ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅସମ୍ପୁର୍ଣ୍ଣ ବୈଠକ କୁ ସମ୍ପୂର୍ଣ୍ଣ କରିବାକୁ ବିଜେଡି ପlରିଷଦ ଙ୍କ ଦାବି

ଜୁନାଗଡ଼,୧୩/୪(ନି.ପ୍ର) ଜୁନାଗଡ ଏନ୍ ଏ ସି ର ପ୍ରଥମ କାଉନ୍ସିଲ ବୈଠକ କୋଣସି ଘଟଣା କୁ ନେଇ ସମ୍ପୂର୍ଣ୍ଣ ହୋଇପାରିନାହିଁ l ଏହି ବୈଠକ କୁ ପୁଣି ଥରେ ଡକାଯାଇ ଲୋକାଭିମୁଖ କାର୍ଯ୍ୟକ୍ରମ କୁ ପାରିତ କରି ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ବିଜେଡି ପlରିଷଦ ସମୂହ ସ୍ଥାନୀୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ଦେଇଛନ୍ତି l ସୂଚନା ମତେ ଗତ ୧୧ ତାରିଖ ରେ ପୌର ନିର୍ବାଚନ ପରେ ପ୍ରଥମ କାଉନ୍ସିଲ୍ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକ ରେ କଳାହାଣ୍ଡି ସାଂସଦ ଉପସ୍ଥିତ ରହିଥିଲେ l ହେଲେ ଏଥିରେ ସାଂସଦ ଏବଂ ଉପସ୍ଥିତ ପlରିଷଦ ମଧ୍ୟରେ କୋଣସି ଏକ ଘଟନା କୁ ନେଇ ବାକ୍ ବିତମ୍ବl ହୋଇଥିଲା l ଫଳରେ ଏହି ବୈଠକ ଅସମ୍ପୂର୍ଣ୍ଣ ହୋଇଥିଲl ଏବଂ ପ୍ରସ୍ତାବିତ ବିକାଶ ମୂଳକ କାର୍ଯ୍ୟ ପାରିତ ହୋଇପାରିନଥିଲା l ଜୁନାଗଡ ଏନ୍ ଏ ସି ର ବିକାଶ ମୂଳକ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ସହ ଏହାକୁ ଲୋକାଭିମୁଖ କରିବା ପାଇଁ ବିଜେଡ଼ି ର ପlରିଷଦ ସମୂହ ଉପାଦକ୍ଷl ହିଁମାଦ୍ରୀ ନାଏକ ଙ୍କ ନେତୃତ୍ଵରେ ପୁଣି ଥରେ କାଉନ୍ସିଲ୍ ବୈଠକ ଡାକିବା ପାଇଁ ଏକ ଦାବିପତ୍ର ସ୍ତାନୀୟ ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ଵମ୍ବର ମିଶ୍ର ଙ୍କୁ ଦିଆଯାଇଛିl ଏଥିରେ ବିଜେଡ଼ି ର ସଚିନ ଆନଦାନୀ, ହିମାଦ୍ରୀ ସିନ୍ଦୂର, କାହ୍ନୁ ବୈଠାରୁ, ପୁଷ୍ପାଞ୍ଜଳି ଦଣ୍ଡସେନା, କୁନି ଶବର, ଭୂପେନ୍ଦ୍ର ଦଣ୍ଡସେନା, ଗୋପାଳ ଚନ୍ଦନ, ଚକ୍ର ବାଗ, ମୀନତି ମାଝୀ ପ୍ରମୂଖ ଉପସ୍ଥିତ ରହିଥିଲେ lଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ।

 

 

Related posts

ବିଜୁ ଜନତା ଦଳ ର ଜନସମ୍ପର୍କ ପଦଯାତ୍ରା ଓ ମିଶ୍ରଣ ପର୍ବ

Sunil Chandra Nayak

ଚୋରୀ ସାମଗ୍ରୀ ଜବତ, ଧରାପଡିଲେ ୩ ନାବାଳକ

Sunil Chandra Nayak

କବିତା ସାହୁ ଙ୍କ କବିତା /  କୁହୁଡି

Sunil Chandra Nayak

Leave a Comment

error: Content is protected !!