ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଅଧ୍ୟାପକ ଅଧ୍ୟାପିକା ନିଯୁକ୍ତି ପାଇଁ ଚଞ୍ଚକତା। ନିଯୁକ୍ତି ନିୟମ ଉଲଂଘନ କରି ଚୟନ ପାଇଁ ପ୍ରୟାସ…

ଧର୍ମଗଡ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଅଧ୍ୟାପକ ଅଧ୍ୟାପିକା ନିଯୁକ୍ତି ପାଇଁ ଚଞ୍ଚକତା।

ନିଯୁକ୍ତି ନିୟମ ଉଲଂଘନ କରି ଚୟନ ପାଇଁ ପ୍ରୟାସ…

ଚଳିତ ବର୍ଷ ଧର୍ମଗଡ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗ ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ସ୍କୁଲ୍ ଓ ଗଣ ଶିକ୍ଷା ବିଭାଗ ଅନୁମତି ଦେଇଛନ୍ତି। ଏଥିପାଇଁ ଅନ ଲାଇନ ରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଛାତ୍ରୀ ମାନଙ୍କର ନାମ ଲେଖା ଚାଲିଛି। ଓଡ଼ିଆ, ଇଂରାଜୀ, ଫିଜିକ୍ସ, କେମେଷ୍ଟ୍ରୀ, ମେଥମେଟିକସ, ବାୟୋଲୋଜି, ଇନଫର୍ ମେସନ ଟେକ୍ନୋଲୋଜି ଓ କମ୍ପ୍ୟୁଟର ସାଇନସ୍ ବିଭାଗରେ ଛାତ୍ରୀ ମାନେ ପାଠ ପଢିବା ପାଇଁ ବ୍ୟବସ୍ଥା ହୋଇଛି। ଏହି ବିଭାଗ ଗୁଡ଼ିକର ଅଧ୍ୟାପକ ଅଧ୍ୟାପିକା, ଲେବୋରଟାରି ଆସିଷ୍ଟାଣ୍ଟ ଓ ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତି ପାଇଁ ପ୍ରକ୍ରିୟା ରେ ନାନା ଚଞ୍ଚକତା କରାଯାଇଥିବା ଆଶାୟୀ ପ୍ରାର୍ଥୀ ଓ ପ୍ରାର୍ଥନୀ ମାନେ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ ନିଯୁକ୍ତି ପ୍ରକ୍ରିୟାରେ ସରକାରୀ ନିର୍ଦ୍ଦେଶାବଳୀ କୁ ଉଲଂଘନ କରାଯାଇ କେବଳ ଏକ ନିର୍ଦ୍ଧିଷ୍ଟ ଖବର କାଗଜ ରେ କମ ସମୟ ସୀମା ଦେଇ ଅସ୍ପଷ୍ଟ ବିଜ୍ଞାପନ ପ୍ରକାଶ କରାଯାଇଛି।ସାଧାରଣତଃ ନିଯୁକ୍ତି ବିଜ୍ଞାପନ ଓଡ଼ିଶାରେ ବହୁଳ ପ୍ରସାରିତ ଦୁଇଟି ଖବରକାଗଜ ରେ ୧୫ ଦିନ ସମୟ ସୀମା ଦେଇ ସ୍ପଷ୍ଟ ଭାବରେ ନିଯୁକ୍ତି ସର୍ତ୍ତାବଳୀ ପ୍ରକାଶ କରି ବିଜ୍ଞାପିତ କରିବା କଥା।ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କର୍ତ୍ତୃପକ୍ଷ ଏସବୁକୁ ଅଣଦେଖା କରି ତରବରିଆ ଭାବେ ନିଜ ମନୋନୀତ କିଛି ପ୍ରାର୍ଥୀ ଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରୟାସ କରିଥିବା ପ୍ରାର୍ଥୀ ଓ ପ୍ରାର୍ଥନୀ ମାନେ ଉଚ୍ଚ କର୍ତ୍ତୁପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଏକ ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି ଯେ, କିଛି ଗ୍ରାମାଞ୍ଚଳର ଅନଭିଜ୍ଞ ଅଧ୍ୟାପକ ଅଧ୍ୟାପିକା ଙ୍କୁ ଚୟନ ପ୍ରକିୟା ରେ ସାମିଲ କରାଯାଇଥିବା ଜଣା ପଡିଛି।ଏ ସଂପର୍କରେ ଉଚ୍ଚ ସ୍ତରୀୟ ତଦନ୍ତ ଓ ବହୁଳ ପ୍ରସାର କରି ଆଶାୟୀ ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନଙ୍କୁ ସୁଯୋଗ ଦେବା ପାଇଁ ଧର୍ମଗଡ ବିଧାୟକ ଓ ପରିଚାଳନା କମିଟି ର ସଭାପତି ଉପ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଇଛି। 

ଏ ସଂପର୍କରେ ଉଚ୍ଚ ମହିଳା ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ତଥା ପରିଚାଳନା କମିଟି ର ସମ୍ପାଦିକା ଙ୍କୁ ମତାମତ ନେବା ପାଇଁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ ଉଠାଇ ନଥିଲେ।

Related posts

ବିଶ୍ବରଂଜନ ମିଶ୍ର ଙ୍କ ବିୟୋଗରେ ଶୋକ

Sunil Chandra Nayak

ରବି ଧାନ ଟୋକନ୍‌ ପାଇଁ ପ୍ରାୟ ଏକ ମାସର ଆନ୍ଦୋଳନ… ମେଗାଲିଫ୍ଟ ଚାଷି ଙ୍କ ଦାବି ମାନିଲେ ରାଜ୍ୟ ସରକାର, ଟୋକନ ଆସିଲା ଆନ୍ଦୋଳନ ପ୍ରତ୍ୟାହୃତ କଲେ ଚାଷି

ରାତି ପାହିଲେ ସାବିତ୍ରୀ ଅମାବାସ୍ୟା; ଫଳ ଦର ଆକାଶ ଛୁଆଁ ନେଇ ସତ୍ୟବାନଙ୍କ ମୁଣ୍ତରେ ଚଡ଼କ

masiha

Leave a Comment

error: Content is protected !!