ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ସାକ୍ଷାତ କଲେ ଡ଼. ଭବାନୀ ଶଙ୍କର ନିଆଲ

କେନ୍ଦ୍ର ରେଳମନ୍ତ୍ରୀଙ୍କୁ ସାକ୍ଷାତ କଲେ ଡ଼. ଭବାନୀ ଶଙ୍କର ନିଆଲ

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କର ସହ ଦିଲ୍ଲୀ ସ୍ଥିତ ରେଳଭବନ ଠାରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଜରିଆରେ କଳାହାଣ୍ଡି ରେଳଯାତ୍ରୀ ସଂଘ ଅଧ୍ୟକ୍ଷ ଡ଼. ଭବାନୀ ଶଙ୍କର ନିଆଲ ସାକ୍ଷାତ କରିଛନ୍ତି। ଏ ଅବସରରେ ସାକ୍ଷାତ କରି କଳାହାଣ୍ଡି ନୂଆପଡା ଜିଲ୍ଲାର ବିଭିନ୍ନ ରେଳ ସମ୍ବନ୍ଧିତ ସମସ୍ୟା ଓ ତାର ସମାଧାନ ନିରାକରଣ ପାଇଁ ଚର୍ଚ୍ଚା କରିଥିଲେ। ତନମଧ୍ୟରୁ କଳାହାଣ୍ଡି ର ବହୁଚର୍ଚ୍ଚିତ ନର୍ଲା ରେଳ, ୱାଗନ ଫେକ୍ଟ୍ରି, ଜୁନାଗଡ଼ ରୁ ନବରଙ୍ଗପୁର ରେଳ ସଂଯୋଗୀ କରଣ, ଟିଟିଲାଗଡ଼ ରୁ ବିଶାଖାପାଟଣା ପର୍ଯ୍ୟନ୍ତ କେସିଙ୍ଗା ଷ୍ଟେସନରେ ଉଭୟ ଏକ୍ସପ୍ରେସ ଏବଂ ପାସିଞ୍ଜର ଟ୍ରେନ୍ରରେ ଅନଲୋଡିଂ ସୁବିଧା,କେସିଙ୍ଗା ଠାରୁ ଭୁବନେଶ୍ୱରକୁ ସିଧାସଳଖ ଟ୍ରେନ୍, ସପ୍ତାହରେ ୩ ଦିନ କେସିଙ୍ଗା ପର୍ଯ୍ୟନ୍ତ ଇସ୍ପାଟ ଟ୍ରେନ୍ ସମ୍ପ୍ରସାରଣ,ବିଶାଖାପାଟଣା ରୁ ରାୟଗଡା଼ ପର୍ଯ୍ୟନ୍ତ ସମସ୍ତ ଡାଉନ୍ ଟ୍ରେନ୍ ୪ନଂ ପ୍ଲାଟଫର୍ମରେ ଦେବା,ଟ୍ରେନ୍ ଆସିବା ପୂର୍ବରୁ ଘୋଷଣା କରିବା ଜରୁରୀ,ରେଳ ଟିକେଟ୍ କୋଟା ଅନ୍ତର୍ଗତ କେସିଙ୍ଗା ଷ୍ଟେସନକୁ ମଧ୍ୟ ଅନ୍ତର୍ଭୁକ୍ତ କରିବା,ରାୟଗଡରୁ ଟିଟିଲାଗଡ଼ ପର୍ଯ୍ୟନ୍ତ ଏକ ଟ୍ରେନ୍ ଯାହା ପୁରୀ ଦୁର୍ଗ ଟ୍ରେନ୍ ଧରିବାରେ ସାହାଯ୍ୟ କରିବ,କେସିଙ୍ଗାକୁ ଇସ୍ପାଟ ଏକ୍ସପ୍ରେସର ବିସ୍ତାର,ନର୍ଲା, ରୁପ୍ରା ରୋଡ୍,ଲାଞ୍ଜିଗଡ ରୋଡ୍, ଜୁନାଗଡ,ଧର୍ମଗଡ଼,ରାମଚନ୍ଦ୍ରପୁର,ଦେପୁରର ର ବିଭିନ୍ନ ଦାବୀ,ନର୍ଲାରୋଡ଼ ଷ୍ଟେସନରେ ସମତା,ତିରୁପତି ଓ ଧାନବାଦ ଏକ୍ସପ୍ରେସ ଟ୍ରେନ ରହଣି, ଭବାନୀପାଟଣା ପାଖ କୁଟୁରୁଖମାର ନୂଆ ହସ୍ପିଟାଲ ପାଖରେ ଏକ ଅଣ୍ଡର ବ୍ରିଜ ନିର୍ମାଣ ଏବଂ ସବୁଠାରୁ ମହତ୍ୱପୂର୍ଣ୍ଣ କଥା ହେଲା ଯେ କଳାହାଣ୍ଡି ଭବାନୀପାଟଣା ରେଲୱେ ଷ୍ଟେସନରେ ଦ୍ଵିତୀୟ ନଂ ପ୍ଲାଟଫର୍ମ ନିର୍ମାଣ ଦାବୀ ପ୍ରମୁଖ ଉପରେ ବିଶେଷ ଚର୍ଚ୍ଚା ହୋଇଥିଲା। ଏହି ଅବସରରେ କଳାହାଣ୍ଡି ରେଳ ଯାତ୍ରୀ ସଂଘର ଉପସଭାପତି ରାକେଶ ସାହୁ ମଧ୍ୟ ଉପସ୍ଥିତ ଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

କୋଟପାଡ଼ ସହରର ବିଭିନ୍ନ ପ୍ରକଳ୍ପ ସମୀକ୍ଷା କଲେ ଜିଲ୍ଲାପାଳ; ଆହାର କେନ୍ଦ୍ରରେ କଲେ ମଧ୍ୟାହ୍ନ ଭୋଜନ

Sunil Chandra Nayak

ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲେ ଇ. ମହାକୁଡ

masiha

ପୋଷଣ ମାହ ୨୦୨୩ ପୁରସ୍କାର ହାସଲ କଲା ଜିଲ୍ଲା ପ୍ରଶାସନ

masiha

Leave a Comment

error: Content is protected !!