ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ଆଦିବାସୀ ଦିବସ ପାଳନ ପାଇଁ ଚୂଡାନ୍ତ ବୈଠକ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଆଦିବାସୀ ଦିବସ ପାଳନ ପାଇଁ ଚୂଡାନ୍ତ ବୈଠକ ଅନୁଷ୍ଠିତ

କୋକସରା,୩୧/୭ // ଆସନ୍ତା ୯ ତାରିଖରେ ବିଶ୍ଵ ଆଦିବାସୀ ଦିବସ ପାଳନ ପାଇଁ କୋକସରା ବ୍ଲକ ସଦର ମହକୁମା ଠାରେ ବୁଧବାର ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆଦିବାସୀ ସଙ୍ଘ ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ମାଝୀଙ୍କ ସଭାପତିତ୍ୱରେ କଳାହାଣ୍ଡି ଜିଲ୍ଲର ୧୩ ଗୋଟି ବ୍ଲକର ସଭାପତି, ସମ୍ପାଦକ ଓ କର୍ମକର୍ତ୍ତା ମାନେ ଯୋଗଦାନ କରିଥିଲେ । ସଭାକାର୍ଯ୍ୟ ଆରମ୍ଭ ପୂର୍ବରୁ ଆଦିବାସୀଙ୍କ ଆରାଧ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଆଦିବାସୀ ଦିବସ ପାଳନର ଏହି ଚୂଡାନ୍ତ ବୈଠକରେ କୋକସରା ବ୍ଲକ ସାଧାରଣ ସମ୍ପାଦକ ତ୍ରିନାଥ ଶବର ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । କୋକସରା ଧାନ ମଣ୍ଡି ପ୍ରାଙ୍ଗଣରେ ଆଦିବାସୀ ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଣଶିକ୍ଷା ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ବକ୍ତା ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଓ ସମ୍ମାନିତ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ଆଦିବାସୀ ଦିବସର ଅତିଥି ଭାବେ ଉପସ୍ଥିତ ରହିବାକୁ ସ୍ୱୀକୃତି ଦେଇଥିବା ନେଇ ସୂଚନା ଦେଇଥିଲେ। ପ୍ରସ୍ତୁତି ବୈଠକରେ କୋକସରା ବ୍ଲକ ଆଦିବାସୀ ସଂଘ ସଭାପତି ହେମନ୍ତ ମାଝୀ ସମେତ ବ୍ଲକର ୧୦ ଜଣ ସରପଞ୍ଚ ୧୦ ଜଣ ସମିତିସଭ୍ୟ ସହିତ କୋକସରା ବ୍ଲକ ଆଦିବାସୀ ସଂଘ ପ୍ରମୁଖ କାର୍ଯ୍ୟକର୍ତ୍ତା ଶ୍ରୀ ଗରୁଡ଼ ଧ୍ଵଜ ମାଝୀ, ସୁଧିର ପାତ୍ର, ଭବେଶ ଗଇଁନ୍ତା, ମୁକ୍ତେଶ୍ଵର ନାଏକ, ଜୟଲାଲ ନାଏକ, ସମ୍ପାଦକ ଦୈତାରି ଭୋଇ, କ୍ଷୀରସିନ୍ଧୁ ନେଗି, ରତନ ମାଝୀ, ନିରଞ୍ଜନ ମାଝୀ, ଯତୀନ୍ଦ୍ର ମାଝୀ, କେତନ ପାତ୍ର, ମଣିରାମ ଶବର, ଧର୍ମାନନ୍ଦ ନେଗି, ଜିଲ୍ଲା ସମ୍ପାଦକ ହୃଦାନନ୍ଦ ମାଝୀ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ମସିହା ନିୟୁଜ୍ ସର୍ଭିସ୍

Related posts

ବେଲପଡ଼ାରେ ଷୋହଳ ପ୍ରହର ନାମଯଜ୍ଞ

masiha

ଆଦର୍ଶ ପାଠାଗାର ପୁସ୍ତକ ମେଳା ର ଉଦଯାପନୀ ଦିବସ ..କବିର ଦରଦୀ ଇଲାକାର ବଂଧୁ ହେଉଛି କବିତା..

Sunil Chandra Nayak

ମିଳିତ ପ୍ରାଥମିକ ଶିକ୍ଷକ ସଂଘ ର ବୈଠକ

Sunil Chandra Nayak

Leave a Comment

error: Content is protected !!