ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାସ୍ତାରେ ଧାନ ରୁଆ କରି କୋଦଭଟ୍ଟା ଗ୍ରାମବାସୀଙ୍କ ପ୍ରତିବାଦ 

ରାସ୍ତାରେ ଧାନ ରୁଆ କରି କୋଦଭଟ୍ଟା ଗ୍ରାମବାସୀଙ୍କ ପ୍ରତିବାଦ 

ନବରଙ୍ଗପୁର:( ତା ୨୮/୦୭)-ଭଲ ରାସ୍ତା ଖଣ୍ଡିକ ପାଇଁ ଉଭୟ ରାଜନେତା ଓ ପ୍ରଶାସନକୁ ବର୍ଷ ବର୍ଷ ଧରି ଗୁହାରି କଲାପରେ ମଧ୍ୟ ଗ୍ରାମବାସୀଙ୍କ ସମସ୍ୟାକୁ ନେଇ ଗୁରୁତ୍ୱ ଦେଲେନି ଉଭୟ ରାଜନେତା ଓ ପ୍ରଶାସନ |ଶେଷରେ ବାଧ୍ୟହୋଇ ଗାଁ ରାସ୍ତାରେ ଧାନ ରୁଆ କରି ପ୍ରତିବାଦ ଜଣେଇଛନ୍ତି ଗ୍ରାମବାସୀ |ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଭିକ୍ଷା ପଂଚାୟତ ଅନ୍ତର୍ଗତ କୋଦଭଟ୍ଟା ଗ୍ରାମରେ |ଗ୍ରାମରେ ପକ୍କା ରାସ୍ତା ନଥିବାରୁ ବର୍ଷାଦିନ ଆସିଲେ ରାସ୍ତାକୁ ନେଇ ବଡ଼ ହଟହଟା ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି |ଗ୍ରାମରୁ ବାହାରି ଝରୀଗାଁ, ଉମରକୋଟ ଓ ଧୋଡ୍ରା ଯିବାପାଇଁ ରାସ୍ତା ରହିଛି ହେଲେ ସବୁଯାକ ରାସ୍ତା ମାଟି ରାସ୍ତା, ଫଳରେ ବର୍ଷାଦିନରେ ସମ୍ପୂର୍ଣ୍ଣ ଗାଁଟା କାଦୁଅମୟ ହେଇଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି |ଯୁଆଡେ ଗଲେ କାଦୁଅ ହିଁ କାଦୁଅ |ଗାଁ ଦାଣ୍ଡରେ ଚଲାବୁଲା କରିବା ମଧ୍ୟ ଗ୍ରାମବାସୀଙ୍କ ପାଇଁ କଷ୍ଟକର ହୋଇପଡୁଛି |ଗ୍ରାମକୁ ଆମ୍ବୁଲାନ୍ସ ଆସି ପାରୁନଥିବା ଯୋଗୁଁ ଅନେକ ସମୟରେ ଗ୍ରାମର ଗୁରୁତର ରୋଗୀ ଓ ଗର୍ଭବତୀ ମା ମାନଙ୍କୁ ଭାରକରି କାଦୁଅ ପାର କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି |ତେଣୁ ଜିଲ୍ଲା ପ୍ରଶାସନ ଏହି ଗ୍ରାମ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାପାଇଁ ଗ୍ରାମର ଦେବ ଭତରା, ମନ ଗୌଡ଼ ସାମ ଗୌଡ଼, ଧନିରାମ ଗୌଡ଼, ମକରନ୍ଦ ଗୌଡ଼, କମଳୁ ଗୌଡ଼ ପ୍ରମୁଖ ଦାବୀ କରିଛନ୍ତି |

ମସିହା ନିୟୁଜ ସର୍ଭିସ୍ 

Related posts

ବାଦାମପାହାଡରେ ଆମ ପୁଲିସ ସମିତି ବୈଠକ

Sunil Chandra Nayak

୧୩ ବର୍ଷର ସେବା ପରେ ଆଡ୍ ହକ ଅଧ୍ୟାପକଙ୍କ ଭବିଷ୍ୟତ ଅନିଶ୍ଚିତ ବେତନ ବୈଷମ୍ୟ, ସ୍ଥାୟୀ ନିଯୁକ୍ତି ଓ ଛଟେଇକୁ ନେଇ ବଢ଼ୁଛି ଅସନ୍ତୋଷ; ସମାଧାନ ନ ମିଳିଲେ ବିଧାନସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳୀନ ଅନଶନ ଚେତାବନୀ

ଟନେଲ ରେ ଫସିଥିବା ଶ୍ରମିକ ଙ୍କ ପରିବାର ଲୋକ ଙ୍କୁ ଭେଟିଲେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି 

masiha

Leave a Comment

error: Content is protected !!