ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋହନ ପ୍ୟାରୀ ନିଳାମ୍ବର ନେଗି ଡିଗ୍ରୀ କଲେଜ ରାସ୍ତା ଶୋଚନୀୟ, ମରାମତି ଦାବି

ମୋହନ ପ୍ୟାରୀ ନିଳାମ୍ବର ନେଗି ଡିଗ୍ରୀ କଲେଜ ରାସ୍ତା ଶୋଚନୀୟ, ମରାମତି ଦାବି

ଜୁନାଗଡ଼ ୩/୭ ( ମନୀସ ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ରାଜପୁର ଗ୍ରାମରେ ଥିବା ମୋହନ ପ୍ୟାରୀ ନିଳ।ମ୍ବର ନେଗି ଡିଗ୍ରୀ କଲେଜ ରାସ୍ତା ଏବେ ଶୋଚନୀୟ ଅବସ୍ଥାରେ ପଡି ରହିଛି ।ଏହି ରାସ୍ତା ଦେଇ ପ୍ରତିଦିନ କଲେଜ ଛାତ୍ର ଛାତ୍ରୀ ଯିବା ଆସିବା କରିଥାନ୍ତି ।ପି ଡବ୍ଲୁଡି ମୁଖ୍ୟ ରାସ୍ତାରୁ କଲେଜ ପଯନ୍ତ ରାସ୍ତା ଖରାପ ରହିଛି । ବର୍ଷା ଦିନେ ଏହି ରାସ୍ତା କାଦୁଅ ପଚ ପଚ ହୋଇଥାଏ । ଏପରିକି ପାଣି ଜମିକି ରହି ଥାଏ ।ଯାହା ଫଳରେ ଯିବା ଆସିବାରେ ବାଧା ସୃଷ୍ଟି ହୋଇ ଥାଏ ।ଏହି ରାସ୍ତାର ମରାମତି ପାଇଁ କଲେଜ କର୍ତ୍ତୃପକ୍ଷ ଅନେକ ଥର ପଞ୍ଚାୟତ କର୍ତ୍ତୃପକ୍ଷ ଙ୍କ ଠାରେ ଅଭିଯୋଗ କରିଥିଲେ ସୁଦ୍ଧା ଏଯାଏଁ ରାସ୍ତା ମରାମତି ହୋଇ ପାରୁନାହିଁ ।ବର୍ତ୍ତମାନ ବର୍ଷା ଋତୁ ଆସିଥିବାରୁ କଲେଜ ଛାତ୍ର ଛାତ୍ରୀ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ଏଣୁ ଛାତ୍ର ଛାତ୍ରୀ ମାନଙ୍କ ସୁବିଧା ପାଇଁ ତୁରନ୍ତ ବ୍ଲକ ପ୍ରଶାସନ ଏହି ରାସ୍ତାର କଂକ୍ରିଟ କରଣ କରିବାକୁ ଦୃଷ୍ଟି ଦେବାକୁ କଲେଜ କର୍ତ୍ତୃପକ୍ଷଙ୍କ ଠାରୁ ଦୃଢ ଦାବି ହେଉଛି ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ସେକ୍ଟର ୧୯ ଶ୍ରୀ ଶ୍ରୀ ଦୁର୍ଗାପୂଜା କମିଟି ଗଠନ 

Sunil Chandra Nayak

ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ଯୁବ ଉତ୍ସବ ଆୟୋଜିତ 

Sunil Chandra Nayak

ଝରୀଗାଁ ବିଧାୟକ ଙ୍କୁ ସ୍ୱାସ୍ଥ୍ୟ ବିଭାଗ ଠିକା କର୍ମଚାରୀ ଙ୍କ ଦାବିପତ୍ର ପ୍ରଦାନ

masiha

Leave a Comment

error: Content is protected !!