ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଞ୍ଜିଗଡ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ଲାଞ୍ଜିଗଡ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ଲାଞ୍ଜିଗଡ, ୧୨/୦୭(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରସ୍ଥିତ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପରିସରରେ ଆଜି ଲାଞ୍ଜିଗଡ ପଞ୍ଚାୟତ ସମିତିର ଅଷ୍ଟମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର ବୈଠକରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ଲକ ଅଂଚଳର ବିଭିନ୍ନ ପ୍ରସଙ୍ଗ ଆଲୋଚନାରେ ଭାଗ ନେଇଥିଲେ। ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଲାଞ୍ଜିଗଡ ବିଡିଓ ଶଶାଙ୍କ ପାତ୍ର, ତହସିଲଦାର କିରଣ କୁମାର ମହାନ୍ତି, ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ଜିଲ୍ଲା ପରିଷଦ ସଭ୍ୟ ପରୀକ୍ଷିତ ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ଲାଞ୍ଜିଗଡ ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ଯୋଗଦେଇଥିଲେ। ସେହିପରି ବିଭିନ୍ନ ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ। ତେବେ ସାଧାରଣ ନିର୍ବାଚନ ପରେ ଆଜି ହେଉଥିବା ପଞ୍ଚାୟତ ସମିତି ବୈଠକକୁ ନେଇ ସଦସ୍ୟ, ସଦସ୍ୟାମାନେ ବେଶ ଉତ୍ସାହିତ ଥିବାବେଳେ ବ୍ଲକ ଅଞ୍ଚଳର ମନରେଗା ଦୁର୍ନୀତି, ପାନୀୟ ଜଳ ସମସ୍ୟା ସହିତ ଅନେକ ସମସ୍ୟା ସମ୍ପର୍କରେ ବୈଠକରେ ବିଶଦ ଆଲୋଚନା ହୋଇଥିଲା। ସେହିପରି ବ୍ଲକର ୯୬ଜଣ ହିତାଧିକାରୀଙ୍କ ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗ ଭତ୍ତା ମଞ୍ଜୁର ହୋଇଥିବାବେଳେ ବ୍ଲକ ସାମାଜିକ ସମ୍ପ୍ରସାରଣ ଅଧିକାରୀ ଅରବିନ୍ଦ ମହାପାତ୍ରଙ୍କ ଉପସ୍ଥିତିରେ ୬ ଜଣ ହିତାଧିକାରୀଙ୍କୁ ବିଧାୟକ ଶ୍ରୀ ଦିଶାରୀ ଭତ୍ତା ବଣ୍ଟନ କରିଥିଲେ। ଅନ୍ୟପକ୍ଷରେ ଅତିରିକ୍ତ ବନସଂରକ୍ଷକ ନରୋତ୍ତମ ମାଝୀ ଓ ତହସିଲଦାର କିରଣ କୁମାର ମହାନ୍ତିଙ୍କ ଉପସ୍ଥିତିରେ ୩୨ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଥିଲା। ବ୍ଲକସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ବିଶ୍ଵ ଏଡସ ଦିବସ ପାଳିତ 

Sunil Chandra Nayak

ପାନୀୟଜଳ ସମସ୍ୟାକୁ ନେଇଁ ରାସ୍ତା ରୋକ, ଯାତାୟାତ ଠପ 

Sunil Chandra Nayak

ପ୍ରବାସୀ ଭାରତୀୟ ଦିବସ ପାଳନ 

masiha

Leave a Comment

error: Content is protected !!