ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଷାରେ ବେହାଲ ସାନଖୁଡ଼ି ଗାଁ ରାସ୍ତା  

ବର୍ଷାରେ ବେହାଲ ସାନଖୁଡ଼ି ଗାଁ ରାସ୍ତା  

ବିଜେପି ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବସ୍ତା ,୫।୮,ବସ୍ତା ବ୍ଲକ ମଥାନୀ ପଞ୍ଚାୟତ ଅନ୍ତର୍ଗତ ସାନଖୁଡ଼ି ଗ୍ରାମର ମୁଖ୍ୟ ରାସ୍ତା ମରଣଯନ୍ତା ପାଲଟିଛି । ବାରମ୍ବାର ଅଭିଯୋଗ ପରେ ବି ପଞ୍ଚାୟତ ଓ ବ୍ଲକ କର୍ତ୍ତୃପକ୍ଷ ସ୍ଥାୟୀ ରାସ୍ତା ନିର୍ମାଣ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତୁରନ୍ତ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ଜିଲାପାଳ ଆଶୀଷ ଠାକରେଙ୍କୁ ସୋମବାର ବିଜେପି ମହିଳା ମୋର୍ଚ୍ଚାର ଏକ ଟିମ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି । 

 ଏହି ଗ୍ରାମରେ ୨୦ ପରିବାର ବସବାସ କରନ୍ତି । ବର୍ଷାଦିନେ ମୁଖ୍ୟ ରାସ୍ତା ଖାଲଖମା ଯୋଗୁଁ କାଦୁଅ ପଚପଚ ହୋଇ ଯାତାୟତ ବାଧାପ୍ରାପ୍ତ ହୋଇଥାଏ । ଅଙ୍ଗନୱାଡ଼ି କେନ୍ଦ୍ର, ସ୍କୁଲ, କଲେଜ, ମାର୍କେଟ୍ ଓ ମେଡ଼ିକାଲ ଯିବା ଆସିବା କରିବାରେ ସମସ୍ତେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏପରିକି ଜରୁରୀ ପରିସ୍ଥିତିରେ ଗାଁ ଭିତରକୁ ଆମ୍ବୁଲାନ୍ସ ଓ ଦମକଳ ଗାଡ଼ି ପ୍ରବେଶ କରିବାରେ ବାଧା ସୃଷ୍ଟି ହୋଇଥାଏ । ଗ୍ରାମବାସୀଙ୍କ ତରଫରୁ ଉକ୍ତ ରାସ୍ତାକୁ ପକ୍କା ରାସ୍ତା କରିବା ପାଇଁ ବାରମ୍ବାର ସରପଞ୍ଚ ଓ ବିଡ଼ିଓଙ୍କୁ ଲିଖିତ ଭାବେ ଆବେଦନ କରାଯାଇଥିଲା । ହେଲେ ପଞ୍ଚାୟତ ତରଫରୁ ଏହି ରାସ୍ତା ନିର୍ମାଣ ପାଇଁ ଅଣଦେଖା ଯୋଗୁଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ l ଫଳରେ ବର୍ଷା ଦିନେ ଏହି ଗ୍ରାମର ୨ଶହରୁ ଉର୍ଦ୍ଧ୍ୱ ଲୋକେ ବହୁ ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି।ବିଜେପି ମହିଳା ମୋର୍ଚ୍ଚା ସଭାପତି ମନୋରମା ଦାସଙ୍କ ନେତୃତ୍ୱରେ ଗ୍ରାମବାସୀ ରାମଚନ୍ଦ୍ର ଦାସ, ଦୀପକ ଦାସ, ସଞ୍ଜୁଲତା ଦାସ, ଲକ୍ଷ୍ମୀମଣି ଦାସ, ଜିତୁ ଦାସ, ସନ୍ଧ୍ୟା ବେହେରା, ମଞ୍ଜୁଲତା ବେହେରା, ବିଦ୍ୟାଧର ଦାସ, କାର୍ତ୍ତିକ ଦାସ ପ୍ରମୁଖ ଶିବିରରେ ଜିଲାପାଳଙ୍କୁ ଭେଟି ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନିଆ ନଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା ଶିବିର

Sunil Chandra Nayak

କୋକସରା କଲେଜରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

masiha

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପ୍ରବେଶ ଉତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!