ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୀତି ଆୟୋଗ ତରଫରୁ କୋରାପୁଟ ଜିଲ୍ଲା ସଦରମହକୁମା ଠାରେ ସଂପୂର୍ଣତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ 

ନୀତି ଆୟୋଗ ତରଫରୁ କୋରାପୁଟ ଜିଲ୍ଲା ସଦରମହକୁମା ଠାରେ ସଂପୂର୍ଣତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ 

କୋରାପୁଟ – କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ତରଫରୁ କୋରାପୁଟ ସଦରମହକୁମା ଠାରେ ଆଜି ସଂପୂର୍ଣତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସକାଳ ୮ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚର୍ତୁପାଶ୍ବରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ର/ଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଙ୍ଗନବାଡି କର୍ମୀ, ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା, ଆଶାକର୍ମୀ ମାନଙ୍କ ଦ୍ବାରା ଏକ ବିରାଟ ମାନବ ଶୃଙ୍ଖଳ ଅନୁଷ୍ଠିତ ହୋଇଯାଇଛି । ଏହାପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ଏକ ଶୋଭାଯାତ୍ରାକୁ ଜିଲ୍ଲାପାଳ ଓ. କିର୍ଷି ୱାସନ (ଭା.ପ୍ର.ସେ) ପତ୍ତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଢେମଶା ନୃତ୍ୟର ତାଳେ ତାଳେ ଶୋଭାଯାତ୍ରାରେ ବିଦ୍ୟାଳୟର ଛାତ୍ର/ଛାତ୍ରୀ ମାନେ ହାତରେ ବିଭିନ୍ନ ପ୍ରକାରର ପାଗ କାର୍ଡ ଧରି ବାହାରି ଥିବା ବେଳେ ବିଭିନ୍ନ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଯୋଗଦେଇ ସ୍ଥାନୀୟ କୋରାପୁଟ ସାଂସ୍କୃତିକ ପରିଷଦ ଠାରେ ପହଞ୍ଚିଥିଲେ । ସେଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥ୍‌ ଭାବରେ ମାନ୍ୟବର ବିଧାୟକ କୋରାପୁଟ ଶ୍ରୀଯୁକ୍ତ ରଘୁରାମ ମାଛ, ସମ୍ମାନୀତ ଅତିଥି ଭାବରେ ମାନ୍ୟବର ବିଧାୟକ କୋଟପାଡ ଶ୍ରୀଯୁକ୍ତ ରୁପୁ ଭତ୍ତା, ମାନ୍ୟବର ବିଧାୟକ ଲକ୍ଷ୍ମୀପୁର ଶ୍ରୀଯୁକ୍ତ ପବିତ୍ର ସାଉନ୍ତା ଯୋଗଦାନ କରି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ନିର୍ଦ୍ଧାରିତ ସମୟ ମଧ୍ୟରେ କିପରି କାର୍ଯ୍ୟକାରି ହୋଇପାରିବ ଉପସ୍ଥିତ ସମସ୍ତ ଅଧିକାରୀ ଓ ଜନସାଧାରଣଙ୍କ ସହ‌ଯୋଗ କାମନା କରିଥିଲେ । ଏହି ଯୋଜନାରେ ପ୍ରଥମ ତିନି ମାସରେ ଶତ ପ୍ରତିଶତ ପ୍ରାକ୍ ପ୍ରସବଯତ୍ନ ପଞ୍ଜିକରଣ, ଶତ ପ୍ରତିଶତ ସମନ୍ବିତ ଶିଶୁ ବିକାଶ ସେବା କାର୍ଯ୍ୟକ୍ରମ ଅଧିନରେ ନିୟମିତ ଭାବେ ନେଉଥିବା ଗର୍ଭବତୀ ମାନଙ୍କ ପରୀପୁରକ ପୋଷଣ, ଶତପ୍ରତିଶତ ମୃଷିକା ସ୍ବାସ୍ଥ୍ୟ କାର୍ଡ ବଣ୍ଟନ, ଶତ ପ୍ରତିଶତ ପିଲାଙ୍କ ଟିକାକରଣ (୯ ରୁ ୧୧ ମାସ), ଶତପ୍ରତିଶତ ମାଧ୍ୟମିକ ସ୍ତରରେ ବିଦ୍ୟାଳୟ ଗୁଡିକର ବୁଦ୍ୟୁତିକରଣ, ଶିକ୍ଷାବର୍ଷ ଆରମ୍ଭ ହେବାର ଏକ ମାସ ମଧ୍ୟରେ ଶତ ପ୍ରତିଶତ ବିଦ୍ୟାଳୟର ପିଲା ମାନଙ୍କୁ ପାଠ୍ୟ ପୁସ୍ତକ ବଣ୍ଟନ ଭଳି ଛଅ ଗୋଟି ବିଷୟକୁ ନେଇ କାର୍ଯ୍ୟକାରୀ କରିବା ଏହି ସଂପୂର୍ଣତା ଅଭିଯାନ ମୂଳଲକ୍ଷ ବୋଲି ଅତିଥି ମାନେ କହିଥିଲେ ନୀତି ଆୟୋଗର ପର୍ଯ୍ୟବେକ୍ଷକ ଅମ୍ବିକା ଶୁକ୍ଳା ଏହି କାର୍ଯ୍ୟକ୍ରମକୁ ତଦାରଖ କରିବା ନିମନ୍ତେ ଦିଲ୍ଲୀ ରୁ ଆସିଥିବା ବେଳେ କୋରାପୁଟ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପ ନିର୍ଦେଶକ ସୂର୍ଯ୍ୟକାନ୍ତ ବେହେରା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଅଧିକାରୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ଜିଲ୍ଲା ନିୟୋଜନ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଅବସରରେ କୋରାପୁଟ ସାଂସ୍କୃତିକ ପରିଷଦ ତରଫରୁ ଉପରୋକ୍ତ ଯୋଜନା ଗୁଡିକ ଉପରେ ଏକ ନାଟକ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପରିଷଦ ଅଧିକାରୀ ହିମାଂଶୁ ଶତପଥୀ, ଅଧ୍ୟାପକ ରବି ଶତପଥୀ ପରିଚାଳନାର ସହାୟତା କରିଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଝରିଗାଁ ସାମ୍ବାଦିକ ସଂଘ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Sunil Chandra Nayak

ଜୁକନଣ୍ଡି ନିକଟରେ ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେଲା ସ୍କୁଟି ଚାଳକ ଗୁରୁତର

masiha

ଜଗା ଶିଶୁ ସାହିତ୍ୟ ସଂସଦ ତରଫରୁ ଶିଶୁ ସାହିତ୍ୟିକ ଅଧ୍ୟାପକ ପ୍ରଦୀପ୍ତ କୁମାର ଦାସ ସମ୍ବର୍ଦ୍ଧିତ

Sunil Chandra Nayak

Leave a Comment

error: Content is protected !!