ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦ୍ୟାଶା ଫାଉଣ୍ଡେସନ ପକ୍ଷରୁ ଗୋମାତା ସେବା କାର୍ୟ୍ଯ 

ଆଦ୍ୟାଶା ଫାଉଣ୍ଡେସନ ପକ୍ଷରୁ ଗୋମାତା ସେବା କାର୍ୟ୍ଯ 

ଜଗତସିଂହପୁର:-ମାନବିକତା ଦେଖାଇଲା ସାମାଜିକ ଅନୁଷ୍ଠାନ ଗତ କାଲି ରାତି ୯.୩୦ ଘଟିକା ସମୟ ରେ ଜଗତସିଂହପୁର ଜିଲ୍ଲାର ଜୟପୁର ରୋଡ ସଅଁରା ବାଟ ଦେଇ ଆଦ୍ୟାଶା ଫାଉଣ୍ଡେସନର ସଭାପତି ପ୍ରାଣେଶ ରଞ୍ଜନ ବସନ୍ତିଆ ଯାଉଥିବା ସମୟରେ ଏକ ବାଛୁରୀ ଛୁଆଟେ ରୋଡ କଡ଼ ଦୁର୍ଘଟଣା ହୋଇ ପଡ଼ିରହିଛି ଚାଲିପାରୁନଥିଲା କି ଉଠି ପାରୁନଥିଲା ବସନ୍ତିଆ ଭାଈ ଦେଖି ସଙ୍ଗେ ସଙ୍ଗେ ଓଡ଼ିଶାରେ ଥିବା ସମସ୍ତ ସମାଜ ସେବୀ ଭାଈ ମାନଙ୍କୁ ଅନୁରୋଧ କରିଥିଲେ ଯେ ଯଦି ଜଗତସିଂହପୁର ଜିଲ୍ଲାର ସଅଁରା ଅଞ୍ଚଳର କେଉଁ ସମାଜ ଭାଈ ଅଛନ୍ତି ଚିହ୍ନା ଜଣାଇବେ। ହେଲେ ଦୁର୍ଭାଗ୍ୟ ର କଥା ସମସ୍ତ ସମାଜ ସେବୀ ଭାଈ ମାନଙ୍କ ପ୍ରାଣ ପ୍ରଚେଷ୍ଟାରେ କୌଣସି ଅଟୋ ରିକ୍ସା ଗାଡ଼ି ରାଜି ହେଲେ ନାହିଁ ଅଧିକ ରାତି ବିଳମ୍ବ ହେତୁ ଚିକିତ୍ସା ପାଇଁ କୌଣସି ସୁଫଳ ମିଳିପାରିଲାନାହିଁ। ଆଜି ସକାଳେ ପ୍ରାଣେଶ ଭାଇ ଏବଂ କିଛି ସମାଜ ସେବୀ ଭାଇମାନେ ମିଶି ବାଛୁରୀ ଛୁଆଟିକୁ ଏକ ଅଟୋ ରେ ନେଇ ଜଗତସିଂହପୁର ସ୍ଥିତ ଗୋରଖନାଥଗୋଶାଳାରେ ଛାଡିଛନ୍ତି ଚିକିତ୍ସା ବ୍ୟବସ୍ଥା କରାଯାଇ ଥିଲା ଆଗ ଅପେକ୍ଷା ଏବେ ଗୋମାତାର ଅବସ୍ଥାରେ ପରିବର୍ତ୍ତନ ଆସୁଛି ଧୀରେ ଧୀରେ ସମୟ ଅନୁସାରେ ସୁସ୍ଥ ହେବ ଗୋଶାଳା ପକ୍ଷରୁ ସୂଚନା ଦେଇଛନ୍ତି,ସେବା କାର୍ଯ୍ୟକ୍ରମରେ ସମାଜସେବୀ ଶ୍ରାବଣ କୁମାର ସ୍ୱାଇଁ,ସନ୍ତୋଷ କୁମାର ମଲ୍ଲିକ,ନିଗମାନନ୍ଦ ଯେନା,ସୁଶ୍ରୀ ପ୍ରମିଳା ସିଂହ ପ୍ରୀତି ରଞ୍ଜନ ସ୍ୱେଚ୍ଛାସେବୀ ମାନଙ୍କର ଅବଦାନ ରହିଥିଲା ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ବିଧାୟକଙ୍କ ଦ୍ୱାରା ସ୍କୁଲ ଛାତ୍ର ଛାତ୍ରୀ ଙ୍କୁ ପୋଷାକ ବିତରଣ

masiha

ରାଇରଙ୍ଗପୁର ପୌରପାଳିକା ପକ୍ଷରୁ ପ୍ରଥମ ବିଶ୍ୱ ଓଡିଆ ଦିବସ – ୨୦୨୪ ପାଳିତ 

masiha

ଅଲ୍ ଓଡିଶା ଇପିଏଫ୍ ପେନସନରସ୍ ଆସୋସିଏସନ୍ ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!