ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରେଳବାଇ ଦୁର୍ଘଟଣା ପାଇଁ ରାଉରକେଲା ବିକାଶ ମଞ୍ଚର ଉଦବେଗ 

ରେଳବାଇ ଦୁର୍ଘଟଣା ପାଇଁ ରାଉରକେଲା ବିକାଶ ମଞ୍ଚର ଉଦବେଗ 

ରାଉରକେଲା : ବିଗତ ଦୁଇ ବର୍ଷ ଭିତରେ କ୍ରମାଗତ ଘଟି ଚାଲିଥିବା ରେଳବାଇ ଦୁର୍ଘଟଣା ପାଇଁ ରାଉରକେଲା ବିକାଶ ମଞ୍ଚ ତରଫରୁ ଉଦବେଗ ପ୍ରକାଶ ପାଇଛି l ଭାରତୀୟ ରେଳବାଇ ନେଟୱାର୍କରେ ରେକର୍ଡ ସଂଖ୍ୟକ କର୍ମଚାରୀ କାର୍ଯ୍ୟ କରୁଥିଲା ବେଳେ ରାଜସ୍ବ ଆଦାୟରେ ମଧ୍ୟ ଆଗୁଆ l ଆମ ଦେଶର ରେଳବାଇ ନେଟୱାର୍କ ବହୁତ ପୁରୁଣା ଏବଂ ସୁନାମର ହକଦାର ଥିଲା l ବିଗତ ଦୁଇବର୍ଷ ଭିତରେ ଘଟିଥିବା ସାଙ୍ଘାତିକ ଓ ମର୍ମନ୍ତୁଦ ରେଳବାଇ ଦୁର୍ଘଟଣାରେ ରହିଥିବା ସୁନାମକୁ ଧୂଳିସାତ କରି ଅସଂଖ୍ୟ ଜୀବନହାନି ସହ ପ୍ରଭୂତ କ୍ଷତି ଘଟିଛି l ବାହାନଗା ଦୁର୍ଘଟଣା ଠାରୁ ବର୍ତମାନର ମୁମ୍ବାଇ ହାୱାଡା ଏକ୍ସପ୍ରେସର ଦୁର୍ଘଟଣା ପର୍ଯ୍ୟନ୍ତ ପର୍ଯାଲୋଚନା କଲେ ଶତପ୍ରତିଶତ ରେଳବାଇ କର୍ମଚାରୀଙ୍କର ବେପରୁଆ ମନୋଭାବ, ଅସାବଧାନତା, ବିଭାଗୀୟ ରାକ୍ଷଣବେକ୍ଷଣର ଅଭାବ, ବିଭାଗୀୟ ସୁପରଭିଜନର ଅଭାବ ପରିଲକ୍ଷିତ ହୁଏ l ସେଥିପାଇଁ ବର୍ତ୍ତମାନର ରେଳବାଇ ନେଟୱାର୍କକୁ ଭାଙ୍ଗି ଅଧିକ ଡିଭିଜନ କରିବା ଦରକାର, ତାହେଲେ ସଠିକ ସୁପରଭିଜନ ହେବା ସହ ରେଳ ଚଳାଚଳକୁ ସୁନିୟନ୍ତ୍ରିତ କରିବା ସହ ଦୁର୍ଘଟଣା ମଧ୍ୟ କମାଇ ହୁଅନ୍ତା l ଏହି କ୍ରମରେ ଭୁବନେଶ୍ୱର ଠାରେ ୨୦୦୩ ମସିହାରେ ଇଷ୍ଟକୋଷ୍ଟ ରେଳ ଡିଭିଜନ ଆରମ୍ଭ ବେଳେ ଯାଜପୁର ଓ ରାଉରକେଲା ଠାରେ ନୂଆ ଡିଭିଜନ ଖୋଲିବା ପାଇଁ ତତ୍କାଳୀନ ରେଳମନ୍ତ୍ରୀ ଜୋର ଦେଇଥିଲେ l ରାଉରକେଲା ବିକାଶ ମଞ୍ଚ ସହ ବିଭିନ୍ନ ସାମାଜିକ ଅନୁଷ୍ଠାନ ଏ ବିଷୟରେ ପ୍ରଧାନମନ୍ତ୍ରୀ, ରେଳବାଇ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବିଭାଗକୁ ଏ ବିଷୟରେ ଅନୁରୋଧ ଓ ଦାବି କରିଥିଲେ ମଧ୍ୟ୍ୟ ରେଳବିଭାଗ ନିଦାବିଷ୍ଣୁ ପାଲଟି ଯାଇଛି, ଯାହାଫଳରେ ଅସଂଖ୍ୟ ଜୀବନହାନି ସହ ବିପୁଳ ଆର୍ଥିକ କ୍ଷତିର ସାମ୍ନା କରିବାକୁ ପଡୁଛି l ରେଳବାଇ ତରଫରୁ ଏ ଦିଗରେ ଚିନ୍ତା କରି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ଦରକାର l ରାଉରକେଲା ଓ ଆଖପାଖ ଅଂଚଳରେ ବିଭିନ୍ନ କଳକାରଖାନା, ଖଣି, ଜାତୀୟ ଓ ଅନ୍ତର୍ଜାତୀୟ ଅନୁଷ୍ଠାନ ଥିବାରୁ ଦକ୍ଷିଣପୂର୍ବ ରେଳବାଇର ସିଂହଭାଗ ରାଜସ୍ବ ଆଦାୟ କରୁଥିବାରୁ ରାଉରକେଲା ଠାରେ ଏକ ନୂତନ ରେଳବାଇ ଡିଭିଜନ ଖୋଳାଯାଇ ଇଷ୍ଟକୋଷ୍ଟ ରେଳ ଅଧୀନରେ ରଖିବାକୁ ରାଉରକେଲା ବିକାଶ ମଞ୍ଚର ଆବାହକ ଡ଼କ୍ଟର ସୁମନ ଦତ୍ତଙ୍କ ସହ ବରିଷ୍ଠ ଉପଦେଷ୍ଟା ଅଭୟ ଦାଶ, ମନୋରଞ୍ଜନ ଦାଶ, ଆର୍ତ୍ତ ମହାରଣା, ଅମୂଲ୍ୟ ବରାଳ , ଆନନ୍ଦ ମହାନ୍ତି, ସଂଜୀବ ମହାନ୍ତି,ଉତ୍ତମ ସାମଲ, ସୁପ୍ରତିକ ମିଶ୍ର, କୁଞ୍ଜବିହାରୀ ରାଉତ ଆଦି ଦାବି କରିଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନୂଆ-ଓ-ଯୁବ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ତୃତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆରମ୍

masiha

ବାଲୁଗାଁ ଜନ୍ମମାଟିରେ କବି ତପନ ପଟ୍ଟନାୟକଙ୍କୁ ଦ୍ଵାଦଶାହ ସ୍କୃତି ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

ବାଙ୍ଗାଲୋର ର ଡେରି ଡେ ନାମକ ଆଇସ୍ କ୍ରିମ ର ଶୁଭାରମ୍ଭ

masiha

Leave a Comment

error: Content is protected !!