ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସନ୍ତା ୩୧ ରେ ପ୍ରାନ୍ତୀୟ ବୈଠକ ପାଇଁ ବିଶ୍ବହିନ୍ଦୁ ପରିଷଦର ବୈଠକ

ଆସନ୍ତା ୩୧ ରେ ପ୍ରାନ୍ତୀୟ ବୈଠକ ପାଇଁ ବିଶ୍ବହିନ୍ଦୁ ପରିଷଦର ବୈଠକ

ରାଉରକେଲା – ରାଉରକେଲା ଜିଲ୍ଲା ର ବିଶ୍ବହିନ୍ଦୁ ପରିଷଦ ର ଜିଲ୍ଲା ବୈଠକ ଅନୁଷ୍ଠିତ ହୋଇଛି। ଉକ୍ତ ସଭାରେ ରାଉରକେଲା ଜିଲ୍ଲା ସଭାପତି କାମାକ୍ଷା ପ୍ରସାଦ ରଣା ସଭାପତିତ୍ବ କରିଥିଲେ। ଉକ୍ତ ବୈଠକରେ ପ୍ରାନ୍ତ୍ୟ ସଦ୍ସ୍ୟ ସର୍ବେଶ୍ଵର ଦାଶ, ଗୋଦାବରୀଶ ମିଶ୍ର ଓ ଅମୂଲ୍ୟ ମିଶ୍ର ତାଙ୍କର ବୈ।ଦ୍ଧିକ ବକ୍ତବ୍ୟ ପ୍ରଦାନ କରିଥଲେ। ଉକ୍ତ ବୈଠକରେ ବିଶ୍ଵ ହିନ୍ଦୁ ପରିଷଦ ର ୬୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା ୩୧.୮.୨୦୨୪ରିଖ ରେ ପ୍ରାନ୍ତୀୟ ବୈଠକ କରିବା ସହିତ, ଶିକ୍ଷା ଅନୁଷ୍ଠାନ ମାନଙ୍କ ରେ ଗୀତା, ରାମାୟଣ ଉପରେ ବକ୍ତୃତା, ଉପାନ୍ତ ଅଞ୍ଚଳ ରେ ଚିକିତ୍ସା ଶିବିର କରିବା ସହିତ ବିଗତ ୬୦ ବର୍ଷ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ର ପ୍ରଦର୍ଶନୀ କରିବା କୁ ସ୍ଥିର କରାଗଲା। ଉକ୍ତ ସଭାରେ ଧର୍ମାନ୍ତିକରଣ, ବେଆଇନ୍ ଗୋ ଚାଲାଣ,ଓ ଲଭ ଜିହାଦ ଉପରେ ଆଲୋଚନା ହୋଇଥିଲା ଏବଂ ଏଭଳି କାର୍ଯ୍ୟ ରୁ ଅପର ପକ୍ଷ ନିବୃତ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଉକ୍ତ ସଭାରେ କୁଆଁରମୁଣ୍ଡା, ବିଶ୍ରା, ଲାଠିକଟା ବ୍ଲକ ସହିତ ରାଉରକେଲା ର ବିଭିନ୍ନ ପ୍ରଖଣ୍ଡ ର କାର୍ଯ୍ୟ କର୍ତ୍ତା ମାନେ ଯୋଗ ଦେଇଥିଲେ। ଉକ୍ତ ବୈଠକକୁ ପରିଷଦ ର ମଠ ମନ୍ଦିର ପ୍ରମୁଖ ଘନଶ୍ୟାମ ପାଣି ପରିଚାଳନା କରିଥିଲେ ଏବଂ କୋଷାଧ୍ୟକ୍ଷ ବିକାଶ ଗୋୟଲ୍ ଧନ୍ୟ ବାଦ ଅର୍ପଣ କରିଥଲେ। ଶେଷରେ ଶାନ୍ତି ପାଠ କରାଯାଇ ସଭା ସାଙ୍ଗ କରାଯାଇଥିଲା ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାୟଗଡ ଜିଲ୍ଲା ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

masiha

ଜିଲ୍ଲାପାଳଙ୍କ ୫-ଟି ବିଦ୍ୟାଳୟ କାର୍ଯ୍ୟ ଅନୁଧ୍ୟାନ

Sunil Chandra Nayak

ଶ୍ରମ ମନ୍ତ୍ରୀଙ୍କ ଦ୍ବାରା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ବିଦ୍ୟା ଭବନ ସମେତ ବିଭିନ୍ନ ନୂତନ କୋଠାର ଉଦ୍‌ଘାଟନ ସହିତ ବିଭିନ୍ନ ପ୍ରକଳ୍ପ ପାଇଁ ଶିଳାନ୍ୟାସ

masiha

Leave a Comment

error: Content is protected !!