ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉପଜିଲ୍ଲାପାଳଙ୍କ ଆଶ୍ରମ ବିଦ୍ୟାଳୟ ଅଚାନକ ପରିଦର୍ଶନ

ଉପଜିଲ୍ଲାପାଳଙ୍କ ଆଶ୍ରମ ବିଦ୍ୟାଳୟ ଅଚାନକ ପରିଦର୍ଶନ 

ରାୟଗଡ:-ତା.୦୨/୦୮- ଆଜି ଉପଜିଲ୍ଲାପାଳ ତଥା ଭାରପ୍ରାପ୍ତ ପ୍ରକଳ୍ପ ପ୍ରଶାସିକା ଆଇଟିଡିଏ ରାୟଗଡ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେଵୀ ଦୁଇଜଣ ସହକାରୀ ମଙ୍ଗଳ ଅଧିକାରୀ ଯଥା ପ୍ରଶାନ୍ତ କୁମାର ବାଉରୀ ଏବଂ ଧୀରେନ୍ଦ୍ର ସାହୁଙ୍କ ସହିତ ଅଚାନକ ଭାବରେ ମଙ୍ଗଳ ବିଭାଗ ଅଧୀନରେ ଚାଲୁଥିବା ପିତାମହଲ, ବଡ଼ରାଇସିଂ, ଅତଡ଼ା ଏବଂ କେରଡା ଆଶ୍ରମ ବିଦ୍ୟାଳୟକୁ ପରିଦର୍ଶନ କରିଥିଲେ l ଏହି ପରିଦର୍ଶନ ବେଳେ ଅତଡ଼ା ଆଶ୍ରମ ବିଦ୍ୟାଳୟରେ ସାନ୍ଧ୍ୟ ପ୍ରାର୍ଥନା ସମୟରେ କିଛି ଛାତ୍ର ବାହାରେ ବୁଲୁଥିବା ଦେଖିବାକୁ ମିଳିଥିଲା l ଆଗକୁ ଏମିତି ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ତାଗିଦ କରିଥିଲେ l ପରିଦର୍ଶନ ବେଳେ ବିଦ୍ୟାଳୟର ଶୃଙ୍ଖଳା, ଶିକ୍ଷl, ପରିମଳ ବ୍ୟବସ୍ଥା, ଖାଦ୍ୟ ମlନ ଆଦି ପରଖିଥିଲେ l କେରଡ଼ା ଓ ବଡ଼ ରାଇସିଂରେ ପରିଷ୍କାର ପରିଚ୍ଛନ୍ନତା ସନ୍ତୋଷଜନକ ନଥିବାରୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ତିନି ଦିନ ମଧ୍ୟରେ ଛବି ବଦଳାଇବାକୁ ଉପଜିଲ୍ଲାପାଳ ନିର୍ଦେଶ ଦେଇଥିଲେ l ଉପଜିଲ୍ଲାପାଳ ଶ୍ରୀମତି ଦେବୀ କୋଟଲାଗୁଡା ଅନ୍ଵେଷା ହଷ୍ଟେଲର ଛାତ୍ରୀ ମାନଙ୍କ ସହିତ ରାତ୍ର ଭୋଜନ କରି ଖାଦ୍ୟର ଗୁଣବତ୍ତା ପରଖିଥିଲେ l

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରୋଟାରୀ କ୍ଲବ ଭାଇବ୍ରାଣ୍ଟ ର ସମୀକ୍ଷା ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ 

Sunil Chandra Nayak

ଜିଲ୍ଲାପାଳଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ

masiha

ଖଣି ପାଇଁ ଜଙ୍ଗଲ ଉଜୁଡ଼ିବା କାଳ ସାଜିଛି ବନ୍ୟ ଜନ୍ତୁଙ୍କ ପାଇଁ,ରେଳ ଧାରଣା ପାର ସମୟରେ ରେଳ ଧକ୍କାରେ ମାଈ ହାତୀ ମୃତ

masiha

Leave a Comment

error: Content is protected !!