ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷା ସପ୍ତାହର ଅନ୍ତିମ ଦିବସରେ ରାମସା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ 

ଶିକ୍ଷା ସପ୍ତାହର ଅନ୍ତିମ ଦିବସରେ ରାମସା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ 

ନବରଙ୍ଗପୁର: (ତା ୨୭/୦୭)(ରବି ନାରାୟଣ ମହାନ୍ତି)-ସମଗ୍ର ଓଡିଶାରେ ୨୨ତାରିଖରୁ ଆରମ୍ଭ ହୋଇ ୨୮ତାରିଖ ପର୍ଯ୍ୟନ୍ତ ଶିକ୍ଷା ସପ୍ତାହ କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ, ଝରୀଗାଁ ବ୍ଲକ ପାଲିଆ ପଂଚାୟତ ଅନ୍ତର୍ଗତ ରାମସା କ୍ଲଷ୍ଟର ର ରାମସା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ସପ୍ତାହର ଅନ୍ତିମ ଦିବସରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ସ୍କୁଲ ୟୁଥ ଇକୋ କ୍ଳବ ତରଫରୁ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିବା ବେଳେ ଜୁନିଅର ରେଡକ୍ରସ ର ବେଣୁଧର ଭତରାଙ୍କ ତତ୍ୱାବଧାନରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି |ସମସ୍ତେ ମିଶି ୧୫୦ରୁ ଉର୍ଦ୍ଧ ବୃକ୍ଷ ରୋପଣ କରିଥିବା ବେଳେ ତନ୍ମଧ୍ୟରେ ଆମ୍ବ, ପଣସ, ପିଜୁଳି, ଅମୃତଭଣ୍ଡା, ଜାମୁକୋଳି ଓ ଅନ୍ୟାନ୍ୟ ଫଳ ଓ ଫୁଲ ଜାତୀୟ ଗଛ ରହିଛି |ଉକ୍ତ କାର୍ଯ୍ୟକ୍ରମରେ ପାଲିଆ କ୍ଲଷ୍ଟର ର ସି ଆର ସି ସି ସଂଗ୍ରାମ କେଶରୀ ବଡଜେନା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ କୁମାର ନେତମ, ମାନସ ରଞ୍ଜନ ମେହେର, ବେଣୁଧର ଭତରା, ଶିବ ପ୍ରସାଦ ସାହୁ, ସବିତା ନାଟୁଆ,ମୁକେଶ କୁମାର ନାଇକ, ସୁଜାତା ପେଣ୍ଠଇ, ଗୋପୀନାଥ ଭତରା, ଭାବଗ୍ରାହୀ ଲେଙ୍କା, ୱାଚ ଆଣ୍ଡ ୱାର୍ଡ ମାନସିଂ ଗଣ୍ଡ, ହାଉସ କିପିଙ୍ଗ ଜୟରାମ ଭତରା ଓ ଏସ ଏଚ ଜି ର ସଭ୍ୟସଭ୍ୟା ମାନେ ଉପସ୍ଥିତ ରହିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ସ୍ବାତୀନକ୍ଷତ୍ରର ଝିଅ ର ଉନ୍ମୋଚନ ଆସନ୍ତା ୧ ରେ…,.

masiha

ଝରିଗାଁ ବ୍ଲକ ସମିତି ସଭ୍ୟଙ୍କ ଦ୍ବାରା ଦାବିପତ୍ର ପ୍ରଦାନ

masiha

ଧରାକୋଟ ଖାରିଗୁମ୍ମା ଘଟଣା ପୀଡିତଙ୍କ ପରିବାରକୁ ଭେଟିଲା ପ୍ରଶାସନ ଓ କଂଗ୍ରେସ ଦଳର ଛଅ ଜଣିଆ ପ୍ରତିନିଧି ଦଳ 

masiha

Leave a Comment

error: Content is protected !!