ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାସ୍ତାରେ ଧାନ ରୁଆ କରି କୋଦଭଟ୍ଟା ଗ୍ରାମବାସୀଙ୍କ ପ୍ରତିବାଦ 

ରାସ୍ତାରେ ଧାନ ରୁଆ କରି କୋଦଭଟ୍ଟା ଗ୍ରାମବାସୀଙ୍କ ପ୍ରତିବାଦ 

ନବରଙ୍ଗପୁର:( ତା ୨୮/୦୭)-ଭଲ ରାସ୍ତା ଖଣ୍ଡିକ ପାଇଁ ଉଭୟ ରାଜନେତା ଓ ପ୍ରଶାସନକୁ ବର୍ଷ ବର୍ଷ ଧରି ଗୁହାରି କଲାପରେ ମଧ୍ୟ ଗ୍ରାମବାସୀଙ୍କ ସମସ୍ୟାକୁ ନେଇ ଗୁରୁତ୍ୱ ଦେଲେନି ଉଭୟ ରାଜନେତା ଓ ପ୍ରଶାସନ |ଶେଷରେ ବାଧ୍ୟହୋଇ ଗାଁ ରାସ୍ତାରେ ଧାନ ରୁଆ କରି ପ୍ରତିବାଦ ଜଣେଇଛନ୍ତି ଗ୍ରାମବାସୀ |ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଭିକ୍ଷା ପଂଚାୟତ ଅନ୍ତର୍ଗତ କୋଦଭଟ୍ଟା ଗ୍ରାମରେ |ଗ୍ରାମରେ ପକ୍କା ରାସ୍ତା ନଥିବାରୁ ବର୍ଷାଦିନ ଆସିଲେ ରାସ୍ତାକୁ ନେଇ ବଡ଼ ହଟହଟା ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି |ଗ୍ରାମରୁ ବାହାରି ଝରୀଗାଁ, ଉମରକୋଟ ଓ ଧୋଡ୍ରା ଯିବାପାଇଁ ରାସ୍ତା ରହିଛି ହେଲେ ସବୁଯାକ ରାସ୍ତା ମାଟି ରାସ୍ତା, ଫଳରେ ବର୍ଷାଦିନରେ ସମ୍ପୂର୍ଣ୍ଣ ଗାଁଟା କାଦୁଅମୟ ହେଇଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି |ଯୁଆଡେ ଗଲେ କାଦୁଅ ହିଁ କାଦୁଅ |ଗାଁ ଦାଣ୍ଡରେ ଚଲାବୁଲା କରିବା ମଧ୍ୟ ଗ୍ରାମବାସୀଙ୍କ ପାଇଁ କଷ୍ଟକର ହୋଇପଡୁଛି |ଗ୍ରାମକୁ ଆମ୍ବୁଲାନ୍ସ ଆସି ପାରୁନଥିବା ଯୋଗୁଁ ଅନେକ ସମୟରେ ଗ୍ରାମର ଗୁରୁତର ରୋଗୀ ଓ ଗର୍ଭବତୀ ମା ମାନଙ୍କୁ ଭାରକରି କାଦୁଅ ପାର କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି |ତେଣୁ ଜିଲ୍ଲା ପ୍ରଶାସନ ଏହି ଗ୍ରାମ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାପାଇଁ ଗ୍ରାମର ଦେବ ଭତରା, ମନ ଗୌଡ଼ ସାମ ଗୌଡ଼, ଧନିରାମ ଗୌଡ଼, ମକରନ୍ଦ ଗୌଡ଼, କମଳୁ ଗୌଡ଼ ପ୍ରମୁଖ ଦାବୀ କରିଛନ୍ତି |

ମସିହା ନିୟୁଜ ସର୍ଭିସ୍ 

Related posts

ସୁନ୍ଦରଗଡ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କଲେ ରଘୁନାଥପାଲ୍ଲୀ ବିଧାୟକ

Sunil Chandra Nayak

ନବରଙ୍ଗପୁର ଜିଲ୍ଲାରେ ‘କୁଷ୍ଠ ମୁକ୍ତ ଓଡ଼ିଶା’ ଲକ୍ଷ୍ୟରେ ବ୍ୟାପକ ଅଭିଯାନ : ପ୍ରାଏ ୯.୪୫ ଲକ୍ଷ ଲୋକଙ୍କ ସ୍କ୍ରିନିଂ କରାଯିବ 

Sunil Chandra Nayak

ବ୍ଲକ ପ୍ରଶାସନ ତରଫରୁ ବରିଷ୍ଠ ମାନଙ୍କୁ ସମ୍ବର୍ଦ୍ଧିତ 

masiha

Leave a Comment

error: Content is protected !!