ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଂଗ୍ରେସ ବିଧାୟକ ବିଜୟର ଉତ୍ସାହ ପର୍ବ 

କଂଗ୍ରେସ ବିଧାୟକ ବିଜୟର ଉତ୍ସାହ ପର୍ବ 

ବନ୍ଧୁଗାଁ ତା, ୩/୭/୨୩, କୋରାପୁଟ ଜିଲ୍ଲା ଲଷ୍ମୀପୁର ନିର୍ବାଚନ ମଣ୍ଡଳିର କଂଗ୍ରେସ ଦଳର ବିଧାୟକ ବିଜୟ ଅବସରରେ  ବନ୍ଧୁଗାଁ ବ୍ଲକର କଂଗ୍ରେସ ସଭାପତି ଡ଼ି. ଏଙ୍କାଟିଙ୍କ ନେତୃତ୍ୱରେ ଆଜି ଦିନ ୧୧ ଘଟିକା ସମୟରେ ଏକ ପ୍ରୋସେସନ ଆରମ୍ଭ ହୋଇଥିଲା I ଆଜି ଏହି ଖୁସିର ଉତ୍ସବ ବନ୍ଧୁଗାଁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଠାରୁ ସୋରପଲି ପର୍ଯ୍ୟନ୍ତ ନାଚ ଗିତ ଢେମଶା ସହ ଖୁସିରେ ବିଜୟ ର ଉତ୍ସବ କରିସାରି ଶେଷରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଖେଳ ପଡିଆ ଠାରେ ଏକ ସଭାମଞ୍ଚ ର ଆୟୋଜନ କରାଯାଇଥିଲା ସେଠାରେ ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ନବ ନିର୍ବାଚିତ ଭାବରେ ବିଜୟ ହୋଇଥିବା ବିଧାୟକ ଶ୍ରୀ ପବିତ୍ର ସାଉନ୍ତା ପହଁଞ୍ଚି ମଞ୍ଚାସନ ହୋଇଥିଲେ I ମଞ୍ଚରେ ମଞ୍ଚାସନ ହୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କଂଗ୍ରେସ ଦଳିୟ ଲୋକଙ୍କୁ ଏକ ବାର୍ତା ଦେଇଥିଲେ ଏଥିରେ ଥିଲା କି ଆମେ ଆମ ଦଳ ଦଳ ପାଇଁ ବହୁ ମାତ୍ରାରେ ରାତିଦିନ କଷ୍ଟ କରି ଆମ ଦଳକୁ ସମସ୍ତେ ଏକ ହୋଇ ଲୋକଙ୍କ ଦୁଃଖ ସୁଖ ବୁଝିବୁ ଓ ଲୋକଙ୍କ ସହ ଆଗକୁ ସାତ ଦେବା ସହ ଅଞ୍ଚଳର ଉନ୍ନତି ମୂଳକ କାର୍ଯ୍ୟ କରିବୁ ଓ ବାର୍ଦ୍ଧ କ୍ୟ ଭତା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର କାର୍ଯ୍ୟକୁ ନେଇ ସବୁଦିନ ପାଇଁ ଆପଣଙ୍କ ସହିତ ଅଛୁ ବୋଲି ଯେଉଁ ପ୍ରତିଶୃତି ଦେଇଥିଲୁ ତାକୁ ଆମେ ପୁରଣ କରିବା ପାଇଁ ପ୍ରସ୍ତୁତ ହେବାର ଆବଶ୍ୟକ ଓ ଆମ ଦଳର କର୍ମକର୍ତ୍ତା ମାନେ ସମସ୍ତିଙ୍କ ପାଖକୁ ପହଞ୍ଚିବାକୁ ଚେଷ୍ଟା କରିବା ସହ ସରକାରଙ୍କ ଦ୍ୱାରା ଲୋକଙ୍କ ପାଇଁ ଯେତେ ଯୋଜନା ହୋଇଅଛି ସେ ସମସ୍ତ ଯୋଜନା ଲୋକଙ୍କ ପାଖକୁ ପହଁଞ୍ଚାଇବା ଓ ଶିକ୍ଷା କ୍ଷେତ୍ରରେ ଅଧିକ ଗୁରୁତ୍ଵ ଦେବା ପାଇଁ ଚେଷ୍ଟା କରିବି ଓ ଲୋକଙ୍କ ଦୁଃଖ ସୁଖରେ ହାତକୁ ହାତ ମିଶାଇ ଚାଲିବା ପାଇଁ ଆଜିର ବିଜୟର ଖୁସି ଉତ୍ସବ ଠାରେ ମନ୍ତବ୍ୟ ରଖିଥିଲେ I ଆଜିର ବିଜୟ ଉତ୍ସବ ଠାରେ ଲଷ୍ମୀପୁର ବ୍ଲକର ସଭାପତି କୈଲାସ ଚନ୍ଦ୍ର ଖସଲା, ନାରାୟଣ ପାଟଣା ବ୍ଲକ ସଭାପତି ବିଭୀଷଣ ମହାନନ୍ଦିଆ, ଦସମନ୍ତ ପୁର ବ୍ଲକ ସଭାପତି ବେଣୁଧର ପାତ୍ର, ଓ ବ୍ଲକ ସଭାପତି ମହନ ହିଆଲ, ଓ ନାରାୟଣ ପାଟଣା ବ୍ଲକ କଂଗ୍ରେସ ସମ୍ଫାଦକ ଅଭିମନ୍ୟୁ ସାହୁ ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ଯୁବ ସଭାପତି ମଣ୍ଟୁ ଖରା, ଏବଂ ବନ୍ଧୁଗାଁ ବ୍ଲକର ପୂର୍ବତନ ସାଂସଦ ପ୍ରତିନିଧି ଲକଣ ଖୋସଲା, ପୂର୍ବତନ ବିଧାୟକ ପ୍ରତିନିଧି କାମେଶ୍ୱର ରତନାଲୁ, ଅଶୋକ ପଟ୍ଟନାୟକ, ସଦାନା ପିଡ଼ିକା, ମାଲୋତି ମାଣ୍ଡିଙ୍ଗ, କାଣ୍ଟୁ ହୁଇକା ଓ ଏଥିରେ ବନ୍ଧୁଗାଁ ବ୍ଲକର ୧୩ ଗଟି ପଞ୍ଚାୟତର ପଞ୍ଚାୟତ ସଭାପତି ଙ୍କ ସହ ବ୍ଲକ ଯୁବ ସଭାପତି ଦାମଦର ପିଡ଼ିକା ସହ ବ୍ଲକର ପ୍ରାୟ ୭୦୦ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିବାର ଦେଖିବାକୁ ମିଳଥିଲା I

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ରାୟଗଡ଼ା ଜିଲ୍ଲା ବିଜେଡିର ସାମ୍ବାଦିକ ସମ୍ମିଳନୀ — ମହାଭାରତ ଶେଷ ଧର୍ମର ଜୟ ସୁଧୀର ଙ୍କ କଟଷ

Sunil Chandra Nayak

ବାରଙ୍ଗ ଥାନାରେ ନିରୀହ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଘଟଣା ଅପାରଗ ପୋଲିସର ବିନା ତଦନ୍ତରେ କାର୍ଯ୍ୟାନୁଷ୍ଠାନ ଯୋଗୁ ଥାନାକୁ ଯିବାକୁ ଡରିଲେଣି ଲୋକେ: ବିଜେଡି

କୋଇଲାରୀରେ କଂଗ୍ରେସ ବିଧାୟକ ପାର୍ଥୀଙ୍କ କର୍ମୀ ସମ୍ମିଳନୀ 

masiha

Leave a Comment

error: Content is protected !!