ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ପର୍ଯ୍ୟଟନ ବିଭାଗ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ  “ଏକ ପେଡ ମା କେ ନାମ “ଅନୁଷ୍ଠିତ 

ଜିଲ୍ଲା ପର୍ଯ୍ୟଟନ ବିଭାଗ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ 

“ଏକ ପେଡ ମା କେ ନାମ “ଅନୁଷ୍ଠିତ 

ରାୟଗଡା:- ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ସ୍ଥିତ ପଥପ୍ରାନ୍ତ ଆବାସ ସ୍ଥଳ (ଯାଯାବର) ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ବର୍ଷ ଏହି ପବିତ୍ର କାର୍ଯକ୍ରମ ଟି “ ମାଁ ନାମରେ ବୃକ୍ଷ ଟିଏ” କ୍ରମରେ ପ୍ରତ୍ୟେକ ବ୍ୟକ୍ତି ବିଶେଷ ଏହି ବର୍ଷ ନିଜ ନିଜ ମାଁ ଙ୍କ ନାମରେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବାକୁ ସରକାରଙ୍କ ତରଫରୁ ଅନୁରୋଧ କରାଯାଇ ଅଛି । ଉକ୍ତ କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବରେ ଜଗତ ଜୀବନ ବଗର୍ତି,ଡ଼ଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ  ଯୋଗଦାନ କରି ନିଜ କରକମଳ ରେ ଏକ ବୃକ୍ଷ ଚାରା ନିଜ ମାଁ ନାମରେ ରୋପଣ କରିଥିଲେ l

 ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପନିର୍ଦ୍ଧେଶକ ସୂଚନା ଓ ଲକସମ୍ପର୍କ ବିଭାଗ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, କାର୍ଯ୍ୟକ୍ରମର ଆୟୋଜକ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ଭଗବାନ ଖରା, ଓପିଲିପିର ପ୍ରକଳ୍ପ ପରିଚାଳକ ସୁଦର୍ଶନ ପାଢ଼ୀ, ଡିକେଡିଏ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ରହି ଗୋଟିଏ ଗୋଟିଏ ଚାରା ରୋପଣ କରିଥିଲେ l 

 ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପୌରପାଳିକା ନିକଟ, ବ୍ଲକ ସମ୍ମୁଖ ଭେଣ୍ଡିଂଜୋନର ଅପରିଷ୍କାର ପାଣି ଆଉ କେତେ ଦିନ ରାସ୍ତାରେ ଭାସିବ?

masiha

ସାଇବର ଠକେଇରୁ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ

masiha

JCI demands DGP to make public the list of nodal officers for redressal of problems of journalists

masiha

Leave a Comment

error: Content is protected !!