ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକ ଦୂର୍ଗା ଚରଣ ତନ୍ତୀଙ୍କ ଉପସ୍ଥିତି ରେ ଜନ ଶୁଣାଣି

ବିଧାୟକ ଦୂର୍ଗା ଚରଣ ତନ୍ତୀଙ୍କ ଉପସ୍ଥିତି ରେ ଜନ ଶୁଣାଣି

ରାଉରକେଲା : ରାଉଲକେଲା ପୌରପାଳିକାର ସମ୍ମିଳନୀ କକ୍ଷରେ ରଘୁନାଥପଲ୍ଲୀ କ୍ଷେତ୍ର ଅନ୍ତର୍ଗତ ଇସ୍ପାତ ସହରାଞ୍ଚଳ ଓ ବନ୍ଧମୁଣ୍ଡାରେ ଥିବା ବିଭିନ୍ନ ବସ୍ତି ମାନଙ୍କରେ ଥିବା ବିଦ୍ୟୁତ୍ ସେବା ପ୍ରଦାନ , ଶୁଦ୍ଧ ପାନୀୟ ଜଳ ଯୋଗାଣ, ବର୍ଜ୍ୟଜଳ ନିଷ୍କାସନ ପାଇଁ ଆବଶ୍ୟକ ମୌଳିକ ସମସ୍ୟାର ବ୍ୟବସ୍ଥା ସହିତ ଅନ୍ୟାନ୍ୟ ସମସ୍ୟାକୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ରଘୁନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ଆଗ୍ରହ କ୍ରମେ ରାଉରକେଲା ଅତିରିକ୍ତ ଜିଲ୍ଳାପାଳ ତଥା ମହାନଗର ନିଗମ କମିଶନର ଆଶୁତୋଷ କୁଲକର୍ଣି ଏହି ବୈଠକ ଡ଼କାଇଥିଲେ। ଏହି ବୈଠକରେ ଇସ୍ପାତ କାରଖାନାର ମୁଖ୍ୟ ମହାପ୍ରବନ୍ଧକ ପି କେ ସ୍ୱାଇଁ ଓ ମହାପ୍ରବନ୍ଧକ ଶ୍ରୀ ଯୋଜୋଙ୍କ ସହିତ ଟାଟା ପାୱାର କମ୍ପାନୀ ଓ ୱାଟକୋର ଅଧିକାରୀ ମାନେ ମଧ୍ଯ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲାପାଳଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସ୍ଵୟଂ ବିଧାୟକ ଉପସ୍ଥିତିରେ ସମସ୍ୟାର ସମାଧାନ ଉପରେ ଆଲୋଚନା କରାଯାଇ ଥିଲା । ଏହି ବୈଠକରେ ପ୍ରାୟ ୨୦୦ ରୁ ଉର୍ଦ୍ଧ ବସ୍ତିବାସିନ୍ଦାଙ୍କ ପ୍ରତିନିଧି ମାନେ ଯୋଗ ଦେଇ ସେମାନଙ୍କ ସମସ୍ୟା ଉପସ୍ଥାପନା କରିଥିଲେ । ଵିଦ୍ୟୁତ ସଂଯୋଗ, ଶୁଦ୍ଧ ପାନୀୟ ଜଳ ଯୋଗାଣ, ବସ୍ତିରେ ବାହାରୁ ଥିବା ବର୍ଜ୍ୟ ଜଳ ନିଷ୍କାସନ ଉପରେ ବସ୍ତିବାସିନ୍ଦାମାନେ ନିଜ ନିଜର ସମସ୍ୟା ଉଠାଇ ଥିଲେ। ବର୍ଜ୍ୟ ଜଳ ନିଷ୍କାସନ ପାଇଁ କେତକ ବସ୍ତିରେ ନାଳ ନିର୍ମାଣ କରିବାର ଆବଶ୍ୟକତା ଓ ଆଉ କେତେ ଜାଗାରେ ନିର୍ମିତ ନାଳର ପୁନଃରୁଦ୍ଧାର ର ଆବଶ୍ୟକତା ଉପରେ କହିଥିଲେ। ସମସ୍ତ ଉଠାଯାଇ ଥିବା ଅଭିଯୋଗର ତଦନ୍ତ କରାଯାଇ ସମାଧାନ କରିବେ ବୋଲି ଇସ୍ପାତ କାରଖାନା ଅଧିକାରୀ, ଟାଟା ପାୱାର ଓ ୱାଟକୋର ଉପସ୍ଥିତ ଅଧିକାରୀ ମାନେ ପ୍ରତିଶ୍ରୁତି ଦେଇଥିଲେ। ଆଗକୁ ଏହି ଭଳି ଜନଶୁଣାଣି ଇସ୍ପାତ ସହରାଞ୍ଚଳରେ କରିବା ପାଇଁ ବିଧାୟକ ତନ୍ତୀ ଇସ୍ପାତ କାରଖାନା ଅଧୀକାରୀଙ୍କୁ ପରାମର୍ଶ ଦେଇଥିଲେ । ଆଜିର ଏହି ଜନଶୁଣାଣୀ ବୈଠକ ପ୍ରଥମଥର ଅନୁଷ୍ଠିତ ହୋଇଥିଲା ଓ ଏହା ଆଗକୁ ଜାରି ରହିବ ବୋଲି ବିଧାୟକ ପ୍ରକାଶ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଓଡିଶା ପଛୁଆ ବର୍ଗ ଲୋକଙ୍କର ସାମାଜିକ, ଶିକ୍ଷାର ସ୍ଥିତିର ସର୍ଭେ ନିମନ୍ତେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ନର୍ଲାବ୍ଲକ୍ ରେ ଫାଇଲେରିଆ ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ

masiha

ଆତ୍ମବିଶ୍ବାସ ଦିବ୍ୟାଙ୍ଗଙ୍କୁ ସଫଳତା ଦେବ

Sunil Chandra Nayak

Leave a Comment

error: Content is protected !!