ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୀତିଆୟୋଗ ତରଫରୁ ଲକ୍ଷ୍ମୀପୁର ବ୍ଲକ ରେ ସମ୍ପୂର୍ଣ୍ଣତା ଅଭିଯାନ ଆରମ୍ଭ

ନୀତିଆୟୋଗ ତରଫରୁ ଲକ୍ଷ୍ମୀପୁର ବ୍ଲକ ରେ ସମ୍ପୂର୍ଣ୍ଣତା ଅଭିଯାନ ଆରମ୍ଭ

ତାରିଖ ୦୪/୦୭ // କେନ୍ଦ୍ର ସରକାର ଙ୍କ ନୀତି ଆୟୋଗ ତରଫରୁ ଲକ୍ଷ୍ମୀପୁର ବ୍ଲକରେ ଆଜି ସମ୍ପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମ ସ୍ଥାନୀୟ ବାସନ୍ତୀ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି।ଏନେଇ ବ୍ଲକ୍ କାର୍ଯ୍ୟାଳୟ ଠାରୁ ଏକ ଶୋଭା ଯାତ୍ରା ବାହାରିଥିବା ବେଳେ ସାଙ୍ଗାନା ହାଇସ୍କୁଲ୍ ର ଛାତ୍ରୀ ମାନେ ଢେମ୍ସା ନୃତ୍ୟର ତାଳେ ତାଳେ ଶୋଭାଯାତ୍ରାକୁ ପାଛୋଟି ନେଇଥିଲେ।ଏଇ ଶୋଭା ଯାତ୍ରାରେ କାଣି ମୂଷା ପ୍ରାଥମିକ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ହାତରେ ବିଭିନ୍ନ ପ୍ରକାରର ପ୍ଲାଗ କାର୍ଡ ଧରି ବାହାରି ଥିବା ବେଳେ ଶିକ୍ଷକ,ଶିକ୍ଷୟତ୍ରୀ,ଅଙ୍ଗନବାଡ଼ି କର୍ମୀ, ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ଓ ବ୍ଲକ୍ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଯୋଗ ଦେଇ କଲ୍ୟାଣ ମଣ୍ଡପ ଠାରେ ପହଞ୍ଚିଥିଲେ।

ନୀତି ଆୟୋଗ ର ପର୍ଯ୍ୟବେକ୍ଷକ ଅମ୍ବିକା ଶୁକ୍ଲା ଏହି କାର୍ଯ୍ୟକ୍ରମ ପରଖିବା ପାଇଁ ଦିଲ୍ଲୀ ରୁ ଆସି ଥିବା ବେଳେ କୋରାପୁଟ ଏଡିଏମ ଲଗ୍ନଜିତ ରାଉତ, ଜିଲ୍ଲା ଯୋଜନା ଓ଼ ପର୍ଯ୍ୟବେକ୍ଷଣ ଉପ ନିର୍ଦେଶକ ସୂର୍ଯ୍ୟକାନ୍ତ ବେହେରା, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା,ଉପାଧ୍ୟକ୍ଷା ଆରତୀ କୁଲଦୀପ ପ୍ରମୁଖ ଉପସ୍ଥିତ ଥିଲେ। 

ଆର୍ଥିକ ସୁଦୃଢ ସକାଶେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କୁ ଆବର୍ତନ ପାଣ୍ଠି ପ୍ରଦାନ,ମହିଳା ମାନଙ୍କ ସାମାଜିକ ଅର୍ଥନୀତିକ ଓ ରାଜନୀତି ରେ ଅଭିଜ୍ଞତା କରାଇ ଆତ୍ମ ନିର୍ଭରଶୀଳ କରିବା,ଚାଳିଶି ବର୍ଷ ଉର୍ଧ୍ଵ ମହିଳା ଓ ପୁରୁଷ ମାନଙ୍କୁ ମଧୁମେହ ପରୀକ୍ଷା,ଉନ୍ନତ ମାନର ଚାଷ ପାଇଁ ଜମି ରୁ ମାଟି ସଂଗ୍ରହ ଓ ବ୍ଳକ ରେ ଥିବା ୩ମାସ ର ଗର୍ଭବତୀ ମହିଳା ଙ୍କ ନାମ ପଞ୍ଜିକରଣ କରାଯାଇ ସେମାନଙ୍କ ଶାରୀରିକ ବିକାଶ ସକାଶେ ପୃଷ୍ଟିକର ଖାଦ୍ୟ ପ୍ରଦାନ,ଭଳି ଛଅ ଗୋଟି ବିଷୟକୁ ନେଇ କାର୍ଯ୍ୟ କାରୀ କରିବା ଏହି ସମ୍ପୂର୍ଣ୍ଣତା ଅଭିଯାନର ମୂଲ ଲକ୍ଷ ବୋଲି ଅତିଥି ମାନେ କହିଥିଲେ।

