ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜନଗର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ବ ଉଚ୍ଚ ରକ୍ତଚାପ ଦିବସ ପାଳନ

ରାଜନଗର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ବ ଉଚ୍ଚ ରକ୍ତଚାପ ଦିବସ ପାଳନ

ରାଜନଗର -18.7.024 କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅଧିନସ୍ଥ କେରଡାଗଡ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ରାଜନଗର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଵିଶ୍ବ ଉଚ୍ଚ ରକ୍ତଚାପ ଦିବସ ପାଳନ ହୋଇଯାଇଅଛି। ଡା, ରଶ୍ମୀରଞ୍ଜନ ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା.ଅନୀତା ପଟ୍ଟନାୟକ ପ୍ରଦୀପ ପ୍ରଜ୍ଜଳନ କରି ଵିଶ୍ବ ଉଚ୍ଚ ରକ୍ତଚାପ ଉପରେ ବିଶଦ ଭାବେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥିଭାବେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ନୃପେନ ଶତପଥୀ ଯୋଗ ଦେଇ ଉପସ୍ଥିତ ଜନତାଙ୍କୁ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରି ସଚେତନତା କରାଇଥିଲେ ।ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ,, ପୁରୁଷ ଓ ମହିଳା ସ୍ବାସ୍ଥ୍ୟ କର୍ମୀମାନେ ମିଶି ଉଚ୍ଚ ରକ୍ତଚାପ ସମ୍ପର୍କରେ ସଚେତନତା ରାଲିରେ ଗ୍ରାମ ପରିକ୍ରମା କରି ପଞ୍ଚାୟତ ଅଫିସ୍ ସମ୍ମୁଖ ସଭାସ୍ଥଳୀରେ ପହଁଚିଥିଲେ। ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ଉଚ୍ଚ ରକ୍ତଚାପ ସମ୍ପର୍କରେ ଆଲୋଚନା ଚକ୍ର ହେଵା ସହ ଏନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାରୁ ଆସିଥିବା ଡା. ଅଶୋକ କୁମାର ସାହୁ, ଡା.ଶ୍ୟାମସୁନ୍ଦର ଵିଶ୍ବାଳ, ଡା. ମନୋରଞ୍ଜନ ନାଥ, ଡା. ଟିଟି ମିଶ୍ର ଡା. ସୁଧାଂଶୁ ବାଳା ଵେହେରା ପ୍ରମୂଖ ଯୋଗ ଦେଇ ଉଚ୍ଚ ରକ୍ତଚାପର କାରଣ ଓ ନିରାକରଣ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହା ପରେ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଥିଲା ସେହି ମେଳାରେ 168ଜଣ ପୁରୁଷ ଓ ମହିଳା ନିଜ ନିଜର ରକ୍ତଚାପ ଓ ମଧୁମେହ ପରୀକ୍ଷା କରି ଥିଲେ। ସେଥିମଧ୍ୟରୁ 31ଜଣ ରକ୍ତଚାପ ଓ 30ଜଣ ମଧୁମେହ ରୋଗିଙ୍କୁ ଚିହ୍ନଟ କରାଯାଇ ଔଷଧ ପ୍ରଦାନ କରାଯାଇଛି । ଉଚ୍ଚ ରକ୍ତଚାପ କୁଇଜ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଶ୍ରୀମତୀ ପଟ୍ଟନାୟକ ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ମହିଳା ଓ ପୁରୁଷ ସ୍ବାସ୍ଥ୍ୟ କର୍ମୀମାନେ ଯୋଗ ଦେଇଥିବା ବେଳେ ଆଶା କର୍ମୀ ମାନେ ଯୋଗ ଦେଇଥିଲେ। ଏହି ସଫଳ କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତରମାନେ ଯୋଗ ଦେଇଥିଲେ ମଧ୍ୟ ବିପିଏମ୍ ଶ୍ରୀକାନ୍ତ ଦାସ, ଗୋଷ୍ଠି ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ରୀମତୀ ଚାରୁଲତା ନାୟକ, ସ୍ବାସ୍ଥ୍ୟ କର୍ମୀ ପରିଦର୍ଶକ ହିମାଂଶୁ ଶେଖର ଦାସ ପ୍ରମୁଖ ପରିଚାଳନା କରିଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ଶିକ୍ଷାକୁ ଗୁରୁତ୍ବ,ମୋହନ ସରକାରଙ୍କ ଦାୟିତ୍ବରାୟଗଡା ଚନ୍ଦ୍ରପୁରୁ,ବିଷମକଟକ ଵ୍ଲକର ସ୍କୁଲରେ ଗଣଶିକ୍ଷା ମନ୍ତ୍ରୀ

masiha

ଜନନାଟ୍ୟ ମଞ୍ଚ ର ବିଶ୍ବ ନାଟ୍ୟ ଦିବସ ପାଳନ

Sunil Chandra Nayak

ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରେ ଅଭିଭାବକ ଓ ଶିକ୍ଷକ ବୈଠକ

Sunil Chandra Nayak

Leave a Comment

error: Content is protected !!