ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ବନମହୋତ୍ସବ ପାଳନ 

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ବନମହୋତ୍ସବ ପାଳନ 

ରାଉରକେଲା:ସାରା ରାଜ୍ୟରେ ଜୁଲାଇ ମାସ ପ୍ରଥମ ସପ୍ତାହରେ ପାଳନ ହେଉଛି ବନ ମହୋତ୍ସବ । ପରିବେଶକୁ ସବୁଜିମାରେ ଭରିଦେବା ସହିତ ଅଧିକରୁ ଅଧିକ ବୃକ୍ଷରୋପଣ କରିବା ହେଉଛି ଏହି ମହୋତ୍ସବ ପାଳନର ଉଦ୍ଦେଶ୍ୟ । ଏହି କ୍ରମରେ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ମହାବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ବୃକ୍ଷ ଚାରା ରୋପଣ କରାଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ ବିଜୟ କୁମାର ବେହେରାଙ୍କ ନେତୃତ୍ବ ଏବଂ ଅଧ୍ୟାପକ ଧିରେନ କୁମାର ମହନ୍ତଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ହୋଇଥିଲା୤ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା – ଏନ୍‌ଏସ୍‌ଏସ୍‌ ଏବଂ ଯୁବ ରେଡକ୍ରସ୍‌ ଶାଖା ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ଦେବେନ୍ଦ୍ରନାଥ ବେହେରା ଏବଂ ରିମ୍‌ସ୍ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ଡ. କରୁଣାକର ପାତ୍ର ସ୍ବତନ୍ତ୍ର ଅତିଥିଭାବେ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ପ୍ରଫେସର ଡ. ବିଜୟ ବେହେରା ମହୋତ୍ସବ ପାଳନ ଉଦ୍ଦେଶ୍ୟ ଏବଂ ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ ଛାତ୍ରଛାତ୍ରୀଙ୍କୁ ନିଜ ନିଜ ସୁବିଧା ମୁତାବକ ବୃକ୍ଷ ଚାରା ରୋପଣ କରିବା ପାଇଁ ଆହ୍ବାନ ଦେଇଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟାପକ ପ୍ରଶାନ୍ତ କୁମାର ସେଠୀ, ମାୟାଧର ବାରିକ, ଏନ୍‌ଏସ୍‌ଏସ୍‌ର ସଂଯୋଜକ ସମୀର ସୌରଭ ପୃଷ୍ଟି ଏବଂ ସଂଯୋଜିକା ଅଧ୍ୟାପିକା ରାମେଶ୍ବରୀ ଭୋଇ, ଯୁବ ରେଡ୍‌କ୍ରସ୍‌ର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ଡ. ସ୍ମୃତି ସ୍ନିଗ୍ଧା ମିଶ୍ର ଏବଂ ଅଧ୍ୟାପକ ଦୀପକ କୁମାର ସିଂହ ପ୍ରମୁଖଙ୍କ ସମେତ ଅନ୍ୟମାନେ ବୃକ୍ଷଚାରା ରୋପଣ କରିଥିଲେ । ଆସନ୍ତା ଦିନରେ ମହାବିଦ୍ୟାଳୟ ପରିସରରେ ଏହିଭଳି ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଏହି ଅବସରରେ ଅଧ୍ୟକ୍ଷ ସୂଚନା ଦେଇଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ ଇଂଲିଶ ସ୍କୁଲ ଠାରେ ନେତାଜୀ ଜୟନ୍ତୀ ପାଳିତ

Sunil Chandra Nayak

ଏନଏସି ୱାର୍ଡ ଅଫିସର ଚୟନରେ ଅନିୟମିତତା ଅଭିଯୋଗ

Sunil Chandra Nayak

ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଗୃହ ପ୍ରାଙ୍ଗଣ ପରିସରରେ ସ୍ୱଚ୍ଛ ଭାରତ ଅଭିଯାନ ସଫେଇ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!