ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାରେ ଅଣସଂକ୍ରାମକ ରୋଗର ପ୍ରତିରୋଧ, ମାନସିକ ସ୍ୱାସ୍ଥ୍ୟ ଏବଂ ତମ୍ବାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ ବୈଠକ 

ଜିଲ୍ଲାରେ ଅଣସଂକ୍ରାମକ ରୋଗର ପ୍ରତିରୋଧ, ମାନସିକ ସ୍ୱାସ୍ଥ୍ୟ ଏବଂ ତମ୍ବାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ ବୈଠକ 

ଭବାନିପାଟଣା ତା ୧୦/୦୭/୨୦୨୪ – ଗତକାଲି ସଂଧ୍ୟା ୬:୦୦ ଘ ସମୟରେ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଅଣସଂକ୍ରାମକ ରୋଗର ପ୍ରତିରୋଧ, ମାନସିକ ସ୍ୱାସ୍ଥ୍ୟର ସ୍ଥିତି ଏବଂ ତମ୍ବାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଉପରେ ଏକ ବିଶେଷ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଅଣସଂକ୍ରାମକ ରୋଗ, ମଧୁମେହ, ଉଚ୍ଚରକ୍ତଚାପ, ହୃଦରୋଗ ଓ ଅନ୍ୟାନ୍ୟ ରୋଗକୁ କିପରି ଗାଁ ସ୍ତରରୁ ଚିହ୍ନଟ କରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସହଯୋଗରେ ଆଶାକର୍ମୀ ଓ ସ୍ବାସ୍ଥ୍ୟକର୍ମୀଙ୍କ ଦ୍ଵାରା ୩୦ ବର୍ଷରୁ ଉର୍ଦ୍ଧ୍ଵ ବୟସର ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇ ପୋର୍ଟାଲରେ ତଥ୍ୟ ସମ୍ମିଳିତ କରି ଔଷଧ ବଣ୍ଟନ କରିବାକୁ ସମସ୍ତ ବ୍ଲକ ସ୍ଥିତ ପି ଏଚ ସି ,ମେଡ଼ିକାଲ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେଭଳି ଜିଲ୍ଲାରେ ମାନସିକ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ, ମାନସିକ ରୋଗ ବିଶେଷଜ୍ଞ, ନର୍ସ, ସମାଜସେବୀଙ୍କ କାର୍ଯ୍ୟ ନିରିକ୍ଷଣ, ଗୋଷ୍ଠିଗତ ସହାୟତା ଓ ସଚେତନତା, କାରାଗାର ଓ ଶିଶୁଯତ୍ନ କେନ୍ଦ୍ର ପରିଦର୍ଶନ ଓ ଅନ୍ତେବାସୀଙ୍କ ମାନସିକ ସ୍ଵାସ୍ଥ୍ୟ ପରୀକ୍ଷା, ଔଷଧ ବଣ୍ଟନ, ଡାକ୍ତରଙ୍କ ପରାମର୍ଶ, ମୋବାଇଲ ମାନସିକ ସ୍ୱାସ୍ଥ୍ୟ ଯାନର ବ୍ୟବହାର, ସ୍କ୍ରିନିଂ କ୍ୟାମ୍ପ, ମାନସିକରୋଗିଙ୍କୁ ଚିକିତ୍ସା ଉପରେ ଆଲୋଚନା ହୋଇଥିଲା । ତମ୍ବାଖୁ ନିୟନ୍ତ୍ରଣ ଓ ତମାଖୁ ସେବନକୁ ନିରୁତ୍ସାହିତ କରିବାକୁ ଜିଲ୍ଲାସ୍ତରୀୟ ସ୍ଵମନ୍ଵୟ କମିଟିର ବୈଠକରେ ତମ୍ବାଖୁ ନିୟନ୍ତ୍ରଣରେ ପୋଲିସ ଓ ଅବକାରୀ ବିଭାଗର କାର୍ଯ୍ୟ, ବିଦ୍ୟାଳୟମାନଙ୍କରେ କିଶୋର କିଶୋରୀମାନଙ୍କୁ ତମ୍ୱାଖୁର ଅପକାରିତା ଓ ସେବନ କରିବା ହାନିକାରକ ର ସଚେତନତା ବାର୍ତ୍ତା , ସ୍କୁଆଡ ଟିମ୍ ର ଚଢ଼ାଉ, ସଚେତନତା କାର୍ଯ୍ୟକ୍ରମ, ଶିକ୍ଷକ ଓ ସରପଞ୍ଚମାନଙ୍କୁ ଟ୍ରେନିଙ୍ଗ, ବ୍ଲକ୍ ସ୍ତରରେ କମିଟି ଗଠନ, ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ଓ ସ୍ଵମନ୍ୱୟ, କୋପଟା ନିୟମର କଡ଼ାକଡ଼ି ପାଳନ ଉପରେ ଆଲୋଚନା ହୋଇଥିଲା । ୨୦୨୩-୨୪ ରେ ତମାଖୁ ନିୟନ୍ତ୍ରଣ ସ୍କୁଆଡ ଦ୍ଵାରା ୨୫ ଟି ସ୍ଥାନରେ ଚଢ଼ାଉ କରାଯାଇ ୪୨୨ ଜଣଙ୍କୁ ଚେତାବନୀ ସହ ୮୧,୧୨୦/- ଟଙ୍କା ଫାଇନ କରାଯାଇଥିଲା । ସେଭଳି ତମ୍ୱାଖୁ ମୁକ୍ତ ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମରେ ୯୨ ବିଦ୍ୟାଳୟ ଓ ୬ ଟି କଲେଜ୍ କୁ ଅନ୍ତର୍ଭୁକ୍ତ କରାଯାଇଛି । ଉକ୍ତ ବୈଠକରେ ଅତିରିକ୍ତ ଏସ୍. ପି. ସେବାଷ୍ଟିନ୍ ଡିଗା, ସି.ଡି.ଏମ୍.ଓ ଡ଼ଃ. ନିହାରେନ୍ଦ୍ର ପଣ୍ଡା, ଡି.ପି.ଏଚ୍.ଓ. ଡଃ ରାକେଶ ସାହୁ, ଡ଼ଃ. ରଞ୍ଜନ ମିଶ୍ର, ଡି.ପି.ଏମ୍. ଭବାନୀ ଶଙ୍କର ସାହୁ , ନିହାର ରଞ୍ଜନ, ହିମାଂଶୁ ସାହୁ, ଡି. ଆଇ.ପି.ଆର୍.ଓ ମନୋଜ କୁମାର ବେହେରା, ଡି.ଡବ୍ଲୁ.ଓ ଅରବିନ୍ଦ ରାଏ, ଡି.ସି.ପି.ଓ ଶୈଳନ୍ଦୁ ମହାପାତ୍ର ସମସ୍ତ ବ୍ଲକର ବି.ଡି.ଏମ୍, ବି.ପି.ଏମ୍, ପି.ଏଚ.ଏସ୍.ଓ, ଏମ୍.ଓ , କାଉନସେଲର ଯୋଗ ଦେଇଥିଲେ ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ଟ୍ରେନରୁ ଖସି ଯୁବକ ଗୁରୁତର,ପ୍ରଥମେ ବସ୍ତା ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର 

masiha

ସମ୍ପୂର୍ଣ୍ଣତା ଅଭିଯାନ ୨.୦ ନିମନ୍ତେ ସ୍ଵତନ୍ତ୍ର ଗ୍ରାମ ସଭା 

Sunil Chandra Nayak

ମାଓବାଦୀଙ୍କ ଦୁର୍ଗମ ଅଞ୍ଚଳ ରେ ଜନ ସଂପର୍କ ଶିବିର କଲେ କୋରାପୁଟ ଏସପି ଅଭିନାସ ସୋନକର 

Sunil Chandra Nayak

Leave a Comment

error: Content is protected !!