ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉପ ଜିଲ୍ଲାପାଳଙ୍କ ମେଗା ଜଳଯୋଗାଣ ପ୍ରକଳ୍ପ ସ୍ଥଳ ପରିଦର୍ଶନ 

ଉପ ଜିଲ୍ଲାପାଳଙ୍କ ମେଗା ଜଳଯୋଗାଣ ପ୍ରକଳ୍ପ ସ୍ଥଳ ପରିଦର୍ଶନ 

ରାୟଗଡ଼ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ କାଶୀପୁର ବ୍ଲକ ରାଉଳିଘାଟିଠାରେ ନିର୍ମାଣାଧୀନ ବୃହତ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ଉପ ଜିଲ୍ଲାପାଳ ରାୟଗଡ଼ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେବୀ ରବିବାର ପରିଦର୍ଶନ କରିଛନ୍ତି l ଅଯଥା କାଳକ୍ଷେପଣ ନକରି ଏହି କାର୍ଯ୍ୟକୁ ଯଥାଶୀଘ୍ର ସାରିବାକୁ ସମ୍ପୃକ୍ତ ଠିକା ସଂସ୍ଥାକୁ କଡା ନିର୍ଦେଶ ଦିଆଯାଇଛିl ସେହିପରି ଡଙ୍ଗାସିଲ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀନିବାସର ପାଚେରୀ ନିର୍ମାଣ ସପ୍ତାହେ ମଧ୍ୟରେ ସାରିବାକୁ ଆଇଟିଡିଏର ଯନ୍ତ୍ରୀଙ୍କୁ ନିର୍ଦେଶ ଦିଆଯାଇଛି l ଉକ୍ତ ବିଦ୍ୟାଳୟ ପରିସର ଖାସ କରି ପ୍ରଧାନ ଶିକ୍ଷୟିତ୍ରୀଙ୍କ ପ୍ରକୋଷ୍ଠର ଶୌଚାଳୟର ପରିମଳ ବ୍ୟବସ୍ଥା ସୁଧାରିବାକୁ ତାଗିଦ କରିଛନ୍ତି ଉପ ଜିଲ୍ଲାପାଳ ତଥା ଆଇଟିଡିଏର ଭାରପ୍ରାପ୍ତ ପ୍ରକଳ୍ପ ପ୍ରଶାସିକା କଲ୍ୟାଣୀ ସଙ୍ଘମିତ୍ରାl ଡଙ୍ଗାସିଲ ସାପ୍ତାହିକ ହାଟରେ ଜବରଦଖଲକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ତହସିଲଦାରଙ୍କୁ ନିର୍ଦେଶ ଦେଇଛନ୍ତିl ଏଥି ସହ କାଶୀପୁର ତହସିଲ ଅନ୍ତର୍ଗତ କେତେକ ସରକାରୀ ପ୍ରକଳ୍ପ ପାଇଁ ଅନ୍ୟାନ୍ୟ ସ୍ଥାନ ମଧ୍ୟ ବୁଲି ଦେଖିଛନ୍ତି ଉପ ଜିଲ୍ଲାପାଳ l ତାଙ୍କର ଗସ୍ତ ସମୟରେ କାଶୀପୁର ତହସିଲଦାର ଶ୍ରୀ ସୁନୀଲ କୁମାର ପ୍ରଧାନ, ମାଇକଞ୍ଚ ରାଜସ୍ବ ନିରୀକ୍ଷକ ଶ୍ରୀ ରାମଦାସ ପେଦେନ୍ତି ଏବଂ କାଶୀପୁର ରାଜସ୍ବ ନିରୀକ୍ଷକ ଶ୍ରୀ କେଶବ ସାହୁ ଉପସ୍ଥିତ ଥିଲେ l

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସରଧାପୁର ପଞ୍ଚାୟତରେ ଜନ ଶୁଣାଣି କାର୍ଯକ୍ରମ

Sunil Chandra Nayak

ଆତ୍ମ ସୁରକ୍ଷା ତାଲିମ ଶିବିର

masiha

ରାୟଗଡ଼ା ବ୍ଳକ ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡିଜ୍ ୱରର୍କର୍ସ ଆସୋସିଏସନ୍ ପକ୍ଷରୁ ଶିଶୁ ବିକାଶ ଯୋଜନା କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଦାବି ପତ୍ର ପ୍ରଦାନ

masiha

Leave a Comment

error: Content is protected !!