୟ । ହିନ୍ଦୁମାନଙ୍କ ସ୍ବାଭୀମାନ ଓ ଆତ୍ମସମ୍ମାନକୁ ଏହା କଠୋରଘାତ କରିଛି । ଏହାକୁ ନେଇ ସମଗ୍ର ଭାରତ ବର୍ଷରେ ହିନ୍ଦୁ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷର ବହ୍ନି ଧରିଛି । ଏହାକୁ ନେଇ ରାଇରଙ୍ଗପୁରରେ ବିଜେପି ଯୁବ ମୋର୍ଚ୍ଚା ସଭାପତି ଲାଲା ବାରିକଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ଯୁବମୋର୍ଚ୍ଚା କର୍ମୀ ସ୍ଥାନୀୟ ବିଜୁପଟ୍ଟନାୟକ ପ୍ରତିମୂର୍ତ୍ତି ସମ୍ମୁଖରେ ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରିବା ସହ କଂଗ୍ରେସ ପାର୍ଟି ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ସ୍ଳୋଗାନ ଦେଇଥିଲେ ।ଏହି ପ୍ରତିବାଦ ସଭାରେ ବିଜେପି ନଗର ସଭାପତି ପ୍ରାକ୍ତନ ଶିକ୍ଷକ ସୁରଥ ପଟ୍ଟନାୟକ,ଆଇଟି ସେଲର ଶଶାଙ୍କ କୁମାର, କାଉନସିଲର ଦେବାଶିଷ ନାଏକ,ପପୁ ଦାସ,ରାଣା ମୋଦକ, ପରମାନନ୍ଦ ବେହେରା,କାଳିଆ ମହାନ୍ତି,କୁଲୁ ବେହେରା,ରାନୁ ପଦାର,ସିନ୍ଧୁ ବାରିକ,ଚିଣ୍ଟୁ ରଣା,,ଲଳିତ ଖଣ୍ଡାୟ,ରାକେଶ ଘଣା,ଜ୍ୟୋତି ରଣା,ମିକିନ,ସଂଜୟ ସାହୁ,କୁଲୁ ବେହେରା,ରଂଜିତ ବେହେରା ଏବଂ ଅନ୍ୟମାନେ ସାମିଲ ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ନୂଆପଡ଼ା ଜିଲ୍ଲା କୁ ଓଡ଼ିଶା ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ଦିନିକିଆ ଗସ୍ତ, ବିଭିନ୍ନ କାର୍ଯ୍ୟରେ ଯୋଗଦାନ 

Sunil Chandra Nayak

ରାଜ୍ୟର ୧୭ଟି ବିଶ୍ୱବିଦ୍ୟାଳୟରୁ ୧୪ଟିରେ ସ୍ଥାୟୀ କୁଳପତି ନଥିବା ପ୍ରସଙ୍ଗ , ଚଳିତ ମାସ ଶେଷ ସୁଦ୍ଧା ସ୍ଥାୟୀ କୁଳପତି ନିଯୁକ୍ତି ନହେଲେ ରାଜରାସ୍ତାକୁ ଓହ୍ଲାଇବୁ: ବିଜେଡି

Sunil Chandra Nayak

ମୟୂରଦର ପଞ୍ଚାୟତରେ ବିକାଶର ବାର୍ତ୍ତା ନେଇ ବିଜେଡିର ଜନ ସଂପର୍କ ଯାତ୍ରା

masiha

Leave a Comment

error: Content is protected !!