ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଡାବୁଗାଁରେ ରଥଯାତ୍ରା ପାଳିତ

ଡାବୁଗାଁରେ ରଥଯାତ୍ରା ପାଳିତ

ଡାବୁଗାଁ, ୭/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ରଥଯାତ୍ରା ରବିବାର ଅନୁଷ୍ଠିତ ହୋଇଯାଇଛି | ଆଜି ସକାଳୁ ଶ୍ରୀମନ୍ଦିରରେ ନେତ୍ରଉତ୍ସବ, ନବଯୌବନ ଦର୍ଶନ ପରେ ୩ ଠାକୁର ଙ୍କ ରୀତିନୀତି ପରେ ପହଣ୍ଡି କରି ରଥକୁ ନିଆଯାଇଥିଲା | ପୂଜକ ନବୀନ ପାଢୀ ପୂଜାର୍ଚ୍ଚନା କରିଥିଲେ | ଏଥିରେ ଦଇତାପତି ଭାବେ ସନତ କୁମାର ନାୟକ, ନୀଳକଣ୍ଠ ମହାପାତ୍ର, ତ୍ରିନାଥ ଦାଶ, କୃଷ୍ଣଚନ୍ଦ୍ର ପଣ୍ଡା ଓ ପ୍ରଦୀପ ସାହୁ ପ୍ରମୁଖ ୩ ଠାକୁରଙ୍କୁ ପହଣ୍ଡି କରାଇଥିଲେ | ଡାବୁଗାଁ ମନ୍ଦିର ପରିଚାଳନା କମିଟି ଉପସଭାପତି ଜି. ଭେଙ୍କେଟଶ୍ଵର ରାଓ ରାଜା ଭାବେ ରଥରେ ଛେରା ପହଁରା କରିଥିଲେ | କୁନୁ ପାତ୍ର ଡାହୁକ ଡାକ ଦେବାପରେ ଭକ୍ତମାନେ ରଥ ଟାଣି ନେଇଥିଲେ | ଭଗବାନ ଖୁଣ୍ଟିଆ ନନ୍ଦିଘୋଷ ରଥର ସାରଥି ଦାୟିତ୍ଵ ନିର୍ବାହ କରିଥିଲେ | ସନ୍ଧ୍ୟା ୭ ଘ. ରେ ରଥ ମାଉସୀମା ମନ୍ଦିରରେ ପହଞ୍ଚିଥିଲା | ସୋମବାର ପୂର୍ବାହ୍ନରେ ୩ ଠାକୁର ଙ୍କୁ ପହଣ୍ଡି କରି ଆଡପ ମଣ୍ଡପକୁ ନିଆଯିବ | ଏଥିରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ | ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଡାବୁଗାଁ ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ , ସବଇନିସ୍ପେକ୍ଟର ବିଜୁରାମ ବାଗ, ଏଏସଆଇ ଚନ୍ଦ୍ରଶେଖର ହଜାରୀଙ୍କ ସମେତ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା | ରଥ ଅଧା ରାସ୍ତାରେ ରହିଥିବା ବେଳେ ବର୍ଷା ହୋଇଥିଲା କିନ୍ତୁ ଭକ୍ତମାନେ ବର୍ଷା ରେ ଭିଜି ରଥ ଟାଣିଥିଲେ | ଏହା ସହ ଡାବୁଗାଁ ବ୍ଲକର ଚଚରାଗୁଡା ପଞ୍ଚାୟତ ଅଧୀନ ପୋଖନାଗୁଡା ଗ୍ରାମରେ ରଥ ଯାତ୍ରା ଅନୁଷ୍ଠିତ ହୋଇଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କାମାକ୍ଷାନଗର ଶ୍ରୀ ଜଗନ୍ନାଥ ମନ୍ଦିରରେ ଭାଗବତ ଜନ୍ମୋତ୍ସବ ପାଳିତ 

masiha

ଖସିଗୁଡ଼ାରେ ନାମ ଯଜ୍ଞ ପାଇଁ କଳସ ଶୋଭାଯାତ୍ରା

Sunil Chandra Nayak

ରାଇରଙ୍ଗପୁର ରେ ୨୯ ତମ କାର୍ତ୍ତିକେଶ୍ବରଙ୍କ ପୂଜା ଧୂମଧାମରେ ପାଳିତ 

masiha

Leave a Comment

error: Content is protected !!