ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମେରିକାରେ ଏମବିଏ ପଢିବେ ଶ୍ବାସତ ବିଶି

ରାଉରକେଲା/ ରାଉରକେଲା ଫୁଟବଲ ରେଫରୀ ଆସୋସିଏସନ ଓ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଫୁଟବଲ ଟିମ ତରଫରୁ ଶାଶ୍ୱତ ବିଶିଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ଆମେରିକା ଯାତ୍ରା ଓ ପବିତ୍ର ଲେଙ୍କାଙ୍କୁ ଚାକିରୀ ଜୀବନରୁ ଅବସର ନିମନ୍ତେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଶ୍ରୀ ବିଶି ଜଣେ ଉଚ୍ଚ କୋଟିର ଖେଳାଳି ସହ ଜଣେ ପ୍ରତିଭା ସମ୍ପନ୍ନ ଛାତ୍ର। ସେଣ୍ଟ ପଲ ବିଦ୍ୟାଳୟରୁ ଦଶମ ଶ୍ରେଣୀ, ଇସ୍ପାତ ଇଂରାଜୀ ବିଦ୍ୟାଳୟରୁ ଦ୍ୱାଦଶ ଶ୍ରେଣୀ କୃତିତ୍ୱର ସହ ଉତୀର୍ଣ୍ଣ ହେଲା ପରେ ରାଉରକେଲା ଏନ ଆଇ ଟି ରେ ନିଜର ବି ଟେକ ଓ ଏମ ଟେକ ଡିଗ୍ରୀ ପ୍ରାପ୍ତ କଲା ପରେ ବର୍ତ୍ତମାନ ଏମ ବି ଏ ପଢିବା ପାଇଁ ଆମେରିକାର ଲସ ଆଞ୍ଜେଲସକୁ ଯାତ୍ରା କରୁଛନ୍ତି। ଛାତ୍ର ଜୀବନରୁ ସେ ଖେଳ ସହ ପାଠରେ ନିଜର ଉତ୍କର୍ଷତା ପ୍ରତିପାଦନ କରିଆସିଛନ୍ତି। ସେ ଫୁଟବଲ ଖେଳରେ ଷୋହଳ ବର୍ଷରୁ କମ ବର୍ଗରେ ଚମ୍ପିୟାନ,ଆନ୍ତଃ ଜିଲ୍ଲା ଓ ଆନ୍ତଃ ଇସ୍ପାତ ଦଳରେ ସଦସ୍ୟ ରହିବା ସହ ଏନ ଆଇ ଟି ଫୁଟବଲ ଦଳର ଅଧିନାୟକ ଥିଲେ ଏବଂ ପ୍ରାୟ ଦୁଇ ଶହରୁ ଅଧିକ କ୍ରିକେଟ ମ୍ୟାଚ ଖେଳି ରାଉରକେଲା କ୍ରୀଡା ଜଗତରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ସହ ପାଠ ଓ ଖେଳ ଦୁଇଟି କ୍ଷେତ୍ରରେ ଉତ୍କର୍ଷତା ହାସଲ କରି ଅନ୍ୟ ଛାତ୍ର ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି। ରାଉରକେଲା ଇସ୍ପାତ କାରଖାନା ଅଫିସର ଆସୋସିଏସନର ପୂର୍ବତନ ସଭାପତି ଓ ବର୍ତ୍ତମାନ ନିଟ୍ରାର ସଭାପତି ତଥା ସମାଜସେବୀ ବିମଲ ବିଶିଙ୍କର ସେ ଏକମାତ୍ର ପୁତ୍ର। ଏହି ସମ୍ବର୍ଦ୍ଧନା ସଭା ରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ କ୍ରୀଡା ପ୍ରଶିକ୍ଷକ ପଞ୍ଚାନନ ଗନ୍ତାୟତ, ଫୂଟବଲ ରେଫରୀ ଭାସ୍କର ନନ୍ଦ,ପ୍ରଦୀପ୍ତ କୁମାର ମହାନ୍ତି, କେଶବ ପ୍ରଧାନ ଅତିଥି ଭାବରେ ଯୋଗ ଦେଇ ଶାଶ୍ୱତଙ୍କ ବିଦେଶର ଉଚ୍ଚ ଶିକ୍ଷା ଲାଭ ପାଇଁ ଶୁଭେଚ୍ଛା ଜ୍ଞାପନ କରିବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ଏବଂ ପବିତ୍ର ଲେଙ୍କାଙ୍କର କ୍ରୀଡା କ୍ଷେତ୍ରରେ ନିଜର ଉତ୍ସଚ୍ଛର୍ଗୀତ ସେବା ମନୋଭାବ ପାଇଁ ଉଚ୍ଚ ପ୍ରଶଂସା କରିବା ସହ ଅବସର କାଳୀନ ସମୟ ସୁସ୍ଥ ଓ ଆନନ୍ଦମୟ ହେଉ ବୋଲି କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଈଶ୍ୱର ଚନ୍ଦ୍ର ଟୁଡୁ, ରାଜକୁମାର ପାଣିଗ୍ରାହୀ, ସୁଶାନ୍ତ ଧନ୍ତୀ, ପୁରୁଷୋତ୍ତମ ତନ୍ତୀ, ଅମିତ ସିଂ, ଜୟ ସିଂ, ରଘୁନାଥ ହେମ୍ବ୍ରମ, ସଞ୍ଜୟ ଧାଙ୍ଗିଆ, ବିଜୟ ସମାସୀ, ସୀମା କୁଜୁର, ଖୁସି ପ୍ରଧାନ, ଆରତୀ ଖାଡିଆ ପ୍ରମୁଖ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୯୮ ତମ ଶ୍ରାଦ୍ଧ ଅବସରରେ ଧର୍ମଗଡ ରକ୍ତ ଭଣ୍ଡାରରେ ରକ୍ତଦାନ ଶିବିର

Sunil Chandra Nayak

ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମାର ପୁନଃ କାର୍ଯ୍ୟ କ୍ଷେମ କରିବା ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶାଙ୍କୁ ସ୍ମାରକ ପତ୍ର ପ୍ରଦାନ 

masiha

ବିନା ସୂଚନା ଫଳକରେ ନବ ନିର୍ମାଣ କୋଠା , ନିମ୍ନ ମାନର ସାମଗ୍ରୀ ବ୍ୟବହାର ଯୋଗୁଁ ସ୍ଥାଇତ୍ୱ କୁ ନେଇ ପ୍ରଶ୍ନବାଚୀ ?

masiha

Leave a Comment

error: Content is protected !!