ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାବିଦ୍ୟାଳୟ ପାଇଁ ଭୂମିଦାନ କରିଥିବା ସମାଜସେବୀ ପାଇଁ  ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶୋକ ସଭା 

ମହାବିଦ୍ୟାଳୟ ପାଇଁ ଭୂମିଦାନ କରିଥିବା ସମାଜସେବୀ ପାଇଁ 

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶୋକ ସଭା 

ଧର୍ମଗଡ଼ : ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଧର୍ମଗଡ଼ ର ପୂର୍ବତନ ସଭାପତି ତଥା ମହାବିଦ୍ୟାଳୟ ପାଇଁ ଭୂମିଦାନ କରିଥିବା ଧର୍ମଗଡ଼ ନିକଟସ୍ଥ କାଶୀବାହାଲ ଗ୍ରାମର ବିଶିଷ୍ଟ ସମାଜସେଵୀ ଓ ଶିକ୍ଷକ ବିଜୟ କୁମାର ବେହେରାଙ୍କ ବିୟୋଗର ଆଜି ଦଶାହ ତିଥିରେ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷା, ଶ୍ରୀମତୀ ପ୍ରିୟମ୍ବଦା ଚାନ୍ଦଙ୍କ ସଭାପତିତ୍ୱରେ ତଥା ଶିକ୍ଷକ, ଅଣଶିକ୍ଷକ ଓ ଚ୍ଛାତ୍ରୀ ମାନଙ୍କ ଉପସ୍ଥିତିରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇ ଅଛି l

ପ୍ରଥମେ ଅଧ୍ୟକ୍ଷା ମହୋଦୟା ତଥା ସମସ୍ତ ଶିକ୍ଷକ, ଅଣଶିକ୍ଷକ ଓ ଛାତ୍ରୀ ମାନେ ସ୍ବର୍ଗତ ବେହେରାଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସ୍ବର୍ଗତ ବେହେରା ଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ l ଏହାପରେ ଅଧ୍ୟକ୍ଷା ଶ୍ରୀମତୀ ଚାନ୍ଦ ସ୍ବର୍ଗତ ବେହେରା ଙ୍କ ସ୍ମୃତି ଚାରଣ କରି ସେ ମହାବିଦ୍ୟାଳୟକୁ ଦାନକରିଥିବା ୭ ଏକର ଜମି ପାଇଁ ଅନୁଷ୍ଠାନର ଇତିହାସ ରେ ଚିର ସ୍ମରଣୀୟ ହୋଇ ରହିଥିବେ ବୋଲି କହିଥିଲେ l ପରେ ବରିଷ୍ଠ ଅଧ୍ୟାପକ ଶ୍ରୀ ବଙ୍କିମ ମୁଣ୍ଡ, ଶ୍ରୀ ସଂଜୀବ ମୁଣ୍ଡ, ଅଧ୍ୟାପିକା ସରିତା ସାମନ୍ତରାୟ, ଭାଗ୍ୟବତୀ ମିଶ୍ର, ସୁଜାତା ସାହୁ ତଥା ଅଣ ଶିକ୍ଷକ କର୍ମଚାରୀ ଡମ୍ବରୁ ଧର ନା ଏକ, ମନୋଜ କୁମାର ସେଠି, ଲକ୍ଷପତି ନାଏକ ଆଦି ସ୍ବର୍ଗତ ବେହେରାଙ୍କ ବ୍ୟକ୍ତିତ୍ୱର ସ୍ମୃତି ଚାରଣକରି ମହାବିଦ୍ୟାଳୟ ପ୍ରତି ଥିବା ତାଙ୍କର ନିସ୍ଵାର୍ଥପର ଅବଦାନକୁ ଭୁରିଅସୀ ପ୍ରଶଂସା କରିଥିଲେ l

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଶିଶୁ ଓ ମହିଳା ଚାଲାଣ ରୋକିବା ଉପରେ ସଚେତନତା ଅଭିଯାନ

masiha

ପ୍ରାଥମିକ ଶିକ୍ଷକ ସଂଘ (AUPTF) ତରଫରୁ ବିଶ୍ବନାଥପୁରଠାରେ ଜରୁରି ବୈଠକ ଅନୁଷ୍ଠିତ

Sunil Chandra Nayak

ଚାଷୀ ମାନଙ୍କୁ କୃଷି ସାମଗ୍ରୀ ବଣ୍ଟନ 

masiha

Leave a Comment

error: Content is protected !!