ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଦିବାସୀ ଙ୍କ ଜୀବନ ଜୀବିକା ମହୁଲ ଫୁଲ, ହେଲେ ଦଲାଲ କବଜାରେ

ଗୋଳାମୁଣ୍ଡା ତା ୧୨/୪(ମସିହା) କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକରେ ଆଦିବାସୀଙ୍କୁ ଜୀବନ ଜୀବିକା ଦେଉଥିବା ମହୁଲ ଫୁଲ ଏବେ ଦଲାଲଙ୍କ କବଜାରେ । ଜିଲ୍ଲାରେ ମହୁଲ ପାଇଁ ବଜାର ବ୍ୟବସ୍ଥା ନ ଥିବାରୁ ଆଦିବାସୀ ମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇ କମ ଦରରେ ମହୁଲକୁ ଦଲାଲ ହାତରେ ଟେକି ଦେଉଛନ୍ତି । ରାଜ୍ୟ ସରକାର ଏନେଇ କୌଣସି ପଦକ୍ଷେପ ନ ନେବାରୁ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରୁଥିବା ଲୋକେ ସରକାରଙ୍କ ଉଦାସୀନ ମନୋଭାଵ ନେଇ ଉଦବେଗ ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ ୭୨ଟି ଲଘୁ ବନଜାତ ଦ୍ରବ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରିଛନ୍ତି । ଏହି ଲଘୁ ବନଜାତ ଦ୍ରବ୍ୟ ମଧ୍ୟରେ ମହୁଲ ମଧ୍ୟ ସାମିଲ ହୋଇଛି । ଜିଲ୍ଲାର ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟରେ ସର୍ବନିମ୍ନ ସହାୟକ ମୂଲ୍ୟ କିଗ୍ରା ପିଛା ଧାର୍ଯ୍ୟ କରାଯାଇନାହିଁ । କିନ୍ତୁ କଳାହାଣ୍ଡି ଜିଲ୍ଲାରେ ଏହାର ବଜାର ଅଭାବରୁ ମାତ୍ର ୫ ରୁ ୧୦ ଟଙ୍କା କିଗ୍ରା ପିଛା ଦରରେ ବିକ୍ରି ହେଉଛି ।ଆଜି ପର୍ଯ୍ୟନ୍ତ ଗୋଦାମ ଓ ଆବଶ୍ୟକ ଭିତ୍ତିଭୂମି ଅଭାବ ଯୋଗୁଁ ଲୋକେ ମହୁଳ କୁ ମହଜୁଦ ରଖିବାରେ ସକ୍ଷମ ହୋଇପାରୁନାହାନ୍ତି । ସରକାରଙ୍କ ନିୟମ ଅନୁଯାୟୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏହାର କ୍ରୟ ଦାୟିତ୍ୱ ଦେବାର ଥିଲେ ମଧ୍ୟ ଦଲାଲ ଓ ଅବକାରୀ ବିଭାଗର ମଧୁଚନ୍ଦ୍ରିକା ଯୋଗୁଁ କ୍ରୟ ଦାୟିତ୍ୱ ନ ଦେବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଭାଗ ପକ୍ଷରୁ ବେଆଇନ ମହୁଲ ସଂଗ୍ରହ ପାଇଁ ଚଢ଼ାଉ କରାଯାଉ ନାହିଁ । ଓଲଟା ସେମାନଙ୍କ ଠାରୁ ହାତଗୁଞ୍ଜା ନେଇ ଦେଶୀ ମଦଭାଟିକୁ ସୁହାଇଲା ଭଳି ଭୂମିକା ଗ୍ରହଣ କରାଯାଉଥିବାରୁ ଉଦବେଗ ପ୍ରକାଶ ପାଇଛି । ମହୁଲ ସଂଗ୍ରହ ଏକ ଜୀବିକା ପାଲଟିଥିବା ବେଳେ ଦଲାଲ ଯୋଗୁଁ ଉପଯୁକ୍ତ ସହାୟକ ମୂଲ୍ୟ ନ ପାଇ ସେମାନର ଅଭାବ ଅନଟନ ଦେଇ ଗତିକରୁଛନ୍ତି । ବିଶେଷତଃ ମହୁଲ ଗୋଟା କାର୍ଯ୍ୟରେ ମହିଳା ମାନେ ନିୟୋଜିତ ହୋଇଥାନ୍ତି । କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ମଦଭାଟି ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମଦରୁ କୋଟି କୋଟି ଟଙ୍କା ରାଜସ୍ୱ ଆଦାୟ କରୁଛନ୍ତି ରାଜ୍ୟ ସରକାର।ମଦରେ ରାଜସ୍ୱ ଆଦାୟ କରିବାରେ କଳାହାଣ୍ଡି ଜିଲ୍ଲା ଓଡ଼ିଶାରେ ୧ ନମ୍ବର ସ୍ଥାନରେ ଅଛି । ସରକାର ମହୁଲର ଅଭାବି ବିକ୍ରି ପାଇଁ ଆଦିବାସୀଙ୍କ ଜୀବନ ଜୀବିକାରେ ବାଧକ ସାଜିଛନ୍ତି । ବର୍ଷକୁ ୩ ମାସ ମହୁଲଫୁଲ ଗୋଟାଇ ଜୀଵନ ଜୀବିକା ନିର୍ବାହ କରୁଥିବା ବେଳେ ମହୁଲର ଅଭାବି ବିକ୍ରି ଆଦିବାସୀଙ୍କ ପେଟପାଟଣା ପାଇଁ ପ୍ରତିବନ୍ଧକ ସାଜିଛି । ମହୁଲ କ୍ରୟ ବିକ୍ରୟ ଉପରେ ଜିଲ୍ଲାର ସମସ୍ତ ପଞ୍ଚାୟତ ଜନ ପ୍ରତିନିଧି ଏବଂ ସରକାରୀ କର୍ମଚାରୀଙ୍କୁ ନେଇ ଏକ କମିଟି ହେବାକଥା । ସେହି କମିଟିରେ ମୂଲ୍ୟ ଧାର୍ଯ୍ୟ ନିଷ୍ପତ୍ତି ହେବା ପରେ ନିର୍ଦେଶନାମା ଜାରି କରିବା ସହିତ କ୍ରେତା ମାନଙ୍କୁ ଲାଇସେନ୍ସ ପ୍ରଦାନ କରିବା କଥା । କିନ୍ତୁ ଏ ସବୁରେ ବ୍ୟତିକ୍ରମ ଦେଖା ଦେଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦିଆ ଯାଆନ୍ତା ତାହେଲେ ମହୁଲର ଅଭାବି ବିକ୍ରି ଉପରେ ଅଙ୍କୁଶ ଲାଗି ପାରନ୍ତା । ଅନ୍ୟ ପକ୍ଷରେ ଆଦିବାସୀ ମାନେ ଠିକ ପ୍ରାପ୍ୟ ପାଇ ପାରନ୍ତେ ବୋଲ ସାଧାରଣରେ ଦାବୀ ହୋଇଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ,

Related posts

ସତ୍ୟ ନାରାୟଣ ମହାପାତ୍ର ଙ୍କ ଉପସ୍ଥାପନା ଜଗନ୍ମାତାଙ୍କ ଅଷ୍ଟମ ସ୍ବରୂପ ମାତା ମହାଗୌରୀ

Sunil Chandra Nayak

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ କବିତା ପ୍ରକୃତି କବି ଗଙ୍ଗାଧର

Sunil Chandra Nayak

ସାମାଜିକ ସମରସତା କାର୍ଯ୍ୟକ୍ରମ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!