ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଭିନ୍ନ ତିଥି ଓ ଭିନ୍ନ ଏକ ପରମ୍ପରା…. ଘୋଷଯାତ୍ରାର ଦିନକ ପରେ ରଥଟଣା

ଭିନ୍ନ ତିଥି ଓ ଭିନ୍ନ ଏକ ପରମ୍ପରା….

ଘୋଷଯାତ୍ରାର ଦିନକ ପରେ ରଥଟଣା

ଧର୍ମଗଡ଼:ଏକ ଭିନ୍ନ ତିଥି ଓ ଭିନ୍ନ ପରମ୍ପରାରେ ଧର୍ମଗଡ ବ୍ଲକ ଛତିଶଗଡ଼ ରାଜ୍ୟ ସୀମାନ୍ତରେ ଥିବା ବୁଢୀମୁଣ୍ଡା ଠାରେ ରଥଯାତ୍ରା ପାଳିତ ହୋଇଯାଇଛି । ଆଷାଢ଼ ମାସ ପ୍ରତିପଦା ତୃତୀୟାରେ ସର୍ବତ୍ର ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ପାଳିତ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ବୁଢୀମୁଣ୍ଡାରେ ଏହାର ଦିନକ ପରେ ରଥଯାତ୍ରା ପାଳିତ ହୁଏ ।ଦୀର୍ଘ ୩୨ ବର୍ଷ ଧରି ଏହି ପରମ୍ପରା ପ୍ରଚଳିତ ହେଉଛି । ଏହି ପରମ୍ପରା ସମ୍ପର୍କରେ ଏକ ରୋଚକ ତଥ୍ୟ ଦିଅନ୍ତି ଏହାର ଆୟୋଜକ ଦିଗସନ୍ ମଙ୍ଗରାଜ । ଶ୍ରୀମଙ୍ଗରାଜ ପେଶାରେ ଜଣେ ଶିକ୍ଷକ ଥିଲେ । ହଠାତ ଶିକ୍ଷକତା ଛାଡ଼ି ସେ ଅଯୋଧ୍ୟା ଚାଲିଯାଇଥିଲେ।ସେଠାରେ କିଛି ବର୍ଷ ଅବସ୍ଥାନ କରିବା ପରେ ଗାଁକୁ ଆସି ରାମ ମନ୍ଦିର ପ୍ରତିଷ୍ଠା କରିଥିଲେ।ପରବର୍ତ୍ତୀ ସମୟରେ ରଥଯାତ୍ରା ଆୟୋଜନ ପାଇଁ ମନସ୍ଥ କରିଥିଲେ । ଶ୍ରୀରାମ ହେଉଛନ୍ତି ଜଗନ୍ନାଥଙ୍କ ଭିନ୍ନ ଏକ ଅବତାର ।

ତେଣୁ ରାମଙ୍କ ପ୍ରତୀକ ସ୍ଵରୂପ ଜଗନ୍ନାଥଙ୍କୁ ରଖି ରଥଯାତ୍ରା ପାଳନର ନିଷ୍ପତ୍ତି ନିଆଯାଇଥିଲା।ଶ୍ରୀମଙ୍ଗରାଜଙ୍କ ମୂଳ ଘର କାଙ୍କେରୀ ଗ୍ରାମରେ ।ଗାଁରୁ ୨କିମି ଦୂର ବୁଢୀମୁଣ୍ଡା ପାହାଡ଼ରେ ଶ୍ରୀରାମଙ୍କ ମନ୍ଦିର ରହିଛି।ଶ୍ରୀରାମଙ୍କ ମନ୍ଦିରରୁ ଆଜ୍ଞା ମାଳା ନେଇ ତୃତୀୟାରେ କାଙ୍କେରୀ ଗ୍ରାମ ରୁ ରଥ ଆସୁ ଆସୁ ସନ୍ଧ୍ୟା ହୋଇଯାଇଥିଲା । ସନ୍ଧ୍ୟା ପରେ ରଥ ଟଣା ସମ୍ଭବ ନହେବାରୁ ଶ୍ରୀରାମ ମନ୍ଦିର ନିକଟସ୍ଥ ଏକ ସ୍ଥାନରେ ବିଗ୍ରହକୁ ରାତ୍ରୀଯାପନ କରିବାକୁ ପଡ଼ିଥିଲା । ତହିଁ ଆରଦିନ ସେଠାରୁ ଭଗବାନ ରଥାରୂଢ଼ ହୋଇ ଶ୍ରୀରାମ ମନ୍ଦିରକୁ ଯାଇଥିଲେ। ଏହି ନିଆରା ପରମ୍ପରା ଏବେବି ସେଠାରେ ପାଳିତ ହେଉଛି। ସମସ୍ତ ନିତୀକାନ୍ତୀ ମଙ୍ଗରାଜ ପରିବାର ଦ୍ଵାରା ସମ୍ପାଦିତ ହୋଇଥାଏ।ମଙ୍ଗରାଜ ପରିବାରର ମହିଳାମାନେ ସୁଭଦ୍ରାଙ୍କୁ ରଥାରୂଢ଼ କରୁଥିବା ବେଳେ ଡାକ୍ତର ଜୟରାମ ମଙ୍ଗରାଜ ଛେରାପହଁରା ନୀତି ସଂପାଦନ କରିଥିଲେ।

ଛତିଶଗଡ଼ ସୀମା ଲାଗି ରହିଥିବାରୁ ରଥଯାତ୍ରା ଦେଖ‌ିବାକୁ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଟୋକିମରା ପରବ ସହ ଶେଷ ହେଲା ଧାଙ୍ଗଡି ଦୋଳା ପରବ 

Sunil Chandra Nayak

ପବିତ୍ର ବାହୁଡ଼ା ଯାତ୍ରା ଅନୁଷ୍ଠିତ 

Sunil Chandra Nayak

ରାୟଗଡ ସହରର ସାଇପ୍ରିୟା ନଗର ବାସୀନ୍ଦା ଙ୍କ ନେତୃତ୍ବରେ ମାଁ ମଝିଘରୀଆଣୀଙ୍କ ଘଟଯାତ୍ରା

Leave a Comment

error: Content is protected !!