ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋହନ ପ୍ୟାରୀ ନିଳାମ୍ବର ନେଗି ଡିଗ୍ରୀ କଲେଜ ରାସ୍ତା ଶୋଚନୀୟ, ମରାମତି ଦାବି

ମୋହନ ପ୍ୟାରୀ ନିଳାମ୍ବର ନେଗି ଡିଗ୍ରୀ କଲେଜ ରାସ୍ତା ଶୋଚନୀୟ, ମରାମତି ଦାବି

ଜୁନାଗଡ଼ ୩/୭ ( ମନୀସ ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ରାଜପୁର ଗ୍ରାମରେ ଥିବା ମୋହନ ପ୍ୟାରୀ ନିଳ।ମ୍ବର ନେଗି ଡିଗ୍ରୀ କଲେଜ ରାସ୍ତା ଏବେ ଶୋଚନୀୟ ଅବସ୍ଥାରେ ପଡି ରହିଛି ।ଏହି ରାସ୍ତା ଦେଇ ପ୍ରତିଦିନ କଲେଜ ଛାତ୍ର ଛାତ୍ରୀ ଯିବା ଆସିବା କରିଥାନ୍ତି ।ପି ଡବ୍ଲୁଡି ମୁଖ୍ୟ ରାସ୍ତାରୁ କଲେଜ ପଯନ୍ତ ରାସ୍ତା ଖରାପ ରହିଛି । ବର୍ଷା ଦିନେ ଏହି ରାସ୍ତା କାଦୁଅ ପଚ ପଚ ହୋଇଥାଏ । ଏପରିକି ପାଣି ଜମିକି ରହି ଥାଏ ।ଯାହା ଫଳରେ ଯିବା ଆସିବାରେ ବାଧା ସୃଷ୍ଟି ହୋଇ ଥାଏ ।ଏହି ରାସ୍ତାର ମରାମତି ପାଇଁ କଲେଜ କର୍ତ୍ତୃପକ୍ଷ ଅନେକ ଥର ପଞ୍ଚାୟତ କର୍ତ୍ତୃପକ୍ଷ ଙ୍କ ଠାରେ ଅଭିଯୋଗ କରିଥିଲେ ସୁଦ୍ଧା ଏଯାଏଁ ରାସ୍ତା ମରାମତି ହୋଇ ପାରୁନାହିଁ ।ବର୍ତ୍ତମାନ ବର୍ଷା ଋତୁ ଆସିଥିବାରୁ କଲେଜ ଛାତ୍ର ଛାତ୍ରୀ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ଏଣୁ ଛାତ୍ର ଛାତ୍ରୀ ମାନଙ୍କ ସୁବିଧା ପାଇଁ ତୁରନ୍ତ ବ୍ଲକ ପ୍ରଶାସନ ଏହି ରାସ୍ତାର କଂକ୍ରିଟ କରଣ କରିବାକୁ ଦୃଷ୍ଟି ଦେବାକୁ କଲେଜ କର୍ତ୍ତୃପକ୍ଷଙ୍କ ଠାରୁ ଦୃଢ ଦାବି ହେଉଛି ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଲକ୍ଷ୍ମୀଧର ମ୍ୟୁନିସିପାଲିଟି ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ବିଦ୍ୟାଳୟ ପରିଚାଳନା କମିଟି ଗଠିତ

Sunil Chandra Nayak

ଲୋକଙ୍କ ଭୁଲ ଯୋଗୁଁ ବିଦ୍ୟୁତ୍ ବିଭାଗ ନାକେଦମ୍ : ୬ ଘଣ୍ଟା ହେଲା ବିଶ୍ବନାଥପୁର ଅଞ୍ଚଳରେ ବିଜୁଳି ଗୁଲ୍

୯୦ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ଉପଲକ୍ଷେ ନୂଆପଡ଼ା ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଡିଜିପି ପୁରସ୍କାର ରେ ସମ୍ମାନିତ 

masiha

Leave a Comment

error: Content is protected !!