ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ ବନାଞ୍ଚଳ ତରଫରୁ ସୁଲଭ ମୂଲ୍ୟରେ ଚାରା ବଣ୍ଟନ 

ରାୟଗଡ଼ ବନାଞ୍ଚଳ ତରଫରୁ ସୁଲଭ ମୂଲ୍ୟରେ ଚାରା ବଣ୍ଟନ 

ରାୟଗଡା :- ରାୟଗଡ଼ ବନାଞ୍ଚଳ ତରଫରୁ ପବିତ୍ର ରଥ ଯାତ୍ରା ଉପଲକ୍ଷେ ସରକାରଙ୍କ ଦ୍ବାରା ଧାର୍ଯ୍ୟ ସୁଲଭ ମୂଲ୍ୟ ତଥା ଗୋଟିଏ ଚାରା ପ୍ରତି ଏକ ଟଙ୍କା ରେ ବଣ୍ଟନ କରାଗଲା । ରାୟଗଡ଼ ବନାଞ୍ଚଳ ଅଧିକାରୀ ଶ୍ରୀ କାମେଶ୍ବର ଆଚାରୀ ଜନସାଧାରଣ ଙ୍କୁ ଚାରା ବଣ୍ଟନ କରି ଏହି କର୍ଜ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ପବିତ୍ର ରଥ ଯାତ୍ରା କୁ ଆସୁଥିବା ଜନସାଧାରଣ ଙ୍କୁ ମାନବ ସମାଜ ରେ ବୃକ୍ଷ ର ମହତ୍ଵ ଅବଗତ କରାଇ ଏହି ବର୍ଷ ପ୍ରତ୍ୟେକ ବ୍ୟକ୍ତି ଅନୁନ୍ୟ ଗୋଟିଏ ବୃକ୍ଷ ର ଚାରା ନିଜ ମାଁ ଙ୍କ ନାମରେ ରୋପଣ କରିବାକୁ ଅନୁରୋଧ କରାଗଲା । ଏହି ଚାରା ବଣ୍ଟନ କର୍ଜ୍ୟକ୍ରମ ରେ ବିଭିନ୍ନ ଚାରା ତଥା ଅଁଳା, ବେଲ, ପିଜୁଳି, ପିସ୍ତ । ବାଦାମ, ସିତାଫଳ , କରଞ୍ଜ, ଟେକୋମା, ଶାଗୁଆନ , ଚମ୍ପା ଇତ୍ୟାଦି ଚାରା ବଣ୍ଟନ କରାଗଲା ।

ରାୟଗଡ଼ ବନାଞ୍ଚଳ ର ବିଭିନ୍ନ ନର୍ସେରୀ ରେ ଏହିପରି ଏହି ବର୍ଷ ଜନସାଧାରଣ ଙ୍କୁ ଏକ ଟଙ୍କା ରେ ବଣ୍ଟନ କରାଯିବ ଓ ଏହି ବାର୍ଭା କୁ ଅଧ୍ଧରୁ ଅକରୁ ପ୍ରଚାର କରିବାକୁ ବନାଞ୍ଚଳ ଅଧିକାରୀ ଶ୍ରୀ କାମେଶ୍ବର ଆଚାରୀ ଅନୁରୋଧ କରିଥିଲେ ।

ଏହି କାର୍ଜ୍ୟକ୍ରମ ଟିକୁ ରାୟଗଡ ସେକ୍ସନ ର ବନପାଳ ଶ୍ରୀ ଗୌରୀ ଶଙ୍କର ସାହୁ ଓ ସେକ୍ସନ ର ଅନ୍ୟ କର୍ମଚାରୀ ସୂଚାରୁରୂପେ ପରିଚାଳନା କରିଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଜିଲ୍ଲାରୁ ସୋମନାଥ ଦର୍ଶନ ଯାତ୍ରା 

Sunil Chandra Nayak

ବାଲିଗୁଡ଼ା ଆଦର୍ଶ ପୋଖରୀରେ ବୋଟିଂ ବ୍ୟବସ୍ଥା ଓ କଲେଜ ନିକଟରେ ଆକର୍ଷଣୀୟ ସେଲ୍ଫି ପଏଣ୍ଟ ଉଦଘାଟିତ

masiha

ଭତାଝର -ଧୂରୁଆପଡା ସଡକ କାମ ଅତି ନିମ୍ନ ମାନର , ସପ୍ତାହେ ନ ପୁରୁଣୁ ରାସ୍ତାରୁ ପିଚୁ ଉଠିଲାଣି,ରାସ୍ତା ଉପରେ ଘାସ ! 

Leave a Comment

error: Content is protected !!