ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସ ଡବ୍ଲୁ ଏଫ୍ ଆଇ ର ୧୦ ମ ସର୍ବଭାରତୀୟ ସମ୍ମିଳନୀ ସେପ୍ଟେମ୍ବର ୬-୭ ଦୁଇଦିନ ଧରି ରାଉରକେଲା ଅନୁଷ୍ଠିତ କରିବା ପାଇଁ ଅଭ୍ୟର୍ଥନା କମିଟି ଗଠିତ

ଏସ ଡବ୍ଲୁ ଏଫ୍ ଆଇ ର ୧୦ ମ ସର୍ବଭାରତୀୟ ସମ୍ମିଳନୀ ସେପ୍ଟେମ୍ବର ୬-୭ ଦୁଇଦିନ ଧରି ରାଉରକେଲା ଅନୁଷ୍ଠିତ କରିବା ପାଇଁ ଅଭ୍ୟର୍ଥନା କମିଟି ଗଠିତ

ରାଉରକେଲା ତା ୨୪/୦୭/୨୦୨୫ — ସମଗ୍ର ଭାରତରେ ଇସ୍ପାତ ଓ ଖଣି ମାନଙ୍କ ରେ କାର୍ଯ୍ୟରତ ସ୍ଥାୟୀ ଓ ଠିକା ଶ୍ରମିକ ମାନଙ୍କ ସର୍ବବୃହତ ସଂଗଠନ ଷ୍ଟିଲ ଓର୍କରସ ଫେଡେରେସନ ଅଫ୍ ଇଣ୍ଡିଆ ର ୧୦ ମ ସର୍ବଭାରତୀୟ ସମ୍ମିଳନୀ ଆସନ୍ତା ସେପ୍ଟେମ୍ୱର ୬-୭ ଦୁଇଦିନ ଧରି ଇସ୍ପାତ ନଗରୀ ରାଉରକେଲା ଅନୁଷ୍ଠିତ ହେବ। ଏହି ସମ୍ମିଳନୀ ରେ ଦେଶର ସମସ୍ତ ଇସ୍ପାତ କାରଖାନା ଓ ଖଣିରେ କାର୍ଯ୍ୟ କରୁଥିବା ପ୍ରାୟ ୩ ଶହ ରୁ ଉର୍ଦ୍ଧ୍ବ ନେତୃତ୍ବ ସମ୍ମିଳନୀ ରେ ପ୍ରତିନିଧି ଭାବେ ଯୋଗଦେଇ ବର୍ତ୍ତମାନ ଦେଶର ଇସ୍ପାତ ଶିଳ୍ପ ର ବିଭିନ୍ନ ସମସ୍ୟା, ସ୍ଥାୟୀ ଓ ଠିକା ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା, ଏନ୍ ଜେ ସି ଏସ ରେ ଦୀର୍ଘଦିନ ଧରି ହୋଇ ପାରୁନଥିବା ମଜୁରୀ ଚୁକ୍ତିନାମା,ଠିକା ଶ୍ରମିକ ମାନଙ୍କ ମଜୁରୀ ବୃଦ୍ଧି ଓ ସାମାଜିକ ସୁରକ୍ଷା, କାରଖାନା ମାନଙ୍କରେ ଶ୍ରମିକ ଙ୍କ ସୁରକ୍ଷା ଭଳି ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଏହି ସମ୍ମିଳନୀ ରେ ପ୍ରତିନିଧି ମାନେ ଆଲୋଚନା କରିବେ। 

    ସମ୍ମିଳନୀ କୁ ସଫଳତାର ସହିତ ଆୟୋଜନ କରିବା ପାଇଁ ଏକ ଅଭ୍ୟର୍ଥନା କମିଟି ଗତ କାଲି ଶ୍ରମିକ ଭବନ, ସେକ୍ଟର ୧୬ ଠାରେ ବୈଠକ ରେ ଗଠନ କରାଯାଇଥିଲା ବେଳେ ଅଭ୍ୟର୍ଥନା କମିଟି ର ମୂଖ୍ୟ ପୃଷ୍ଠପୋଷକ ଭାବରେ ସି ଆଇ ଟି ୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସଂପାଦକ ବିଷ୍ଣୁ ମହାନ୍ତି ରହିଛନ୍ତି। କମିଟି ର ଅଧ୍ୟକ୍ଷ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ରହିଥିଲାବେଳେ କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରମୋଦ ସାମଲ, ଉପାଧ୍ୟକ୍ଷ ବିମାନ ମାଇତି, ଜାହାଙ୍ଗୀର ଅଲ୍ଲୀ,ଶ୍ରୀମନ୍ତ ବେହେରା, ପ୍ରଭାତ ପଣ୍ଡା, ସୁରେଶ ନାଏକ,ସନ୍ତୋଷ ସାହୁ, ସାଧାରଣ ସମ୍ପାଦକ ବସନ୍ତ ନାୟକ, କୋଷାଧ୍ୟକ୍ଷ ବି ପି ମହାପାତ୍ର ଙ୍କ ସମେତ ଜିଲ୍ଲା ର ସମସ୍ତ ସି ଆଇ ଟି ୟୁ ନେତୃତ୍ବ ମାନଙ୍କୁ ନେଇ ଏହି ଅଭ୍ୟର୍ଥନା କମିଟି ଗଠନ କରାଯାଇଛି। ପୂର୍ବରୁ ୨୦୧୨ ମସିହା ରେ ଏସ ଡବ୍ଲୁ ଏଫ୍ ଆଇ ର ସମ୍ମିଳନୀ ରାଉରକେଲା ଠାରେ ଅନୁଷ୍ଠିତ ହୋଇଥିଲା। ଚଳିତ ସମ୍ମିଳନୀ କୁ ସଫଳ କରିବା ପାଇଁ ବିଭିନ୍ନ ସବ କମିଟି ମାନ ଗଠନ କରାଯାଇଛି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଜ ଚାଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନବାଗତଙ୍କୁ ସ୍ୱାଗତ ଓ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

Sunil Chandra Nayak

ରାଇରଙ୍ଗପୁର ବନଖଣ୍ଡ ଆନୁକୁଲ୍ୟରେ ବିଶ୍ଵ ଗଜରାଜ ଦିବସ 

Sunil Chandra Nayak

ସୁନ୍ଦରଗଡ଼ ଠାରେ ଦୁଇ ଦିନିଆ ସ୍ୱାସ୍ଥ୍ୟ ଶିବିର ଉଦଘାଟିତ

masiha

Leave a Comment

error: Content is protected !!