ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମସ୍ୟା ଘେରରେ ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୁର୍ଯ୍ୟବଂଶୀ ସୁରଜଙ୍କୁ ଭେଟିଲେ ପୁରାତନ ଛାତ୍ର ସଂଘ…

ସମସ୍ୟା ଘେରରେ ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ

ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୁର୍ଯ୍ୟବଂଶୀ ସୁରଜଙ୍କୁ ଭେଟିଲେ ପୁରାତନ ଛାତ୍ର ସଂଘ…..  

ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ସ୍ବାଭିମାନ ଓ ଅସ୍ମିତା ରକ୍ଷା ପାଇଁ ଆଜି ପୁରାତନ ଛାତ୍ର ସଂଘ ତରଫରୁ ମାନ୍ୟବର ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୁର୍ଯ୍ୟବଂଶୀ ସୁରଜଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରାଯାଇଛି।ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟରେ ହେଉଥିବା ଅନିୟମିତତା ଉପରେ ସରକାର ଠୋସ କାର୍ଯ୍ୟାନୁଷ୍ଠାନ ନେବାସହ ଶିଘ୍ର ନୂତନ କୁଳପତି ନିଯୁକ୍ତି ପାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ସେହିଭଳି ଅଧ୍ୟାପକ ନିଯୁକ୍ତି, ପରୀକ୍ଷା ନିୟନ୍ତ୍ରଣ ବିଭାଗ ଦାୟିତ୍ୱରେ ଥିବା ସମସ୍ତଙ୍କୁ ପରିବର୍ତନ କରିବା ଏବଂ ବିଶ୍ବବିଦ୍ୟାଳୟ ପୁରୁଣା କମିଟି ସବୁ ଭାଙ୍ଗି ତାହାର ପୁନଃ ଗଠନ କରିବା ଏବଂ ଛାତ୍ର ଛାତ୍ରୀଙ୍କ ଅନ୍ୟାନ୍ୟ ସମସ୍ୟା ସମ୍ପର୍କିରେ ଅବଗତ କରିବା ସହ ସମାଧାନ ପାଇଁ ଦାବୀ ଜଣାଯାଇଛି।

ସୂଚନାଯୋଗ୍ୟ ଯେ,କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ପୁରାତନ ଛାତ୍ର ସଂଘ ଗତକାଲି ସ୍ଥାନୀୟ ଏକ ହୋଟେଲ ଠାରେଖବର ଦାତା ସମ୍ମିଳନୀ କରି ଉଦ୍‌ବେଗ ପ୍ରକାଶ କରିଥିଲେ। 

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଢେଙ୍କାନାଳର କୁଆଲୋରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ରେ କେନ୍ଦ୍ରମନ୍ତ୍ରୀ  

masiha

ରାଇରଙ୍ଗପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଡାକ୍ତର ରବୀନ୍ଦ୍ର ନାଥ ମାରାଣ୍ଡିଙ୍କ ଯୋଗଦାନ 

ଫୁଲଭଟ୍ଟା ଗ୍ରାମରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!