ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଫ୍ରିକାରେ ଚିନ୍ମୟ ଫାଉଣ୍ଡେସନର ଅବଧାନଙ୍କ ପାଠଶାଳାରେ ଆରମ୍ଭ ହେଲା ଘୋଡ଼ା ଦୌଡ ପ୍ରଶିକ୍ଷଣ

ଆଫ୍ରିକାରେ ଚିନ୍ମୟ ଫାଉଣ୍ଡେସନର ଅବଧାନଙ୍କ ପାଠଶାଳାରେ ଆରମ୍ଭ ହେଲା ଘୋଡ଼ା ଦୌଡ ପ୍ରଶିକ୍ଷଣ

ଯାଜପୁର,୧୭/୭/୨୪- ଯାଜପୁର ଜିଲ୍ଲା ନନ୍ଦିପୁର ପଞ୍ଚାୟତ ଅନ୍ତର୍ଗତ ବାବଲପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ସମଗ୍ର ପୃଥିବୀରେ ଶାଖା କାର୍ଯ୍ୟାଳୟ ମାଧ୍ୟମରେ କୋଡ଼ିଏ ସୂତ୍ରୀ କାର୍ଯ୍ୟକ୍ରମ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଆଫ୍ରିକା ରାଷ୍ଟ୍ରୀୟ ଶାଖା କାର୍ଯ୍ୟାଳୟ ମାଧ୍ୟମରେ ଫାଉଣ୍ଡେସନ ଦ୍ବାରା ପରିଚାଳିତ ଆନ୍ତର୍ଜାତିକ ମୁକ୍ତାକାଶ ବିଦ୍ୟାଳୟ ଅବଧାନଙ୍କ ପାଠଶାଳା ମାଧ୍ୟମରେ ଜାରି ରହିଛି ଘୋଡ଼ା ଦୌଡ ପ୍ରଶିକ୍ଷଣ । ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଡ଼ଃ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶକ୍ରମେ ଆଫ୍ରିକାରେ ସଂଯୋଜକ ମଗଜିମାଭିଡୋ ଭୂୟାନୀ ଆଚିଡ଼ିଆକାନଙ୍କ ନେତୃତ୍ବରେ ମାଟେଟାଇଲ ଠାରେ ଶତାଧିକ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସିୟାକୁଡୁମିଶା ମଗ୍ଦଲା, ୟାମ୍କେଲା ଟୁଟୁ କୋଟେଲାନା ବୁଙ୍ଗାକ୍ୱାଲିସେ ମାଗ୍ଦଲା, ମାଲିଂକ୍ବଳିସା ମଗ୍ଦଳା, ମଗିମା ଭୁୟାନୀ, ନକ୍ୱାଥା ମଜିକାଇସେ,ଏଜ୍ରା ମଗଜିମା, ମଦୋନ୍ତ୍ସା ଲୁଥୁଲି, ମଜ୍ଵନ୍ଦିଲେ ମଗ୍ଦାଲା, ମଗୋଜିଓ ଲୁଙ୍ଗିସା ଆଦି ସହଯୋଗ କରିଥିଲେ ।।

ବାଲେଶ୍ଵର ଏବଂ ଯାଜପୁରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବିଶିଷ୍ଟ ସାହିତ୍ୟିକ ମନୋରଂଜନ ନନ୍ଦ ଆଉ ନାହାନ୍ତି

Sunil Chandra Nayak

ମହିଳା ଓ ଶିଶୁ ବିକାଶ ବିଭାଗ ସଚିବଙ୍କ ରାୟଗଡ଼ା ଗସ୍ତ

masiha

ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଜିଲା ଶିଳ୍ପ କେନ୍ଦ୍ର ତରଫରୁ ନିଯୁକ୍ତି ଭିତ୍ତିକ ତାଲିମ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!