ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକଙ୍କ ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ 

ବିଧାୟକଙ୍କ ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ 

ବନ୍ଧୁଗାଁ ତା, ୧୧/୭/୨୪, ସ୍ତାନୀୟ ବନ୍ଧୁଗାଁ ବ୍ଲକର ସଭା ଗୃହ କାର୍ଯ୍ୟାଳୟ ଠାରେ ଆଜି ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ବିଧାୟକ ପବିତ୍ର ସାଉନ୍ତାଙ୍କ ଉନ୍ନୟନ କାର୍ଯ୍ୟର ସୋମିଖ୍ୟା କରିଛନ୍ତି I ବିଡ଼ିଓ ଶ୍ରୀ ଅଭିନାସ ବିଶ୍ୱଜିତ ସେଠିଙ୍କ ଅଧ୍ୟକ୍ଷତାରେ ବୈଠକରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ସାଉନ୍ତା ଯୋଗ ଦେଇଥିଲେ I ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କୋରାଯାଇଥିଲା I ପ୍ରଥମେ ବିଧାୟକ ବ୍ଲକ ଶିଶୁ ବିକାଶ ଅଧିକାରୀଙ୍କୁ ଅଙ୍ଗନ ବାଡ଼ି କେନ୍ଦ୍ର ମାନଙ୍କରେ କିପରି ପିଲାଙ୍କ ପାଇଁ ପୋଷଣ ଖାଦ୍ୟ ଓ ଛତୁଆ ଦିଆ ଯାଉଛି ଓ ଗର୍ଭବତି ମହିଳାଙ୍କୁ ତାଙ୍କ ପାଇଁ ସରକାର ଯାହା ଯୋଗାଉଚନ୍ତି ତା ବିଷୟ ଓ ଆଙ୍ଗନ ୱାଡି କର୍ମୀ ମାନେ ଠିକରେ ନିଜ କେନ୍ଦ୍ରକୁ ଯାଇ ପିଲାଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା କିପରି ଦେଉଛନ୍ତି ଓ କେତୋଟି ଅଙ୍ଗନ ୱାଡି କେନ୍ଦ୍ର ରହିଛି ଓ କେଉଁ କେଉଁ କେନ୍ଦ୍ରରେ କେଉଁ କେଉଁ ପଦବୀ ଖାଲି ତାକୁ ନେଇ ପଚାରି ବୁଝିଥିଲେ I ପରେ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ମଦନ ମହନ ମୁଦୁଲି ଙ୍କୁ ଶିକ୍ଷା କ୍ଷେତ୍ର କିପରି ଚାଲୁଅଛି, କେଉଁ କେଉଁ ବିଦ୍ୟାଳୟ ରେ ଶିକ୍ଷକ ଅଭାବ, ଛାତ୍ର ବାସ ଶିକ୍ଷକ ଓ ଶିକ୍ଷୟତ୍ରୀ ଠିକ ସମୟରେ ବିଦ୍ୟାଳୟ କୁ ଯାଇ ପିଲାଙ୍କୁ ଶିକ୍ଷା ଦେଉଛନ୍ତି କି ନାହିଁ, ସମସ୍ତେ ଶିକ୍ଷକ ଓ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀଙ୍କୁ ଉଚିତ ସମୟରେ ଉଚିତ ଶିକ୍ଷା ଦିଆଯାଉ ଏପରି ଅନେକ ବିଷୟରେ ପଚାରି ବୁଝିଥିଲେ I ଏଥି ସହ ବ୍ଲକରେ ରହିଥିବା ବ୍ଲକର ଡବ୍ଲ୍ୟୁ.ଇ.ଓ ଅଧିକାରୀ ଶ୍ରୀ ଚନ୍ଦନ କୁମାର ସ୍ୱାଇଁଙ୍କୁ ପଚାରିଥିଲେ କି ବନ୍ଧୁଗାଁ ବ୍ଲକରେ ରହିଥିବା ସମସ୍ତ ଛାତ୍ରାବାସ ଓ ଛାତ୍ରୀବାସ ଠାରେ ଖାଇବା ପାଇଁ ନିୟୋମିତ ଚାଟ ଅନୁଯାଇ ଓ ସେମାଙ୍କୁ ସରକାରଙ୍କ ସହାୟତା, କିପରି ରହୁଛନ୍ତି ବିଜୁଳି, ସ୍ୱଛାଳୟ, ଓ ଶୋଇବା ପାଇଁ ଫଙ୍କା, ଖଟିଆ ଓ ଅନ୍ୟାନ୍ୟ ସମସ୍ୟା ପଚାରି ବୁଝିଥିଲେ I ଏପରି ଭାବରେ ବ୍ଲକର ସମସ୍ତ ବିଭାଗର କର୍ମଚାରି ମାନଙ୍କୁ ଗଟି ଗଟି କରି ପଚାରି ବୁଝୁଥିଲେ I ଯେଉଁ ଯେଉଁ କାର୍ଯ୍ୟଳୟ ମାନଙ୍କରେ କାମ କରିବା ପାଇଁ କର୍ମୀମାନେ ଆବହେଳା କି କାମ କରିବା ପାଇଁ ଲୋକଙ୍କୁ ଠାରୁ ଲାଞ୍ଚ ନେବାର ଜାଣିବାକୁ ପାଇଲେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାଆନୁଷ୍ଠାନ ଗ୍ରହଣ କୋରାଯିବ I ଯେଉଁ ଯେଉଁ ଗ୍ରାମକୁ ଯିବାକୁ ଗମନାଗମନ ର ସୁବିଧା ନାହିଁ ତାକୁ ଏମେରଜେନସି ଫଣ୍ଡ ମାଧ୍ୟମରୁ ରାସ୍ତା ସୁବିଧା ଓ ବିଦ୍ୟାଳୟ ଛାତରୁ ପାଣି ଗଲୁଥିଲେ ତାକୁ ତୁରନ୍ତ ମୋରାମତି କୋରାଯାଉ I ବ୍ଲକରେ ଯେତେ କାର୍ଯ୍ୟ କୋରାଯିବା ପାଇଁ ଟଙ୍କା ଆସିଅଛି ତାକୁ ଜରୁରୀ କାଳିନ ଭାବରେ ଖର୍ଚ୍ଚାନ୍ତ କୋରାଯାଉ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଶ୍ରୀ ମାନସ ରୋଞ୍ଜନ ମିଶ୍ରଙ୍କୁ ପଚାରିଥିଲେ କି ବର୍ଷା ଆରମ୍ଭ ହେଲା ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମୀ ସବୁବେଳେ ସଜାଗ ରୁହନ୍ତୁ ଆମ୍ବୁଲାନ୍ସ ଗାଡିକୁ ସଜାଡି ରଖିଥାଆନ୍ତୁ ଓ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀଙ୍କୁ ଧ୍ୟାନ ଦିଅନ୍ତୁ ଓ ସମସ୍ତ ଆଶା କର୍ମୀଙ୍କୁ ନିଜ ନିଜ ଅଞ୍ଚଳରେ ସତର୍କ ଓ ସଜାଗ ରହିବା ପାଇଁ କହିଥିଲେ ଶ୍ରୀ ସାଉନ୍ତା ବାବୁ I ଅଧପନ୍ତରିଆ କାର୍ଯ୍ୟକୁ ତୁରନ୍ତ ଶେଷ କରିବା ପାଇଁ ବିଡ଼ିଓଙ୍କୁ କହିଥିଲେ I ଆଜିର ଉନ୍ନୟନ ସମୀକ୍ଷା ବୈଠକ ଶିବିରରେ ବନ ବିଭାଗ, ଜଳ ଯଗାଣ ବିଭାଗ, ବିଜୁଳି ବିଭାଗ, ହର୍ଷା ଟ୍ରଷ୍ଟ, ଗ୍ରାମ୍ୟ ବେଙ୍କ ବିଭାଗ, ହଟି କଲଚୋର ବ୍ଲକର ସମସ୍ତ ଯନ୍ତ୍ରୀ ଓ ସବୁ ପଞ୍ଚାୟତର ପିଇଓ, ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା, ଆଇ. ଏ. ୟାଇ. ଓ ମନରେଗା ବିଭାଗର ଅଧିକାରୀ, ଆର. ଡ଼ି. ବିଭାଗର ରଞ୍ଜିତ ନାୟକ, (ଏ.ଏଫ.ଓ.)ଓ (ସି.ପି)ଓ ଖାଉଟି ବିଭାଗ ଅଧିକାରୀ, ସାମାଜିକ ନିରାକରଣ ବିଭାଗ, ପ୍ରାଣୀ କେନ୍ଦ୍ର ବିଭାଗ, ବନ୍ଧୁଗାଁ ତୋହସିଲ ଦାର ଶ୍ରୀ ମତି ସନାଲି ପାତ୍ର,ବନ୍ଧୁଗାଁ ବ୍ଲକ କଂଗ୍ରେସ ସଭାପତି ଡ଼ି. ଏଙ୍କାତି, ପୂର୍ବତନ ସାଂସଦ ଲଖଣ ଖସଲା, ପୂର୍ବତନ ବିଧାୟକ ପ୍ରତିନିଧି କାମେଶ୍ଵର ରତନାଲୁ, ଅସକ ପଣ୍ଡା, କୁମର ଖୋସଲା,ସଦାନା ପିଡ଼ିକା, ବ୍ଲକ ଯୁବ ସଭାପତି ଦାମଦର କାଡ୍ରାକା, ଓ କଂଗ୍ରେସ ଦଳର ବହୁ କର୍ମୀ ଉପସ୍ଥିତ ରହିଥିଲେ I

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଦୁର୍ନିତୀରେ ଭରପୁର ରୁପ୍ରାରୋଡ ଗ୍ରାମ ପଞ୍ଚାୟତ

masiha

ମକର ପାଇଁ ବିଜାତଳା ସାପ୍ତାହିକ ପ୍ରବଳ ଭିଡ଼ 

masiha

ଶାନ୍ତପୁର ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ଠାରେ ୭୪ ତମ ବନ ମହୋତ୍ସବ

Leave a Comment

error: Content is protected !!