ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାରିଂ ଇଣ୍ଡିଆନ ପଟାସ କମ୍ପାନୀର ଶ୍ରମିକ ମାରଣ ନୀତି ନେଇ ଶ୍ରମିକ ଙ୍କ ଧାରଣl

ଜାରିଂ ଇଣ୍ଡିଆନ ପଟାସ କମ୍ପାନୀର ଶ୍ରମିକ ମାରଣ ନୀତି ନେଇ ଶ୍ରମିକ ଙ୍କ ଧାରଣl

 ଜୁନାଗଡ,୬/୮(ମନୀସ )କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକ ଅନ୍ତର୍ଗତ ତଲଜାରିଙ୍ଗ ଠାରେ ନିର୍ମାଣ ହେଉଥିବା ଇଣ୍ଡିଆନ ପଟାସ ଲିମିଟେଡ଼ କମ୍ପାନୀ ପ୍ରତିଷ୍ଠା ହେବlଠାରୁ ସ୍ତାନୀୟ ଲୋକେ ଉତ୍ସlହ ଥିଲେ। କମ୍ପାନୀ ହେଲେ ସ୍ତାନୀୟ ଲୋକଙ୍କୁ ନିଯୁକ୍ତି ମିଳିବ lହେଲେ କମ୍ପାନୀ ପକ୍ଷରୁ ଜୁନାଗଡ଼ ବ୍ଲକ ତଥା ସ୍ତାନୀୟ ଅଞ୍ଚଳର ଲୋକଙ୍କୁ ଅଣଦେଖା କରି ଅନ୍ୟ ରାଜ୍ୟର ଲୋକଙ୍କୁ କାମ ଯୋଗାଇ ଦେଉଥିବା ଅଭିଯୋଗ ହୋଇଛି । ଏଥିନେଇ ଶ୍ରମିକ ମାନେ ୨ ଦଫା ଦାବି ମଧ୍ୟରେ ଚ୍ଛଟେଇ ଶ୍ରମିକ ଙ୍କୁ ପୁନଃ ନିଯୁକ୍ତି ଓ ସ୍ତାନୀୟ ଶ୍ରମିକ ଙ୍କୁ ଅଗ୍ରାଧିକାର ଦାବି ରେ ଶ୍ରମିକ ମାନେ କମ୍ପାନୀ ମୁଖ୍ୟ ରାସ୍ତା କୁ ଭାରତୀୟ ମଜଦୂର ସଙ୍ଘର ସହଯୋଗରେ ଅବରୋଧ କରି ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସ୍ଥାନୀୟ ଶ୍ରମିକଙ୍କୁ ଅଣଦେଖା, ଅନ୍ୟରାଜ୍ୟର ଲୋକଙ୍କୁ ସହାନୁଭୁତି ଦେଖାଉଥିବା ଅଭିଯୋଗ ହୋଇଛି lଶ୍ରମିକ ମାନଙ୍କ ଅଭିଯୋଗ ଅନୁଯାୟୀ ଗତ ୯ ତାରିଖରେ ଶ୍ରମିକ ମାନେ କାମ କରି ଘରକୁ ଫେରିବା ପରେ ଆଉ ସେମାନଙ୍କୁ କମ୍ପାନୀ କୁ ଭିତରକୁ ଛଡାଗଲା ନାହିଁ । ଏନେଇ ୫୧ ଜଣ ଶ୍ରମିକ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଜଣାଇଥିଲେ । ଶ୍ରମିକଙ୍କୁ କାମ ଯୋଗାଇ ଦେବା ନେଇ ଜିଲ୍ଲା ଶ୍ରମ ଅଧିକାରୀ ମଧ୍ୟ ଇଣ୍ଡିଆନ ପଟାସ ଲିମିଟେଡ଼କୁ ଚିଠି ମାଧ୍ୟମରେ ଜଣାଇଥିଲେ । ହେଲେ ଶ୍ରମ ଅଧିକାରୀଙ୍କ ନିର୍ଦ୍ଦେଶକୁ ମଧ୍ୟ ବେଖାତିର କରିଥିଲେ । କମ୍ପାନୀ କର୍ତ୍ତୃପକ୍ଷ ସ୍ତାନୀୟ ଲୋକଙ୍କୁ କାମ ନ ଦେବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି l ବର୍ତ୍ତମାନ କାମ ନ ପାଇବାରୁ ୫୧ ପରିବାର ଏବେ ଉପାସରେ ଅଛନ୍ତି । ଏବଂ ୮ଘଣ୍ଟା ରୁ ଅଧିକ କାମ କରାଇ କମ୍ପାନୀ କର୍ତ୍ତୃପକ୍ଷ ସରକାରୀ ଧାର୍ଯ୍ୟ ପାରିଶ୍ରମିକ ଦେଉନଥିବା ଶ୍ରମିକ ମାନେ ଅଭିଯୋଗ କରିଛନ୍ତି l ଫଳରେ ଅନ୍ୟ ଉପାୟ ନ ପାଇ କାମ ଯୋଗାଇ ଦେବା ଦାବୀରେ କମ୍ପାନୀ ସମ୍ମୁଖରେ ଶ୍ରମିକ ମାନେ ରାସ୍ତାରୋକ କରିଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ସ୍ଵତନ୍ତ୍ର ଧ୍ୟାନ ଦେବା କୁ ଶ୍ରମିକ ମାନେ ଦାବୀକରିଛନ୍ତି ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

କୋରାପୁଟ ଜିଲ୍ଲାରେ ୮୦ ବର୍ଷ ଓ ତଦୁର୍ଦ୍ଧ ହିତାଧିକାରୀ ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀଙ୍କ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ

masiha

କଳାହାଣ୍ଡି ଭେଟେରାନ ଫୁଟବଲ ଆସୋସିଏଶନ ର ବନ୍ଧୁମିଳନ

masiha

ସୁନାବେଡା ଅଭୟାରଣ୍ୟର ସମସ୍ୟା ଏବଂ ପହରିଆ ଆଦିମ ଜନଜାତିଙ୍କୁ ପାରମ୍ପାରିକ ଜଙ୍ଗଳ ଅଧିକାର ଆଇନ ଅନ୍ତର୍ଭୁକ୍ତ କରିବା ନେଇ ଜନଶକ୍ତି ଅଭିଯାନ ଆବାହକ ପ୍ରଫୁଲ୍ଲ ସାମନ୍ତରା ସାମ୍ବାଦିକ ସମ୍ମିଳନୀ 

Sunil Chandra Nayak

Leave a Comment

error: Content is protected !!