ଏହା ଏବେ ଦେଶର ପ୍ରାୟ ୫ ସହ ବ୍ଲକ୍ କୁ ଏଥିରେ ସାମିଲ୍ କରାଯାଇଥିବା ବେଳେ କୋରାପୁଟ ଜିଲ୍ଲା ପାଇଁ ଲକ୍ଷ୍ମୀପୁର ସମେତ ଲମ୍ତାପୁଟ ବ୍ଲକ୍ କୁ ସାମିଲ କରାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଉତ ପ୍ରକାଶ କରିଥିବା ବେଳେ ଆଗାମୀ ତିନି ମାସ ମଧ୍ୟରେ ଏହି ଛଅଟି କାର୍ଯ୍ୟ ସମ୍ପୂର୍ଣ କରାଯିବ ବୋଲି ବିଡ଼ିଓ ଶ୍ରୀଯୁକ୍ତ ଭୋଇ କହିଥିଲେ।ଏହି କାର୍ଯ୍ୟକ୍ରମ ଉପଲକ୍ଷେ କିଛି ଶିକ୍ଷାନୁଷ୍ଠାନରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ସେଥିରେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଗ୍ରହଣ କରିଥିବା ୨୪ ଜଣ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରା ଯାଇଥିଲା।ଏଥିରେ ସହକାରୀ ଯନ୍ତ୍ରୀ ଏମ.ପବନ କୁମାର୍,ସିଡ଼ିପିଓ ପାର୍ବତୀ ଆଚାର୍ଯ୍ୟ,ଡ.ଦୀନବନ୍ଧୁ ଚୌଧୁରୀ,କୃଷି ଅଧିକାରୀ ସୂର୍ଯ୍ୟକାନ୍ତ ନାହାକ,ଜୀପିଓ ସୁଧିର ବେହେରା,ଓଡ଼ିଶା ଜୀବିକା ମିଶନ ସଂଯୋଜକ ପ୍ରକାଶ ସେଠିଙ୍କ ସମେତ ଜିଲ୍ଲା ପରିଷଦ ଅଧିକାରୀ ହିମାଂଶୁ ଶତପଥୀ, ସମସ୍ତ ସରପଞ୍ଚ,ସମିତି ସଭ୍ୟ,କନିଷ୍ଠ ଯନ୍ତ୍ରୀ ଛାତ୍ର ଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ।ବ୍ଲକ୍ କାର୍ଯ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ରହି ସବୁ କ୍ଷେତ୍ରରେ ସହଯୋଗ କରିଥିଲେ।

କୋରାପୁଟ ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ୍ 

Related posts

ବରିଷ୍ଠ ସାମ୍ବାଦିକ ବାଙ୍କ ବିଶୋୟୀ ” ନବରଙ୍ଗପୁର ରତ୍ନ ସମ୍ମାନ “ରେ ହେଲେ ସମ୍ମାନୀତ 

Sunil Chandra Nayak

ଗୁରୂ ଦିବସ ପାଳିତ 

masiha

ନଦୀ ଛାଡି କୁମ୍ଭୀରଙ୍କର ଏବେ ରାସ୍ତାରେ ଇଭିନିଂୱାକ୍ ଦେଖି ଭୟରେ ଦେଵେନ୍ଦ୍ରନାରାୟଣପୁରୁ ଵାସୀ

masiha

Leave a Comment

error: Content is protected !!