ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ବରଞ୍ଜନକୁ ମିଳିଲା କୁନ୍ତଳା ମହାରଥା ମେଧା ସମ୍ମାନ

ବିଶ୍ବରଞ୍ଜନକୁ ମିଳିଲା କୁନ୍ତଳା ମହାରଥା ମେଧା ସମ୍ମାନ

 ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପଳାସପୁର ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି ସମ୍ବର୍ଦ୍ଧନା ସଭା । ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଅନନ୍ତ ପ୍ରସାଦ ବାରିକ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତଥା ନାରୀକବି କୁନ୍ତଳା ମହାରଥା, ସମ୍ମାନିତ ଅତିଥି ଭାବେ ମନ୍ମଥ ସାମଲ ଏବଂ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇ ଚଳିତ ବର୍ଷ ହାଇସ୍କୁଲ ବାର୍ଷିକ ପରୀକ୍ଷାରେ ବିଦ୍ୟାଳୟର ଛାତ୍ର ବିଶ୍ବରଞ୍ଜନ ମହାନ୍ତି ମୋଟ ୪୭୧ ନମ୍ବର ରଖି କୃତିତ୍ୱର ସହିତ ଉତ୍ତୀର୍ଣ୍ଣ ହୋଇ ଥିବାରୁ ଅତିଥି ମାନେ ଛାତ୍ର ଶ୍ରୀ ମହାନ୍ତିଙ୍କୁ ” କୁନ୍ତଳା ମହାରଥା ମେଧା ସମ୍ମାନ ” ରେ ସମ୍ମାନିତ କରିଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷାକର୍ମଚାରୀ ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ସମାଜସେବୀ କୁଞ୍ଜଲତା ମାହୁନ୍ତ, ବୀଣାପାଣି ନାୟକ, ମନ୍ମଥ ସାମଲ ଓ ଛାତ୍ରଛାତ୍ରୀ ସଭା ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ ।।

ବାଲେଶ୍ଵର ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଜ ଚାଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନବାଗତଙ୍କୁ ସ୍ୱାଗତ ଓ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

Sunil Chandra Nayak

ଡ଼ି. ଆର.ୟୁ.ସି.ସି.(ରେଳ ବାଇ ବୋର୍ଡ଼) ର ସଦସ୍ୟ ଡଃ ସୁବାସ ଲେଙ୍କାଙ୍କ ଦ୍ୱାରା ରେଳ ଷ୍ଟେସନ ନୀରିକ୍ଷଣ

Sunil Chandra Nayak

ତୈଳ ଓ ରନ୍ଧନ ଗ୍ୟାସ ଯୋଗାଣ ରେ ସୃଷ୍ଟି ହୋଇଥିବା ଅସ୍ଥିରତାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ 

Leave a Comment

error: Content is protected !!